ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ: ୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦- ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ ପୌର ପ୍ରଶାସନ ଇପିଏଫ୍‌ ଫଣ୍ଡରେ ଜମା କରୁନାହିଁ। ଦୀର୍ଘ ୯ ମାସ ହେବ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ଖାମଖିଆଲି କାର୍ଯ୍ୟ ଯୋଗୁ ଆଗାମୀ ଦିନରେ ପୌର ପ୍ରଶାସନକୁ ହଜାର ହଜାର ଟଙ୍କା ଅଯଥାରେ ଜରିମାନା ବାବଦକୁ ଦେବାକୁ ପଡ଼ିବ। ତେବେ ଉକ୍ତ ଜରିମାନା ଅର୍ଥ ପୌରପାଳିକା କେଉଁ ଫଣ୍ଡରୁ ନେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକାରେ ଏବେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ଦରମାରୁ ଇପିଏଫ ବାବଦ ଅର୍ଥ କଟାଯାଉଛି। କର୍ମଚାରୀଙ୍କ ଦରମାରୁ ୧୨.୫ ପ୍ରତିଶତ କଟୁଥିବା ବେଳେ ନିୟମ ଅନୁଯାୟୀ ପୌରପାଳିକା ୧୨.୫ ପ୍ରତିଶତ ଜମା କରୁଛି। ହେଲେ ଗତ ଜାନୁୟାରୀ ମାସରୁ ଏହା ସିଧାସଳଖ ଇପିଏଫ୍‌ ଫଣ୍ଡରେ ଜମା ନ କରାଯାଇ ବ୍ୟାଙ୍କରେ ରଖାଯାଉଛି। କେଉଁ କାରଣରୁ ପୌର କର୍ତ୍ତୃପକ୍ଷ ଟଙ୍କା ଇପିଏଫ୍‌ ଫଣ୍ଡରେ ଜମା କରୁନାହାନ୍ତି ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ ଏଣେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁଯାୟୀ ପ୍ରତି ମାସର ଦରମାରୁ କଟିଥିବା ଇପିଏଫ୍‌ ଅର୍ଥ ପରବର୍ତ୍ତୀ ମାସ ମଧ୍ୟରେ ଜମା ହେବା କଥା। ନଚେତ ଭବିଷ୍ୟନିଧି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟ ଉପରେ ପେନାଲ ଡ୍ୟାମେଜ ଚାର୍ଜ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ପୌରପାଳିକା ଉପରେ ୯ ମାସର ପେନାଲ ଡ୍ୟାମେଜ ଚାର୍ଜ ଲାଗିବ। ସ୍ଲାବ ଅନୁଯାୟୀ ଚାର୍ଜ ଲାଗୁ କରାଯାଉଥିବାରୁ ଜରିମାନା ବାବଦରେ ପୌରପାଳିକାକୁ ବହୁ ପରିମାଣର ଅର୍ଥ ଜମା କରିବାକୁ ପଡ଼ିବ। ସେହିପରି ପୌରପାଳିକା ଇପିଏଫ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛି ତାହା


Enter your email to get our daily news in your inbox.

All Right Reserved By Dharitri.Com

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...

କାଲିଙ୍ଗାଠାରେ ୭୦ କିଲୋ ଗଞ୍ଜେଇ, କାର ଜବତ: ଚାଲାଣକାରୀ ଗିରଫ

ଜି.ଉଦୟଗିରି,୮।୭(ଡି. ଏନ୍‌. ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଧୀନ କାଲିଙ୍ଗାଠାରେ ବୁଧବାର ପୋଲିସ ଏକ କାର ସହ ୭୦ କିଲୋ ଗଞ୍ଜେଇ ଜବତ କରିଛି।...

ଖରିଫ ଚାଷ ପାଇଁ ଜମିକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର, ୭।୬ (ବ୍ୟୁରୋ)- ଅଦିନିଆ ବର୍ଷା ସହ କୁଆପଥର ମାଡରେ ରବି ଧାନ ସହିତ ପନିପରିବା, ଡାଲି, ଫଳ ଜାତୀୟ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ...

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ...

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ତ୍ରୁଟି ଯୋଗୁ ଗଣନାରୁ ବାଦ୍‌ ପଡ଼ିଲା ୧୨ ଇଭିଏମ୍‌

ଦିଗପହଣ୍ଡି,୨୭ା୫(ଡି.ଏନ୍‌.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ୪୦,୪୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂର୍ଯ୍ୟ ୭୫,୦୧୬ ଭୋଟ ପାଇଥିବା...

ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନରାୟଣ ସାହୁଙ୍କ ଘରେ ଶୁକ୍ରବାର...

କଣାସ ବ୍ଲକରେ ୩ ମାସର ରାଶନ ଚାଉଳ ବଣ୍ଟନ

କଣାସ,୩।୨୦(ସ୍ବ.ପ୍ର.)- ମହାମାରୀ କରୋନା ସଂକ୍ରମଣ ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା ପରେ ଅଧିକାଂଶ ଗରିବ ଲୋକେ ରୋଜଗାର ବାଟ ବନ୍ଦ ସହ ଖାଦ୍ୟ ଯୋଗାଡ଼...

କେରଳରେ ଫସିଛନ୍ତି ଗଞ୍ଜାମର ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକର ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ କେରଳର ମାଙ୍ଗଅଭିରେ ଫସି ରହିଛନ୍ତି। କରୋନା ଯୋଗୁ ଲକ୍‌ଡାଉନ ପରେ ସେମାନଙ୍କ ଅବସ୍ଥା ଜଟିଳ...

Advertisement


Archives

Model This Week