ପୌରପାଳିକାରେ ଖୋଲିଲା ୨୩ ୱାର୍ଡ ଅଫିସ: ଏଣିକି ସମସ୍ୟା ବୁଝିବେ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ,୧।୯ – ଅନୁଗୋଳ ଲୋକଙ୍କ ସମସ୍ୟା ବୁଝିବ ପୌର ପ୍ରଶାସନ। ଏଥିପାଇଁ ଶନିବାର ପୌରପାଳିକା ଅଧୀନରେ ଥିବା ୨୩ଟି ୱାର୍ଡ଼ରେ ଖୋଲା ଯାଇଛି ୱାର୍ଡ଼ ଅଫିସ। ଏଣିକି ଲୋକେ ସମସ୍ୟା ଧରି ପୌର କାର୍ଯ୍ୟାଳୟ ଆସିବା ପରିବର୍ତ୍ତେ ନିଜ ନିଜ ଓ୍ବାର୍ଡ ଅଫିସ୍‌କୁ ଯିବେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଏହି ଓ୍ବାର୍ଡ ଅଫିସ୍‌ ଖୋଲାଯିବା ଫଳରେ ସରକାରଙ୍କ ସୁଶାସନ ସବୁ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରତିଦିନ ସକାଳ ୧୦ଟାରୁ ଦୁଇ ଘଣ୍ଟା ପାଇଁ ସବୁ ୱାର୍ଡ଼ରେ ଏହି ୱାର୍ଡ଼ ଅଫିସ ଖୋଲିବ। ଜଳଯୋଗାଣଠାରୁ ଆରମ୍ଭ କରି ପରିମଳ, ବିଦ୍ୟୁତ ଆଦି ସମସ୍ତ ସମସ୍ୟାର ଏଠାରେ ଦୈନିକ ଶୁଣାଣି ହେବ। ଏଥିପାଇଁ ପୌରପାଳିକାର କର୍ମଚାରୀଙ୍କୁ ୱାର୍ଡ଼ ଅଫିସର ଦାୟିତ୍ୱ ପ୍ରଦାନ କରାଯାଇଛି। ୱାର୍ଡ ସମ୍ପର୍କରେ ସମସ୍ତ ଜ୍ଞାନ, ଅଭିଜ୍ଞତା ଓ ଓ୍ବାର୍ଡକୁ ବୁଝିଲା ଭଳି ଦକ୍ଷତା ଥିବା କର୍ମଚାରୀଙ୍କୁ ବଛାଯାଇଛି। ତେଣୁ ୱାର୍ଡ଼ରେ କୌଣସି ସମସ୍ୟା ଲାଗି ରହିଥିଲେ ଏଥିପାଇଁ ଓ୍ବାର୍ଡ ଅଫିସର ଦାୟୀ ରହିବେ। ଅନୁଗୋଳରେ ୱାର୍ଡ ଅଫିସ ଖୋଲିବା ପରେ ବିଭିନ୍ନ ସ୍ଥାନରେ କିଛି ଅଭିଯୋଗ ୱାର୍ଡ଼ ଅଫିସରଙ୍କ ପାଖକୁ ଆସିଛି। ଅନ୍ୟପକ୍ଷରେ ଓ୍ବାର୍ଡ ଅଫିସ୍‌ ଖୋଲା ଯିବାପରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଥମ ଦିନରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ୱାର୍ଡ ଅଫିସ୍‌ ପାଇଁ ନିୟୋଜିତ ହୋଇଥିବା ୱାର୍ଡ଼ ଅଫିସରଙ୍କ ନିମନ୍ତେ କେତେକ ସ୍ଥାନରେ ଚୌକି ନ ଥିବାରୁ ଅସୁବିଧା ଉପୁଜିଥିଲା। ସେହିପରି ହୁଲୁରିସିଂହା ନେତାଜୀ କ୍ଲବରେ ଖୋଲିଥିବା ୱାର୍ଡ଼ ଅଫିସ ପ୍ରଥମ ଦିନରେ କାର୍ଯ୍ୟକାରୀ ହୋଇପାରି ନାହିଁ। କ୍ଲବରେ ଚାବି ପଡିଥିବାରୁ ଓ୍ବାର୍ଡ ଅଫିସର ଗଛ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି ଯେ, ପ୍ରଥମ ଦିନ ହୋଇଥିବାରୁ କିଛି ସ୍ଥାନରେ ବିଭ୍ରାଟ ଦେଖାଦେଇଥିଲା। ଭୁଲ୍‌ବଶତଃ ହୁଲୁରିସିଂହାରେ କ୍ଲବ ଚାବି ଧରି ଜଣେ ଅନ୍ୟତ୍ର ଚାଲିଯାଇଥିଲେ। ଆଗକୁ ଏପରି ହେବ ନାହିଁ। ପ୍ରଥମ ଦିନରୁ ହିଁ ଓ୍ବାର୍ଡ ଅଫିସରଙ୍କ ନିକଟକୁ ପ୍ରାୟ ୪୦ ସହରବାସୀ ସେମାନଙ୍କ ଅଞ୍ଚଳର ସମସ୍ୟା ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?