ପୌରପାଳିକାରେ ଖୋଲିଲା ୨୩ ୱାର୍ଡ ଅଫିସ: ଏଣିକି ସମସ୍ୟା ବୁଝିବେ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ,୧।୯ – ଅନୁଗୋଳ ଲୋକଙ୍କ ସମସ୍ୟା ବୁଝିବ ପୌର ପ୍ରଶାସନ। ଏଥିପାଇଁ ଶନିବାର ପୌରପାଳିକା ଅଧୀନରେ ଥିବା ୨୩ଟି ୱାର୍ଡ଼ରେ ଖୋଲା ଯାଇଛି ୱାର୍ଡ଼ ଅଫିସ। ଏଣିକି ଲୋକେ ସମସ୍ୟା ଧରି ପୌର କାର୍ଯ୍ୟାଳୟ ଆସିବା ପରିବର୍ତ୍ତେ ନିଜ ନିଜ ଓ୍ବାର୍ଡ ଅଫିସ୍‌କୁ ଯିବେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଏହି ଓ୍ବାର୍ଡ ଅଫିସ୍‌ ଖୋଲାଯିବା ଫଳରେ ସରକାରଙ୍କ ସୁଶାସନ ସବୁ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରତିଦିନ ସକାଳ ୧୦ଟାରୁ ଦୁଇ ଘଣ୍ଟା ପାଇଁ ସବୁ ୱାର୍ଡ଼ରେ ଏହି ୱାର୍ଡ଼ ଅଫିସ ଖୋଲିବ। ଜଳଯୋଗାଣଠାରୁ ଆରମ୍ଭ କରି ପରିମଳ, ବିଦ୍ୟୁତ ଆଦି ସମସ୍ତ ସମସ୍ୟାର ଏଠାରେ ଦୈନିକ ଶୁଣାଣି ହେବ। ଏଥିପାଇଁ ପୌରପାଳିକାର କର୍ମଚାରୀଙ୍କୁ ୱାର୍ଡ଼ ଅଫିସର ଦାୟିତ୍ୱ ପ୍ରଦାନ କରାଯାଇଛି। ୱାର୍ଡ ସମ୍ପର୍କରେ ସମସ୍ତ ଜ୍ଞାନ, ଅଭିଜ୍ଞତା ଓ ଓ୍ବାର୍ଡକୁ ବୁଝିଲା ଭଳି ଦକ୍ଷତା ଥିବା କର୍ମଚାରୀଙ୍କୁ ବଛାଯାଇଛି। ତେଣୁ ୱାର୍ଡ଼ରେ କୌଣସି ସମସ୍ୟା ଲାଗି ରହିଥିଲେ ଏଥିପାଇଁ ଓ୍ବାର୍ଡ ଅଫିସର ଦାୟୀ ରହିବେ। ଅନୁଗୋଳରେ ୱାର୍ଡ ଅଫିସ ଖୋଲିବା ପରେ ବିଭିନ୍ନ ସ୍ଥାନରେ କିଛି ଅଭିଯୋଗ ୱାର୍ଡ଼ ଅଫିସରଙ୍କ ପାଖକୁ ଆସିଛି। ଅନ୍ୟପକ୍ଷରେ ଓ୍ବାର୍ଡ ଅଫିସ୍‌ ଖୋଲା ଯିବାପରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଥମ ଦିନରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ୱାର୍ଡ ଅଫିସ୍‌ ପାଇଁ ନିୟୋଜିତ ହୋଇଥିବା ୱାର୍ଡ଼ ଅଫିସରଙ୍କ ନିମନ୍ତେ କେତେକ ସ୍ଥାନରେ ଚୌକି ନ ଥିବାରୁ ଅସୁବିଧା ଉପୁଜିଥିଲା। ସେହିପରି ହୁଲୁରିସିଂହା ନେତାଜୀ କ୍ଲବରେ ଖୋଲିଥିବା ୱାର୍ଡ଼ ଅଫିସ ପ୍ରଥମ ଦିନରେ କାର୍ଯ୍ୟକାରୀ ହୋଇପାରି ନାହିଁ। କ୍ଲବରେ ଚାବି ପଡିଥିବାରୁ ଓ୍ବାର୍ଡ ଅଫିସର ଗଛ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି ଯେ, ପ୍ରଥମ ଦିନ ହୋଇଥିବାରୁ କିଛି ସ୍ଥାନରେ ବିଭ୍ରାଟ ଦେଖାଦେଇଥିଲା। ଭୁଲ୍‌ବଶତଃ ହୁଲୁରିସିଂହାରେ କ୍ଲବ ଚାବି ଧରି ଜଣେ ଅନ୍ୟତ୍ର ଚାଲିଯାଇଥିଲେ। ଆଗକୁ ଏପରି ହେବ ନାହିଁ। ପ୍ରଥମ ଦିନରୁ ହିଁ ଓ୍ବାର୍ଡ ଅଫିସରଙ୍କ ନିକଟକୁ ପ୍ରାୟ ୪୦ ସହରବାସୀ ସେମାନଙ୍କ ଅଞ୍ଚଳର ସମସ୍ୟା ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ: ସାପ କାମୁଡ଼ିଥିବା ସନ୍ଦେହ

ଛେଣ୍ଡିପଦା, ୨୩।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ପୂର୍ବତନ ସମିତି ସଭ୍ୟଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କୋଶଳା ପଞ୍ଚାୟତର ପୂର୍ବତନ...

ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ

ବଇଣ୍ଡା,୧।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ...

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ

ବଇଣ୍ଡା/ ମାଧପୁର,୨୮।୪(ଡି.ଏନ.ଏ.):  ଅନୁଗୋଳ ଜିଲା ଆଠମଲ୍ଲିକଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏ ନେଇ ୪ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ବୁଧବାର ଆଠମଲ୍ଲିକ ଗସ୍ତରେ ଆସି...

ପାଇପ୍‌ ଫାଟି ବିଲରେ ମାଡ଼ୁଛି ପାନୀୟ ଜଳ

ମାଧପୁର,୧୮।୪: ଗ୍ରୀଷ୍ମ ପ୍ରବାହ ବେଳେ ଗାଁକୁ ମିଳୁନି ପିଇବା ପାଣି। ୨ ଦିନ ହେଲା ପାଇପ୍‌ ଫାଟିବା କାରଣରୁ ସବୁତକ ପାଣି ବିଲରେ ମାଡ଼ୁଛି। କର୍ତ୍ତୃପକ୍ଷଙ୍କ ନିକଟରେ...

ଶିକାରୀ ଫାଶରେ କଲରାପତରିଆ

ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍‌ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ...

ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରୁ ଏକ ମାଖନା ହାତୀର ମୃତଦେହ ଠାବ

ଛେଣ୍ଡିପଦା,୨୦।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ଗୁଡିମରାଠାରେ ଶନିବାର ଏକ ମାଖନା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀଟି...

Advertisement
Archives

Model This Week