ପୋଷା ପ୍ରାଣୀ ବି ମନୁଷ୍ୟକୁ ରଖିଥାନ୍ତିି ସୁସ୍ଥ !

ଓ୍ବାଶିଂଟନ,୮।୩ : କେତେକ ଲୋକଙ୍କର ଘରେ ପୋଷା ପ୍ରାଣୀ ପାଳିବା ସଉକ ରହିଥାଏ। କେହିକେହି କୁକୁର, ବିଲେଇ, ଠେକୁଆ, ଶୁଆ, କଇଁଛ ଆଦି ପ୍ରାଣୀ ଘରେ ପାଳିଥାନ୍ତି। ତେବେ ଏହାଦ୍ୱାରା ମନୁଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ପୋଷା ପ୍ରାଣୀ ରଖିଲେ ମନ ଆନନ୍ଦିତ ରହିବା ସହିତ ଶରୀର ବି ସୁସ୍ଥ ରହିଥାଏ। କିଛି ସମୟ ପୋଷା ପ୍ରାଣୀଙ୍କ ସହିତ ଖେଳିଲେ ଶରୀରରେ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରୋଟୋନି ଏବଂ ଏଣ୍ଡୋରଫିନ୍‌ ହରମୋନ୍‌ କ୍ଷରଣ ବୃଦ୍ଧି ପାଇଥାଏ। ଫଳରେ ମନରେ ଖୁସିଜାତ ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୁଏ। ଏହା ଦ୍ୱାରା ହାର୍ଟ ଆଟାକ୍‌, ବ୍ରେନ୍‌ ଷ୍ଟ୍ରୋକ୍‌, ଡାଇବେଟିସ୍‌ ସହିତ କିଡ୍‌ନୀ, ଲିଭର, ସ୍ପାଇନାଲ୍‌ କର୍ଡ ସମସ୍ୟା ଆଦି ଦୂର ହୋଇଥାଏ ବୋଲି ସାନ୍‌ ଫ୍ରାନ୍ସିକୋର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ କାହିଁକି ୬୮ ପ୍ରତିଶତ ଲୋକଙ୍କ ଘରେ ପୋଷା ପ୍ରାଣୀ ପାଳନ କରାଯାଇଥାଏ ସେ ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ। ମନୁଷ୍ୟଙ୍କ ଉପରେ ପଡୁଥିବା ପୋଷା ପ୍ରାଣୀଙ୍କ ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ହୋଇଥିଲା। ଘରେ ପାଳିତ ହୋଇଥିବା ପୋଷା ପ୍ରାଣୀଙ୍କର ସକାରାତ୍ମକ ପ୍ରଭାବ ନବଜାତ ଶିଶୁ ଉପରେ ମଧ୍ୟ ପଡ଼ିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ଅଟିଜିମ୍‌, ଅଲଝାଇମର୍‌, ମାନସିକ ବିସାଦ ଆଦି ସମସ୍ୟା ପୋଷା ପ୍ରାଣୀଙ୍କୁ ଘରେ ପାଳନ କରିବା ଦ୍ୱାରା ସହଜରେ ଦୂର ହୋଇପାରିଥାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର...

କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌...

କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

କ୍ଷତିକାରକ କଫି

କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬...

ମେରୁଦଣ୍ଡ ଯନ୍ତ୍ରଣା ଦୂର କରେ ଏହି ଶାଗ

ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ...

ରକ୍ତ ପରୀକ୍ଷାରୁ ଜାଣିହେବ ପୃଥୁଳତା

ଆଜିକାଲି ପୃଥୁଳତା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହେଲାଣି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଆଦି କାରଣରୁ ଜଣେ ପୃଥୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଏ।...

ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। -ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ।...

ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ।...

Advertisement


Archives

Model This Week