Posted inଖେଳ

ପ୍ରଥମ ଦୁଇଟି ଟି୨୦ ପାଇଁ ନାରିନ, ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ ଦଳରେ ସାମିଲ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୩।୭ (ପି.ଟି.)- ଭାରତ ବିପକ୍ଷ ଟି୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ରହସ୍ୟମୟୀ ଭେଟେରାନ ସ୍ପିନର ସୁନୀଲ ନାରିନ ଓ ଅଲ୍‌ରାଉଣ୍ଡର କିରନ ପୋଲାର୍ଡ ପ୍ରଥମ ୨ ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ଉଇକେଟ୍‌କିପର ଆନ୍ଥୋନୀ ବ୍ରାମ୍ବଲେ ଏକମାତ୍ର ନୂଆମୁହଁ ଭାବେ ୧୪ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ତିନି ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ଅଗଷ୍ଟ ୩ ଓ ୪ରେ ଆମେରିକାର ଫ୍ଲୋରିଡାସ୍ଥିତ ବ୍ରୋଓ୍ବାର୍ଡ କାଉଣ୍ଟି ଷ୍ଟାଡିୟମରେ ଖେଳାଯିବ। ତେବେ ଗୁଏନା ନ୍ୟାଶନାଲ ଷ୍ଟାଡିୟମରେ ଅଗଷ୍ଟ ୬ରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ ଲାଗି ଟିମ୍‌ରେ ପରିବର୍ତ୍ତନ କରାଯାଇପାରେ ବୋଲି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।
୧୪ ଜଣିଆ ଦଳର ନେତୃତ୍ୱ କାର୍ଲୋସ ବାର୍ଥଓ୍ବେଟ୍‌ଙ୍କୁ ପ୍ରଦାନ କରାଯାଇଥିବାବେଳେ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ମଧ୍ୟ ଡାକରା ମିଳିଛି। କିନ୍ତୁ ରସେଲଙ୍କୁ ଏଥିପାଇଁ ଫିଟ୍‌ନେସ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ବାମ ଗୋଇଠିରେ ଆଘାତଜନିତ ସମସ୍ୟା ଲାଗି ରସେଲ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସେହିଭଳି କାନାଡାରେ ହେବାକୁ ଥିବା ଗ୍ଲୋବାଲ ଟି୨୦ ଟୁର୍ନାମେଣ୍ଟରେ ଖେଳିବା ଲାଗି ପ୍ରତିଶ୍ରୁତି ଦେଇଥିବାରୁ ବିସ୍ଫୋରକ ଓପନର୍‌ କ୍ରିସ ଗେଲ୍‌ ନିଜ ଆଡ଼ୁ ଏହି ସିରିଜରୁ ଓହରି ଯାଇଛନ୍ତି ବୋଲି ଓ୍ବେଷ୍ଟଇଣ୍ଡିଜ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରର୍ବଟ୍‌ ହେନ୍ସ ସୂଚନା ଦେଇଛନ୍ତି। ବାମହାତୀ ଓପନର୍‌ ଜନ୍‌ କ୍ୟାମ୍ପବେଲ୍‌ ଓ ସ୍ପିନର ଖେରୀ ପିଏରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ନଜରରେ ରଖାଯାଇ ଦଳ ଚୟନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ହେନ୍ସ କହିଛନ୍ତି। ୨୮ ବର୍ଷୀୟ ବ୍ରାମ୍ବଲେ ଉଇକେଟ୍‌କିପର ଭାବେ ସ୍ଥାନ ପାଇଥିଲେ ମଧ୍ୟ ନିକୋଲାସ ପୁରାନ ପ୍ରଥମ ପସନ୍ଦ ରହିବେ। ଟି୨୦ ସିରିଜ ପରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।
ପ୍ରଥମ ଦୁଇଟି ଟି୨୦ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ: କାର୍ଲୋସ ବାର୍ଥଓ୍ବେଟ୍‌ (ଅଧିନାୟକ), ସୁନୀଲ ନାରିନ, କେମୋ ପଲ୍‌, ଖେରୀ ପିଏର, କିରନ ପୋଲାର୍ଡ, ନିକୋଲାସ ପୁରାନ (ଉଇକେଟ୍‌କିପର), ରୋଭମାନ ପାଓ୍ବଲେ, ଆନ୍ଦ୍ରେ ରସେଲ, ଓଶାନେ ଥୋମାସ, ଆନ୍ଥୋନୀ ବ୍ରାମ୍ବଲେ (ଉଇକେଟ୍‌କିପର), ଜନ୍‌ କ୍ୟାମ୍ପ୍‌ବେଲ, ଶେଲଡନ କୋଟ୍ରେଲ, ଶିମରନ ହେଟ୍‌ମେୟର ଓ ଏଭିନ୍‌ ଲୁଇସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ...

ବିନା ଦର୍ଶକରେ ଦିନିକିଆ ସିରିଜ ଖେଳାଯିବ

ପୁଣେ,୨୮।୨(ପି.ଟି.): ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍‌ଗୁଡିକ ବିନା ଦର୍ଶକରେ ଖେଳାଯିବ। ମହାରାଷ୍ଟ୍ରରେ...

ମାଲେସିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୬ା୮ (ପି.ଟି.): ଓମାନଠାରେ ଚାଲିଥିବା ଏସିଆନ ଓମେନ୍ସ ୫ ଏ-ସାଇଡ୍‌ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର ମାଲେସିଆକୁ ୭-୨ ଗୋଲ୍‌ରେ ପରାସ୍ତ କରି ଏହାର...

ମୋହନ ବାଗାନ ସେମିରେ

କୋଲକାତା, ୨୮ା୮: ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୪ର୍ଥ ତଥା ଅନ୍ତିମ କ୍ୱାର୍ଟରଫାଇନାଲରେ ମୋହନବାଗାନ ସୁପର ଜାଏଣ୍ଟ୍ସ ୩-୧ ଗୋଲ୍‌ରେ ମୁମ୍ବାଇ...

ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍‌ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ସଡନ୍‌ ଡେଥ୍‌ରେ ଜିତିଲା କଲମ୍ବିଆ

ମାର୍ଗାଓ, ୨୭।୧୦, (କ୍ରୀଡ଼ା ପ୍ରତିନିଧି): କଲମ୍ବିଆ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି।...

ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍‌ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍‌ କୋଚ୍‌ ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍‌ଠାରେ ନିକଟରେ ଶେଷ ହୋଇଥିବା...

ବିନା ପ୍ରସ୍ତୁତିରେ ଅଭିଯାନ ଆରମ୍ଭ କରିବ ଭାରତ

ହାଙ୍ଗଝୋ,୧୯ା୯ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୨୦୨୩ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଆରମ୍ଭ ହେବ...

Advertisement
Archives

Model This Week