Posted inଖେଳ

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ ପେସର ଖଲିଲ ଅହମ୍ମଦ, ଡାହାଣହାତୀ ସିମର ଦୀପକ ଚହର ଓ ଲେଗ୍‌ ସ୍ପିନର ରାହୁଲ ଚହର ଭାରତୀୟ ଟି୨୦ ଦଳରେ ସ୍ଥାନ ହାସଲ କରିଛନ୍ତି। ରାଜ୍ୟ ଆସୋସିଏଶନ ବିସିସିଆଇ ଦ୍ୱାରା ବାସନ୍ଦ ଥିବାବେଳେ ୩ ଜଣ ଖେଳାଳି ଜାତୀୟ ଦଳରେ ମନୋନୀତ ହୋଇଛନ୍ତି। ମୋତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ମୁଁ ଏହାକୁ ଦୀର୍ଘମିଆଦି ସୁଯୋଗ ଭାବେ ଦେଖୁଛି। ଆଗାମୀ ୧୦ବର୍ଷ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିବାକୁ ଉଦ୍ୟମ କରିବେ ବୋଲି ଖଲିଲ ଆଣ୍ଟିଗୁଆରୁ ଫୋନ ଯୋଗେ କହିଛନ୍ତି। ସେଠାରେ ସେ ଭାରତ ଏ’ ସଦସ୍ୟ ଭାବେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଅନ୍‌ଅଫିସିଆଲ ସିରିିଜ ଖେଳୁଛନ୍ତି। ଦୀପକ ଓ ରାହୁଲ ମଧ୍ୟ ଏହି ଦଳର ଅଂଶ। ୧୯ ବର୍ଷୀୟ ରାହୁଲ ଭାରତୀୟ ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି। ଏହା ଚହରଙ୍କ ପରିବାର ଲାଗି ବଡ଼ ଗର୍ବର ବିଷୟ। ଆମେ ମନୋନୀତ ହୋଇଛୁ। ଦୀର୍ଘ ସମୟ ଧରି ଆମେ ଏଥିଲାଗି ଅପେକ୍ଷା କରିଥିଲୁ। ଏବେ ଆମ ଅପେକ୍ଷା ଶେଷ ହେଲା ବୋଲି ଦୀପକଙ୍କ ଭଉଣୀ ମାଳତି ଚହର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ପେସାଦାର ଗଲ୍ଫର ସାଣ୍ଡର୍ସଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩।୪ (ଏଏଫ୍‌ପି): ଆମେରିକୀୟ ପେସାଦାର ଗଲ୍ଫର ଡଗ୍‌ ସାଣ୍ଡର୍ସ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ହଷ୍ଟନ୍‌ରେ ରବିବାର ସକାଳେ ସେ ପରଲୋକ ଗମନ...

ଗେଲ, ମୁଜିବୁରଙ୍କୁ ଖେଳାଇବ ପଞ୍ଜାବ

ନୂଆଦିଲ୍ଲୀ, ୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଭିଯାନ ଭଲ ରହିନାହିଁ। ଦଳ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇ...

ଭାରତ ଆଗରେ ୨୪୦ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ ମାଞ୍ଚେଷ୍ଟର,୧୦।୭- ଭାରତୀୟ ଦଳକୁ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବା ପାଇଁ ୨୪୦ ରନ୍‌ ଦରକାର।...

୧୦୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ

କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ...

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦...

ଦେଓଧର ଟ୍ରଫି : ଇଣ୍ଡିଆ-ସି’କୁ ଜିତାଇଲେ ଅକ୍ଷର, ମାର୍କଣ୍ଡେ

ରାଞ୍ଚତ୍, ୩।୧୧ (ପି.ଟି.)-ସ୍ଥାନୀୟ ଜେଏସ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ କମ୍ପ୍ଲେକ୍ସଠାରେ ଶନିବାର ଖେଳାଯାଇଥିବା ଦେଓଧର ଟ୍ରଫିର ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ-ସି’ ୧୩୬ ରନ୍‌ରେ ଇଣ୍ଡିଆ-ବି’କୁ...

ମହାନ ଖେଳାଳିଙ୍କୁ ପଛରେ ଛାଡ଼ିଲେ ରୋହିତ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ରୋହିତ ଶର୍ମା ୫୯ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ...

ପାକିସ୍ତାନୀ କ୍ରିକେଟର ହେଲେ ରାମଭକ୍ତ…

ଇସଲାମାବାଦ୍‌, ୧୧।୮: ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି...

Advertisement


Archives

Model This Week