ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ପୁରାନ, ଆଲେନ, ଥୋମାସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୯।୭(ପି.ଟି.)- ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ପକ୍ଷରୁ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଫାବିଆନ୍‌ ଆଲେନ, ନିକୋଲାସ ପୁରାନ ଓ ଓଶାନେ ଥୋମାସଙ୍କୁ ପ୍ରଥମଥର ଲାଗି କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି। ସେହିଭଳି ୭ ଜଣ ଖେଳାଳିଙ୍କୁ ସମସ୍ତ ଫର୍ମାଟ୍‌ (ଟେଷ୍ଟ, ଦିନିକିଆ ଓ ଟି୨୦)ଲାଗି ଚୁକ୍ତିରେ ସାମିଲ କରାଯାଇଛି। ଏହି ୭ଜଣ ଖେଳାଳିଙ୍କ ମଧ୍ୟରେ ଡାରେନ ବ୍ରାଭୋ, ଶିମରନ ହେଟ୍‌ମେୟର, କେମୋ ପଲ୍‌, ଅଧିନାୟକ ଜାସନ ହୋଲ୍ଡର, ଶାଇ ହୋପ୍‌, ଅଲଜାରୀ ଜୋସେଫ୍‌ ଓ କେମାର ରୋଚ୍‌ ରହିଛନ୍ତି। ପୂର୍ବରୁ ମାତ୍ର ୪ ଜଣ ଖେଳାଳି ସମସ୍ତ ଫର୍ମାଟ୍‌ ଲାଗି କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଥିଲେ। ଏବେ କିନ୍ତୁ ଏଥିରେ ବ୍ରାଭୋ, ହେଟମେୟର ଓ ପଲ୍‌ଙ୍କୁ ସାମିଲ କରାଯାଇଛି। ମୋଟ୍‌ ଉପରେ ୧୯ ଜଣ ଖେଳାଳି ଆସନ୍ତା ଏକ ବର୍ଷ ଲାଗି ଏହି ଚୁକ୍ତିରେ ରହିଛନ୍ତି। ଏହାର ଅବଧି ଚଳିତ ଜୁଲାଇ ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିଛି।
କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ କେନ୍ଦ୍ରୀୟ ଚୁକ୍ତି ତାଲିକା (ପୁରୁଷ)- ଡାରେନ ବ୍ରାଭୋ, ଶିମରନ ହେଟ୍‌ମେୟର, ଜାସନ ହୋଲ୍ଡର, ଶାଇ ହୋପ୍‌, ଅଲ୍‌ଜାରୀ ଜୋସେଫ୍‌, କେମୋ ପଲ୍‌, କେମାର ରୋଚ୍‌ (ସମସ୍ତ ଫର୍ମାଟ୍‌ ଲାଗି), କ୍ରେଗ୍‌ ବାର୍ଥଓ୍ବେଟ୍‌, ଜନ୍‌ କ୍ୟାମ୍ପବେଲ, ରୋଷ୍ଟନ ଚେଜ୍‌, ଶାନେ ଡାର୍‌ଓ୍ବିଚ୍‌, ଶାନନ ଗ୍ରାବିଏଲ୍‌ ଓ ଜୋମେଲ ଓ୍ବାରିକାନ୍‌ (କେବଳ ଟେଷ୍ଟ ଲାଗି), ଫାବିଆନ ଆଲେନ, କାର୍ଲୋସ ବାର୍ଥଓ୍ବେଟ୍‌, ଶେଶଡନ କୋଟ୍ରେଲ, ନିକୋଲାସ ପୁରାନ, ରୋଭମାନ ପାଓ୍ବଲେ ଓ ଓଶାନେ ଥୋମାସ (କେବଳ ଦିନିକିଆ ପାଇ:)।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri