ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର

ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ ପତ୍ରକୁ ଜାରି କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୨୪ଘଣ୍ଟା ଭିତରେ କୃଷକଙ୍କ ଋଣ ଛାଡ଼ କରାଯିବା ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଦୁଇ ଏକର ଜମି ଥିବା କୃଷକଙ୍କୁ ମାଗଣାରେ ବିଜୁଳି ଯୋଗାଇଦେବା ସହ ଫସଲ ବୀମାର ଗୋଟିଏ କିସ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯେପରି ମରୁଡି ଓ ବନ୍ୟାରେ ଫସଲ ଖରାପ ହେଲେ ପ୍ରତି ଏକର ପିଛା ୧୨ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ମହିଳାଙ୍କୁ ରୋଷେଇ ଖର୍ଚ୍ଚ ବାବଦରେ ମାସକୁ ୨ହଜାର ଟଙ୍କା ଦିଆଯିବ। ଏଥିସହ ସରକାରୀ ଚାକିରୀ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ କଂଗ୍ରେସର ଏହି ଘୋଷଣା ପତ୍ର ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ବିରୋଧୀ ନେତା: ମମତା

କୋଲକାତା,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ତୀବ୍ର ପ୍ରତିକ୍ରିୟା...

ନିର୍ବାଚନ ଚିହ୍ନ-ନାମ ପାଇଁ ହୋଇଛି ୨ ହଜାର କୋଟିର କାରବାର: ସଞ୍ଜୟ ରାଉତ…

ମୁମ୍ବାଇ,୧୯।୨ : ନିବ;ାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ପ୍ରଦାନ କରିଛନ୍ତି। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ...

ଉଦ୍ଧବ ଠାକରେ ପୁରୁଷତ୍ୱ ପାଇଁ ଏକ କଳଙ୍କ: ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରର ଭାଜପା ବିଧାୟକ ନୀତେଶ ରାଣେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଉଦ୍ଧବ ଠାକରେଙ୍କୁ...

ମଣିପୁରରେ ୨ ବସ୍‌ ଜାଳିଦେଲେ

ଇମ୍ଫାଲ,୨୭।୭: ମଣିପୁରରେ ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। କାଙ୍ଗପୋକ୍‌ପି ଜିଲାରେ ସୁରକ୍ଷାକର୍ମୀଙ୍କ ଯାତାୟାତରେ ବ୍ୟବହାର ହେଉଥିବା ଦୁଇଟି ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଜାଳ ଦେଇଛନ୍ତି।...

ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ...

ଅଭେଦ୍ୟ ହେବ ଦିଲ୍ଲୀ ଏନ୍‌ସିଆର୍‌: ଚାରିପଟେ ସୁରକ୍ଷା ଲାଗି ମୁତୟନ କରାଯିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଚାରିପଟେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ମୁତୟନ...

ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା...

କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ...

Advertisement
Archives

Model This Week