ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ପୁରାନ, ଆଲେନ, ଥୋମାସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୯।୭(ପି.ଟି.)- ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ପକ୍ଷରୁ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଫାବିଆନ୍‌ ଆଲେନ, ନିକୋଲାସ ପୁରାନ ଓ ଓଶାନେ ଥୋମାସଙ୍କୁ ପ୍ରଥମଥର ଲାଗି କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି। ସେହିଭଳି ୭ ଜଣ ଖେଳାଳିଙ୍କୁ ସମସ୍ତ ଫର୍ମାଟ୍‌ (ଟେଷ୍ଟ, ଦିନିକିଆ ଓ ଟି୨୦)ଲାଗି ଚୁକ୍ତିରେ ସାମିଲ କରାଯାଇଛି। ଏହି ୭ଜଣ ଖେଳାଳିଙ୍କ ମଧ୍ୟରେ ଡାରେନ ବ୍ରାଭୋ, ଶିମରନ ହେଟ୍‌ମେୟର, କେମୋ ପଲ୍‌, ଅଧିନାୟକ ଜାସନ ହୋଲ୍ଡର, ଶାଇ ହୋପ୍‌, ଅଲଜାରୀ ଜୋସେଫ୍‌ ଓ କେମାର ରୋଚ୍‌ ରହିଛନ୍ତି। ପୂର୍ବରୁ ମାତ୍ର ୪ ଜଣ ଖେଳାଳି ସମସ୍ତ ଫର୍ମାଟ୍‌ ଲାଗି କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଥିଲେ। ଏବେ କିନ୍ତୁ ଏଥିରେ ବ୍ରାଭୋ, ହେଟମେୟର ଓ ପଲ୍‌ଙ୍କୁ ସାମିଲ କରାଯାଇଛି। ମୋଟ୍‌ ଉପରେ ୧୯ ଜଣ ଖେଳାଳି ଆସନ୍ତା ଏକ ବର୍ଷ ଲାଗି ଏହି ଚୁକ୍ତିରେ ରହିଛନ୍ତି। ଏହାର ଅବଧି ଚଳିତ ଜୁଲାଇ ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିଛି।
କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ କେନ୍ଦ୍ରୀୟ ଚୁକ୍ତି ତାଲିକା (ପୁରୁଷ)- ଡାରେନ ବ୍ରାଭୋ, ଶିମରନ ହେଟ୍‌ମେୟର, ଜାସନ ହୋଲ୍ଡର, ଶାଇ ହୋପ୍‌, ଅଲ୍‌ଜାରୀ ଜୋସେଫ୍‌, କେମୋ ପଲ୍‌, କେମାର ରୋଚ୍‌ (ସମସ୍ତ ଫର୍ମାଟ୍‌ ଲାଗି), କ୍ରେଗ୍‌ ବାର୍ଥଓ୍ବେଟ୍‌, ଜନ୍‌ କ୍ୟାମ୍ପବେଲ, ରୋଷ୍ଟନ ଚେଜ୍‌, ଶାନେ ଡାର୍‌ଓ୍ବିଚ୍‌, ଶାନନ ଗ୍ରାବିଏଲ୍‌ ଓ ଜୋମେଲ ଓ୍ବାରିକାନ୍‌ (କେବଳ ଟେଷ୍ଟ ଲାଗି), ଫାବିଆନ ଆଲେନ, କାର୍ଲୋସ ବାର୍ଥଓ୍ବେଟ୍‌, ଶେଶଡନ କୋଟ୍ରେଲ, ନିକୋଲାସ ପୁରାନ, ରୋଭମାନ ପାଓ୍ବଲେ ଓ ଓଶାନେ ଥୋମାସ (କେବଳ ଦିନିକିଆ ପାଇ:)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପଥରେ ଦକ୍ଷିଣାଞ୍ଚଳ

ବେଙ୍ଗାଲୁରୁ, ୮।୭: ଏଠାରେ ଚାଲିଥିବା ଉତ୍ତରାଞ୍ଚଳ ବିପକ୍ଷ ଦୁଲିପ ଟ୍ରଫି ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବିଜୟ ପଥରେ ଅଗ୍ରସର ହୋଇଛି। ପ୍ରଥମ ଇନିଂସରେ ଉତ୍ତରାଞ୍ଚଳ ୧୯୮ ଓ...

ଆଇପିଏଲ୍‌ରୁ ଓହରିଲେ କ୍ରିସ୍‌ ଓ୍ବକ୍ସ

ନୂଆଦିଲ୍ଲୀ,୭ା୩- ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଆଗାମୀ ଆଇପିଏଲ୍‌ରେ ଖେଳିବେ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଦେଢ଼ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ...

ପ୍ରଥମ ଟି୨୦: ଧର୍ମଶାଳାରେ ପ୍ରବଳ ବର୍ଷା

ଧର୍ମଶାଳା, ୧୫।୯(ପି.ଟି.)- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଗ୍ରାଉଣ୍ଡରେ ରବିବାର ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌...

ସୁପର ଓଭରରେ ଛକା ମାରି ଜିତାଇଲେ ରୋହିତ

ହାମିଲଟନ,୨୯।୧- ଏଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି।...

ଜାତୀୟ ଶିବିରରେ ଜବାମଣୀ, ଆରତୀ, ସୋନୀ

କଟକ ଅଫିସ,୪ା୧୦- ଚଳିତମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଜାତୀୟ ମହିଳା ଫୁଟବଲ ଦଳର ଶିବିର ଅନୁଷ୍ଠିତ ହେବ। ଏଏଫସି ମହିଳା ଏସିଆନ-୨୦୨୨ ଯୋଗ୍ୟତା...

ସିନ୍ଧୁ, ସେନ୍‌ କ୍ୱାର୍ଟରରେ

କାଉନ୍‌ସିଲ ବ୍ଲଫ୍ସ (ୟୁଏସ୍‌), ୧୫ା୭ (ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସିଧାସଳଖ ଗେମ୍‌ରେ ବିଜୟ ହାସଲ...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

ଆରମ୍ଭରୁ ଝଟ୍‌କା

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ଦଳ...

Advertisement
Archives

Model This Week