ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର ନର୍ଥ କେରୋଲିନାସ୍ଥିତ ଏକ ଜୁ’ରେ ଧଳା ରଙ୍ଗର କୁମ୍ଭୀର ରହିଛନ୍ତି। ଏହାକୁ ଦେଖିବା ପାଇଁ କାହିଁ କେତେଦୂରୁ ଲୋକେ ଆସିଥାନ୍ତି। ହେଲେ ଆପଣ ଭାବୁଥିବେ ହଠାତ୍‌ କୁମ୍ଭୀର କଥା କାହିଁକି କହୁଛୁ। ଆଜ୍ଞା ଏହି କୁମ୍ଭୀର ଏଭଳି ସେଭଳି ନୁହେଁ ଏଥିରେ କିଛି ନିଆରା କଥା ରହିଛି। କେରୋଲିନାସ୍ଥିତ ଜୁ’ରେ ଥିବା ଏହି କୁମ୍ଭୀରଙ୍କୁ ବିଳାସମୟ ଓ ରାଜକୀୟଠାଣିରେ ଯତ୍ନ ନିଆଯାଇଥାଏ। ପ୍ରତିଦିନ ତାଙ୍କୁ ବ୍ରଶ୍‌ରେ ସଫା କରାଯାଉଥିବା ବେଳେ ସେମାନେ ରହୁଥିବା ପାଣିକୁ ମଧ୍ୟ କିଛି ଦିନ ବ୍ୟବଧାନରେ ପରିବର୍ତ୍ତନ କରାଯାଇଥାଏ। କାରଣ ଏଭଳି ପ୍ରଜାତିର କୁମ୍ଭୀରମାନେ ପ୍ରାକୃତିକ ଅବସ୍ଥାରେ ଜୀବିତ ହୋଇ ବେଶୀ ଦିନ ରହି ନ ଥାନ୍ତି।

ଏଠାରେ ୧୪ବର୍ଷର ଏକ କୁମ୍ଭୀର ରହିଛି ଯାହାର ନାମ ଲୁନା। ସେ ଅଲବିନୋ(ଧଳା ହୋଇଯିବାର ଏକ ରୋଗ) ରୋଗରେ ଆକ୍ରାନ୍ତ ହୋଇଛି। ବିଶ୍ୱରେ ଅଲବିନୋ କୁମ୍ଭୀର ବିରଳ। ସିକାଗୋର ପ୍ରାଣୀବିଜ୍ଞାନ ଅନୁସାରେ, ସାରା ବିଶ୍ୱରେ କେବଳ ୧୦୦ ଅଲବିନୋ କୁମ୍ଭୀର ଅଛନ୍ତି। କୁହାଯାଏ, ଏମାନଙ୍କର ଚମଡା ବହୁ ନରମା ହୋଇଥାଏ, ଯେଉଁଥିପାଇଁ ସେମାନେ ନିଜକୁ ଶିକାରୀଠାରୁ ବଞ୍ଚାଇପାରନ୍ତି ନାହିଁ। ଏତଦ୍‌ ବ୍ୟତୀତ ଅନ୍ୟମାନଙ୍କ ତୁଳନାରେ ଏଭଳି ପ୍ରଜାତିର କୁମ୍ଭୀର ଖରାରେ ମଧ୍ୟ ରହିପାରନ୍ତି ନାହିଁ।

କାରଣ ଖରାରେ ଏମାନଙ୍କର ଚମଡା ଓ ଆଖି ଜଳିଯାଇଥାଏ। ଏଥିପାଇଁ ଅଲବିନୋ ନିଜ ଶିକାରୀଙ୍କୁ ମଧ୍ୟ ଦେଖିପାରନ୍ତିନାହିଁ। ସୂଚନା ମୁତାବକ ଅଲବିନୋ ଏକ ସ୍ବତନ୍ତ୍ର ଜେନେଟିକ୍‌ ରୋଗ। ଯାହା କୌଣସି ବ୍ୟକ୍ତି, ମାଛ, ମାଙ୍ଗଡ, ସ୍ତନପ୍ରାଣୀ ଓ ସରୀସୃପକୁ ମଧ୍ୟ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ତ୍ୱଚା, ଆଖି ଓ କେଶର ରଙ୍ଗ ଧଳା ହୋଇଯାଉଥିବା ବେଳେ ଏମାନେ ଅତ୍ୟଧିକ ସମ୍ବେଦନଶୀଳ ମଧ୍ୟ ହୋଇଥାନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪...

ବୁଡିବେନି ଏଇ ହ୍ରଦରେ; ପହଁରା ନ ଶିଖିଥିବା ଲୋକ ବି…

ପାଣିକୁ ଅନେକେ ଡରନ୍ତି। ସମୁଦ୍ର, ହ୍ରଦ ଦେଖିଲେ ତ ବୁଡିଯିବା ଭୟରେ ସେମାନଙ୍କ ଦେହ ଥରିଯାଏ। କିନ୍ତୁ ଆମେ ଏମିତି ଏକ ହ୍ରଦ ବିଷୟରେ କହିବୁ...

୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ…

ଓ୍ବାଶିଂଟନ,୬।୧୦: ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ ବର୍ଷ ପରେ ୨୦୫୦...

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ...

ସାମାନ୍ୟ କାଚଖଣ୍ଡ ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ଓ୍ବାଶିଂଟନ,୨୬ା୯: ଆମେରିକାର କେଭିନ କିନାର୍ଡ ନାମକ ଜଣେ ବ୍ୟକ୍ତି ପାର୍କରେ ବୁଲିବା ସମୟରେ ଏମିତି ଏକ ଜିନିଷ ପାଇଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇଦେଲା। ସେ...

କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର...

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା...

‘ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ’

ବେଜିଂ,୧୨ା୬: ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍‌ଙ୍କ ବିବୃତ୍ତିରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଇ ଫେଙ୍ଗେ ପୁଣି ଥରେ କଡ଼ା ଜବାବ ଦେଇଛନ୍ତି। ଚାଇନାର ପ୍ରତିରକ୍ଷା...

Advertisement
Archives

Model This Week