ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି ଲୁଟେରାମାନଙ୍କୁ ପୋଲିସ ଧରି ପାରୁନାହିଁ। ନକଲି ପୋଲିସ ଏବେ ଅସଲିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ଗୁରୁବାର ନକଲି ପୋଲିସ ଜନଗହଳିପୂର୍ଣ୍ଣ ଦଳୁଆସାହିର ଜଣେ ମହିଳାଙ୍କୁ ଭୟଭୀତ କରାଇ ସେ ପିନ୍ଧିଥିବା ମଙ୍ଗଳସୂତ୍ରଟିକୁ ନେଇ ଚମ୍ପଟ ମାରିଛନ୍ତି।
ସିସି ଟିଭି ଫୁଟେଜ ଯାଞ୍ଚ କରୁଛି। କ୍ୟାଣ୍ଟନମେଣ୍ଟ ରୋଡରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସ୍ତ୍ରୀ ଭି. ଶାରଦା ଗୁରୁବାର ମଧ୍ୟାହ୍ନରେ ମନ୍ଦିର ଯାଇ ଘରକୁ ଫେରିଥିଲେ। ଦଳୁଆସାହି ମୁଖ୍ୟ ରାସ୍ତା ଦେଇ ସେ ଫେରୁଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ପୋଲିସ ପରିଚୟ ଦେଇଥିଲେ। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ । ପରେ ସେ ପିନ୍ଧିଥିବା ୫ ଭରିର ମଙ୍ଗଳସୂତ୍ରଟି ବାହାର କରିବାକୁ କହିଥିଲେ। ମହିଳା ଜଣକ ମନା କରିବାରୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ ।
ପରେ ମହିଳା ଜଣଙ୍କ ପିନ୍ଧିଥିବା ମଙ୍ଗଳସୂତ୍ର ବାହାର କରି ଭ୍ୟାନିଟିରେ ରଖିଥିଲେ । ଏହା ପରେ ନକଲି ପୋଲିସ ତାଙ୍କୁ ସେମାନେ ଧରିଥିବା ଏକ ଧଳା କାଗଜରେ ରଖିବାକୁ କହିଥିଲେ। ଏହି ସମୟରେ ସେମାନେ ସମାନ ଦୁଇଟି ପୁଡିଆ ଧରିଥିଲେ ା ମହିଳାଙ୍କୁ ଅନ୍ୟ ଏକ ପୁଡିଆ ଧରାଇ ମଙ୍ଗଳସୂତ୍ର ଥିବା ପୁଡିଆ ଧରି ଫେରାର ହୋଇଯାଇଥିଲେ ା ଭୟଭୀତ ଅବସ୍ଥାରେ ଥିବା ମହିଳା ଜଣକ ସେଠାରେ କୌଣସି ପ୍ରତିବାଦ କରି ନ ଥିଲେ। ପରେ ମହିଳା ଘରକୁ ଯାଇ ସେମାନେ ଦେଇଥିବା କାଗଜ ପୁଡ଼ାକୁ ଖୋଲି ଦେଖିବା ବେଳେ ସେଥିରେ ତାଙ୍କ ମଙ୍ଗଳସୂତ୍ର ନ ଥିଲା, ତା’ ବଦଳରେ କିଛି ନକଲି ଚୁଡ଼ି ଥିଲା ବୋଲି ଭି. ଶାରଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଧରିବା ପାଇଁ ୬ ଘଣ୍ଟା ଖଟ ତଳେ ଲୁଚିଥିଲେ ମହିଳାଙ୍କ ସ୍ବାମୀ, ଆଉ ତା’ ପରେ…

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଖଟ ତଳେ ଦୀର୍ଘ ୬ ଘଣ୍ଟା ଲୁଚି ରହିଥିଲେ। ପରେ ଏଥିରେ ସେ...

ମମିତା ମେହର ହତ୍ୟା ମାମଲା: ଜେଲ୍‌ରୁ ବାହାରିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୯ା୭: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶନିବାର କଣ୍ଟାବାଞ୍ଜି ଜେଲରୁ ବାହାରିଛନ୍ତି। ତାଙ୍କୁ ଏହି ମାମଲାରେ...

୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ

ଭୁବନେଶ୍ୱର/ଲଖନପୁର,୩ା୧(ବ୍ୟୁରୋ/ଡି.ଏନ.ଏ.): ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ ଆରମ୍ଭ କରିବ। ରାଜ୍ୟ ବାଣିଜ୍ୟ...

ଜଗା ସୁସ୍ଥ, ପୂର୍ବପରି ରହିଛି କାଳିଆ ଅବସ୍ଥା:କିଛି ମାସ ଚିକିତ୍ସା ପରେ ଜଗା ସ୍କୁଲ ଯିବ

କଟକ ଅଫିସ, ୧୦।୯: କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର କଟକ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ବା ପରେ ଚିକିତ୍ସା ଆରମ୍ଭ ହୋଇଯାଇଛି। ୧୪ ଜଣିଆ...

ରାଜ୍ୟରେ ସୁସ୍ଥ ହେଲେ ୧୬୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୪୯,...

ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍‌ଆର୍‌ସି:୧୭ ସୁଦ୍ଧା ରିପୋର୍ଟ ଦେବାକୁ ୯ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ)- ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ୯ ଜିଲାର ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ରିପୋର୍ଟ ମାଗିଛନ୍ତି।...

ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର...

୨୦ରୁ ପୂର୍ତ୍ତ ବିଭାଗ ଆରମ୍ଭ କରିବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୨୦ରୁ ଏହି କାର୍ଯ୍ୟ ଆରମ୍ଭ...

Advertisement
Archives

Model This Week