ପ୍ରତି ଘରକୁ ଯାଇ ସ୍କ୍ରିନିଂ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

ରାଜନଗର, ୧୧।୪ (ଡି.ଏନ୍‌.ଏ.)-କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳରେ ଜଣେ କରେନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଥିବା ବେଳେ ଲୋକମାନେ ଆତଙ୍କିତ ହୋଇରହିଛନ୍ତି। ଏଭଳିସ୍ଥିତିରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଜନଗର ବ୍ଲକ ଅଧୀନ ୨୯ ପଞ୍ଚାୟତର ପ୍ରତ୍ୟେକ ଘରେ ପହଞ୍ଚତ୍ ସ୍କ୍ରିନିଂ କରୁଛନ୍ତି। ୧୬୦ଟି ମେଡିକାଲ ଟିମ୍‌ ଏଥିରେ ସାମିଲ ହୋଇଥିବା ବେଳେ ଟିମ୍‌ରେ ଜଣେ ଲେଖାଏ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି। ଟିମ୍‌ ସଦସ୍ୟମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କୁ ଜ୍ୱର, ଥଣ୍ଡା, କାଶ, ଛିଙ୍କ ଆଦି ହେଉଛି କି ନାହିଁ ପଚାରିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାଛଡ଼ା ଉକ୍ତ ପରିବାରର କେହି ସଦସ୍ୟ ରାଜ୍ୟ ବା ଦେଶ ବାହାରୁ ଆସିଛନ୍ତି କି ନାହିଁ, ଏ ସମ୍ପର୍କିତ ରିପୋର୍ଟ ତିଆରି କରୁଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ରଶ୍ମୀରଞ୍ଜନ ମହାନ୍ତି, ଡା. ପ୍ରଣବ ଶୁକ୍ଳାଙ୍କ ସମେତ ୮ଜଣ ଆୟୁଷ ଡାକ୍ତର ଏହାର ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

ଶିକ୍ଷାବିତ୍‌ଙ୍କ ଅକାଳ ବିୟୋଗ: ଚକ୍ଷୁ ଦାନ କରି ସାଜିଲେ ଉଦାହରଣ

ନୂଆପଡ଼ା/ସିନାପାଲି,୨୩ା୬(ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଅଞ୍ଚଳର ଶିକ୍ଷାବିତ୍‌ ଜଗନ୍ନାଥ ନାୟକଙ୍କ ୫୨ ବର୍ଷ ବୟସରେ ରବିବାର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

ଦାଦନ ଖଟିବାକୁ ଯାଇଥିଲେ ଗୋଆ, ୪ ମହଲା କୋଠାରୁ ଖସି ପଡ଼ି ଚାଲିଗଲା ଗଣେଶଙ୍କ ଜୀବନ

ମୋହନା, ୨୩।୬( ମନ୍ମଥ ମିଶ୍ର ): ଦାଦନ ଖଟିବାକୁ ଯାଇଥିଲେ ଗୋଆ । ହେଲେ ୪ ମହଲା ଅଟ୍ଟାଳିକାରୁ ତଳକୁ ଖସି ପଡ଼ିବାରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ…

ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri