ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ୍‌: ୭ ଗିରଫ, ମାରଣାସ୍ତ୍ର ଜବତ

ତାଳଚେର,୧।୯(ନି.ପ୍ର.) – ତାଳଚେରର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଚଳାଉଥିବା ଏକ ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ କଲିୟରୀ ପୋଲିସ ଚଢ଼ାଉ କରି ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଘୁଆବୋଲ ଅଞ୍ଚଳର ବିକି ନାଏକ (୨୦), ବାଘୁଆବୋଲ ମୁଣ୍ଡା ସାହିର ଚେରେନ୍‌ ବନେରା(୧୯), ରାଉରକେଲା ସେକ୍ଟର ୨ ନୟା ବଜାରର ବଳରାମ ରାଓ(୩୦), ଅଙ୍ଗାରୁଆ ଅଞ୍ଚଳର ଚନ୍ଦନ ନାଏକ(୨୫), ଦେଉଳବେଡ଼ା କ୍ୱାର୍ଟର ନଂ. ଏଲ.ସି.ଏଚ୍‌-୨୭୬ରେ ରହୁଥିବା ପପୁ ନାଏକ(୨୫), ଦେଉଳବେଡ଼ା ଅଞ୍ଚଳର ମନୋରଞ୍ଜନ ଦାସ ଓରଫ ପିଣ୍ଟୁ (୨୧) ଏବଂ ସୁଜିତ ସିଂ ଓରଫ ସୁବ୍ରତ (୧୯)। ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହ ୨ଟି ବାଇକ୍‌, ଲାପଟପ, ୬ଟି ମୋବାଇଲ, ଚୋରି ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ତାଳଚେରର ବିଭିନ୍ନ ଅଞ୍ଚଳରେ ଘରେ ଓ ଦୋକାନରୁ ଲୁଟ୍‌ତରାଜ କରୁଥିଲେ। କଲିୟରୀ ଥାନା, ବିକ୍ରମପୁର ଥାନା ଅଞ୍ଚଳରେ ଥିବା ବହୁ କ୍ୱାର୍ଟର୍ସ, ରାଶନ ଦୋକାନ ଗୁଡିକରେ ଗ୍ରୀଲ ତାଡି ସାମଗ୍ରୀ ଚୋରି କରୁଥିବା ନେଇ ପୂର୍ବରୁ ସେମାନଙ୍କ ନାମରେ ୮ଟି ମାମଲା ଥିବା ପୋଲିସ କହିଛି। ଏପରିକି ଏହି ଗ୍ୟାଙ୍ଗ ଅନ୍‌ଲାଇନ୍‌ ଶପିଂରେ ସାମଗ୍ରୀ ବିକ୍ରି କରୁଥିବା ଜନୈକ କର୍ମଚାରୀଙ୍କଠାରୁ ମଧ୍ୟ ଲୁଟ କରିଥିବାର ଅଭିଯୋଗ ରହିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଆଇଆଇସି ସବ୍ୟସାଚୀ ରାଉତଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଗ୍ରହଣ କରୁନି ପୋଲିସ

ବଇଣ୍ଡା,୨୧।୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ବଅଁରନାଳୀ ଗ୍ରାମରେ ଥିବା ଏକ ପୋଖରୀରୁ କେତେଜଣ ବ୍ୟକ୍ତି ବେଆଇନ ଭାବେ ମାଛ ମାରି ନେଇଯାଉଥିବା ସୋମବାର ଗ୍ରାମ...

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧: ଅନୁଗୋଳ ଜିଲାର ସହରାଞ୍ଚଳର ପାନୀୟ ଜଳ ଯୋଗାଣ, ଆବର୍ଜନ ପରିଚାଳନା, ମୋ ଜାଗା ମିଶନ, ଭେଣ୍ଡିଂଜୋନ ବ୍ୟବସ୍ଥା ନେଇ ରବିବାର ପୂର୍ବାହ୍ନରେ ସର୍କିଟ...

ଘରଭଙ୍ଗା କାର୍ଯ୍ୟରେ ଲଗାଇଲେ ପ୍ରଧାନ ଶିକ୍ଷକ: ଛାତ୍ରୀଛାତ୍ରଙ୍କ ହାତରେ ଶାବଳ, କୋଡ଼ି

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜମ୍ବୁଗଡ଼ିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶନିବାର ଛାତ୍ରୀଛାତ୍ରମାନଙ୍କୁ ଘର ଭଙ୍ଗା କାର୍ଯ୍ୟରେ...

୭ଷ୍ଠ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୭ମ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୫୪୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭାଜପାର ଅଶୋକ ମହାନ୍ତି ପଛରେ...

ଭିଜିଲାନ୍ସ ଜାଲରେ ସମିତି ସମ୍ପାଦକ

ବଇଣ୍ଡା,୫।୪ (ଡି.ଏନ.ଏ.): ଧାନ ବିକ୍ରୟ ନିମନ୍ତେ ଟୋକନ କରାଇଦେବା ପାଇଁ ଜଣେ ଚାଷୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି...

ବିପଦ ଜଳ ଜଳ, ବଦଳାଯାଉନି

ବଅଁରପାଳ,୨୬।୫ (ଡି.ଏନ.ଏ.): କେଉଁଠି ବିଦ୍ୟୁତ୍‌ ଖୁଣ୍ଟର ମୂଳ ନଷ୍ଟ ହୋଇଗଲାଣି ତ ଆଉ କେଉଁଠି ଖୁଣ୍ଟ ବାଙ୍କି ଗଲାଣି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଉଚ୍ଚତାଠାରୁ ତଳକୁ ଓହଳି...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା...

ସମସ୍ୟା ଥିଲେ ଜଣାଅ: ଏସ୍‌ପି

ଅନୁଗୋଳ ଅଫିସ, ୨୯।୩ – ଲକ୍‌ଡାଉନ୍‌ ବେଳେ ଅନୁଗୋଳ ଜିଲାବାସୀଙ୍କୁ ସହାୟତା ପାଇଁ ପୋଲିସ ଓ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି। ଯଦି କେହି କୌଣସି...

Advertisement
Archives

Model This Week