ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ। ଇତିହାସରେ ପ୍ରଥମ ଥର ପାଇଁ ଏପରି କଟକଣା ଲାଗୁ କରାଯାଇଛି। ଫଳରେ ଏବେ ଅଟକି ଯାଇଛି ସାରା ଦେଶ। ହେଲେ କରୋନା ପ୍ରକୃତି ପାଇଁ ବରଦାନ ସାଜିଛି । ମନୁଷ୍ୟର ଅତ୍ୟଧିକ ହସ୍ତକ୍ଷେପ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରକୃତି ନିଜକୁ ପୁଣି ଥରେ ସଜାଡ଼ିବା ଆରମ୍ଭ କରିଛି। ବାୟୁରେ କମିଗଲାଣି ପ୍ରଦୂଷଣ। ପ୍ରଦୂଷିତ ନଦୀ ଜଳରେ ଫେରିଲାଣି ସ୍ବଚ୍ଛତା। କରୋନା ପ୍ରଭାବରେ ହୋଇଥିବା ବନ୍ଦ ମଣିଷଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପ୍ରକୃତି କିନ୍ତୁ ନିଜ ରୂପକୁ ଫେରିବା ଆରମ୍ଭ କରିଛି।
ମାର୍ଚ୍ଚ ୨୪ରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଦେଶର ୧୩୦କୋଟି ଜନସାଧାରଣଙ୍କ ଜୀବନ ଘରର ଚାରିକାନ୍ଥ ଭିତରେ ସୀମିତ ହୋଇଯାଇଛି। କଳକାରଖାନା, ଦୋକାନବଜାର ସବୁ କିଛି ବନ୍ଦ ଅଛି। ଏହାର ପ୍ରଭାବରେ ଭାରତର ବୃହତ୍ତମ ନଦୀ ଗଙ୍ଗା ସ୍ବଚ୍ଛ ହେଉଛି। ବାରଣାସୀରେ ଅବିରାମ ଗତିରେ ପ୍ରବାହିତ ଗଙ୍ଗାର ନର୍ମଳ ଧାରା ପାଲଟିଛି ଏହାର ମୂକସାକ୍ଷୀ। ଯେଉଁ ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ତାହାକୁ ସଫଳ କରୁଛି ଲକ୍‌ଡାଉନ୍‌।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଗଙ୍ଗାନଦୀ କୂଳରେ ଗଢ଼ି ଉଠିଥିବା କମ୍ପାନୀର ବର୍ଜ୍ୟଜଳ ଏହାର ପାଣିକୁ ପ୍ରଦୂଷିତ କରୁଛି। ନଦୀର ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଇଥିଲା ଯେ, ତାହା ବ୍ୟବହାର ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। ହେଲେ ନିକଟରେ କରାଯାଇଥିବା ପରୀକ୍ଷଣରୁ ଗଙ୍ଗାନଦୀରେ ଚିହ୍ନଟ କରାଯାଇଥିବା ୩୬ସ୍ଥାନ ମଧ୍ୟରୁ ୨୭ଟିରେ ପାଣିର ଗୁଣବତ୍ତା ପୂର୍ବାପେକ୍ଷା ଯଥେଷ୍ଟ ପରିମାଣରରେ ବୃଦ୍ଧି ପାଇଛି। ଏସବୁ ସ୍ଥାନରେ ଜଳଚଳଜୀବଙ୍କ ଉପସ୍ଥିତ ମଧ୍ୟ ଦେଖିବାକୁ ମିଳିଛି, ଯାହା ମତ୍ସ୍ୟଚାଷ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ସାଧାରଣତଃ ଏପ୍ରିଲ ମାସରେ ଗଙ୍ଗାନଦୀର ଜଳସ୍ତର ହ୍ରାସ ପାଇଥାଏ। ଏହାର ସ୍ରୋତ ଅକ୍ଷେପାକୃତ କମିଯାଇଥାଏ। ହେଲେ ଲକ୍‌ଡାଉନ୍‌ ଯୋଗୁ ଏହାର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। କେବଳ ଗଙ୍ଗାନୁହେଁ ଅନ୍ୟତମ ବୃହତମ ନଦୀ ଯମୁନାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ପୂର୍ବରୁ ମାତ୍ରାଧିକ ପ୍ରଦୂଷଣ ଯୋଗୁ ନଦୀ ଜଳରେ ଧଳାଫେଣ ସୃଷ୍ଟି ହେଉଥିଲା। ଏହା ପିଇବା ତ ଦୂରର କଥା ସ୍ନାନ କରିବାକୁ ମଧ୍ୟ ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। କରୋନା ପାଇଁ ହୋଇଥିଲା ଲକ୍‌ଡାଉନ ପରେ ଏଥିରେ ସୁଧାର ଆସିଥିବା ସିପିସିବି ପକ୍ଷରୁ କୁହାଯାଇଛି।
କେବଳ ଏତିକି ନୁହେଁ, ଦିଲ୍ଲୀ-ଏନ୍‌ସିଆରବାସୀଙ୍କ ପାଇଁ ଶୁଦ୍ଧବାୟୁ ସ୍ବପ୍ନ ପାଲଟିଥିଲା। ହେଲେ ଏବେ ବାୟୁରେ ଶୁଦ୍ଧତା ବଢ଼ିଛି। ଏଠାକାର ବାୟୁର ଗୁଣବତ୍ତା ଅନ୍ତର୍ଜାତୀୟ ଇଣ୍ଡେକ୍ସ ଭିତରକୁ ଆସିଛି, ଯାହା ଆଗାମୀ ଭବିଷ୍ୟତ ପାଇଁ ଶୁଭସଙ୍କେତ। ସେହିପରି ପଞ୍ଜାବର ଜଳନ୍ଧର ଆକାଶରେ ସ୍ବଚ୍ଛତା ଆସିଛି। ଜଳନ୍ଧରରୁ ବରଫାବୃତ୍ତ ହିମାଳୟ ପର୍ବତର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି। ଏହାକୁ ସୋସିଆଲ ମିଡିଆ ୟୁଜରମାନେ ବହୁସଂଖ୍ୟାରେ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?