ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଜନା: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ ଅଫିସ, ୭ା୬: କରୋନା(କୋଭିଡ-୧୯)କୁ ନଜରରେ ରଖି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ହୋମିଓପାଥି ଔଷଧ ଦିଆଯିବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ପୁରୀସ୍ଥିତ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ହୋମିଓପାଥି)ର ଭାରପ୍ରାପ୍ତ ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଆସନ୍ତା ୯ରୁ ୧୩ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ହୋମିଓପାଥି ଔଷଧ ବଣ୍ଟନ ପାଇଁ ନୀଳାଦ୍ରି ଭକ୍ତନିବାସରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏଥିଲାଗି ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତି ଶିବିରକୁ ଆସି ପୂରା ପରିବାର ପାଇଁ ଔଷଧ ନେଇପାରିବେ। ୯ରେ ଦଇତାପତି ନିଯୋଗ, ୧୦ରେ ପ୍ରତିହାରୀ ନିଯୋଗ, ୧୧ରେ ସୁଆର ମହାସୁଆର ନିଯୋଗ, ୧୨ରେ ପୂଜାପଣ୍ଡା ନିଯୋଗ ଏବଂ ୧୩ରେ ଗରାବଡ଼ୁ ନିଯୋଗ ମଧ୍ୟରେ ଔଷଧ ବଣ୍ଟନ ଲାଗି ଯୋଜନା ହୋଇଛି। ସବୁ ନିଯୋଗ ଏହାକୁ ସଫଳ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ...

ଏଥର ୨୨ କୋଟିର ବ୍ୟବସାୟ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନଠାରେ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ...

CORONAVIRUS UPDATE: ରାଜ୍ୟରେ ୩୪୯୦ ନୂଆ ପଜିଟିଭ୍‌ ଚିହ୍ନଟ, ଆଜିବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୪୯୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୩୧୩୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

୨୦ ପଇସା କମିଲା ଡିଜେଲ

ଭୁବନେଶ୍ୱର,୨୬।୯: ଭୁବନେଶ୍ୱରରେ ଡିଜେଲ ଦର ୨୦ ପଇସା ହ୍ରାସ ପରିଲକ୍ଷିତ ହୋଇଛି। ଫଳରେ ଶୁକ୍ରବାର ଏଠାରେ ଡିଜେଲ ୭୭.୩୭ ଟଙ୍କାକୁ କମିଛି। ପେଟ୍ରୋଲ ଅପରିବର୍ତ୍ତିତ ୮୧.୬୦...

ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି,୫ା୬(ଡି.ଏନ.ଏ.)- ଅନବସର ଦର୍ଶନ ପାଇଁ ମହାପ୍ରଭୁ ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି ହୋଇଛି। ଶୁକ୍ରବାର ଚତୁର୍ଦ୍ଧାମୂତ୍ତିଙ୍କ ମହାସ୍ନାନପରେ ଶ୍ରୀଜୀଉମାନେ ଶୁକ୍ରବାରଠାରୁ...

ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍‌ବିଆଇ ବ୍ୟାଙ୍କ ଲକର୍‌ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ...

ଘଡ଼ୁଆଳରେ ଗୟଳ ଆତଙ୍କ: ୩ ଆହତ

ନୟାଗଡ଼ ଅଫିସ, ୨୧।୧୦: ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଘଡ଼ୁଆଳ ଗ୍ରାମରେ ସୋମବାର ଏକ ଗୟଳ ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଗୟଳ ଆକ୍ରମଣରେ...

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୫ା୩:ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ଦୁହେଁ ହେଲେ ମଙ୍କୁ ଓୟାମ୍‌(ଜୟରାମ) ଏବଂ ଲାଛୁ ମାଡ଼କାମ(ବିଶ୍ୱନାଥ)। ମଙ୍କୁଙ୍କ ଘର...

Advertisement
Archives

Model This Week