ପୋଲିସ ଦେଖି ଦ୍ରୁତ ବାଇକ୍‌ ଚାଳନା, ସଚେତନ କଲେ ପ୍ରଶାସନ

ଜଟଣୀ,୫ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଲୋକଙ୍କୁ ପରିବା କିଣିବା ପାଇଁ ଚାଲିକି ଆସିବା ପାଇଁ କୁହାଯାଇଥିବାବେଳେ ଜଟଣୀରେ ବ୍ୟତିକ୍ରମ ଦେଖାଯାଇଛି। ଲୋକେ ବାଇକ ନେଇ ହାଟ ବଜାରକୁ ଆସୁଥିବୋବେଳେ ପୋଲିସ ଆସିବା ଦେଖି ଦ୍ରୁତଗତିରେ ଚାଲିଯାଉଛନ୍ତି। ଏହାଦ୍ୱାର ଦୁର୍ଘଟଣାର ସମ୍ଭାବନା ସୃଷ୍ଟି ହେଉଛି। ଏହା ବାରମ୍ବାର ହେବାରୁ ଅତିିିରିକ୍ତ ତହସିଲଦାର ଦିଲୀପ ଷଡଙ୍ଗୀ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଅନ୍ୟ କର୍ମଚାରୀ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଥିଲେ। ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଅନେକ ସମୟରେ ଲୁଚକାଳି ଖେଳ ଖେଳୁଛନ୍ତି। ଏପରି କି ବାଇକ ଛାଡ଼ି ଦୌଡ଼ି ପଳାଉଛନ୍ତି। ଏଣୁ ଅଭିଭାବକମାନେ ଏଥିପ୍ରତି ସତର୍କ ରହିବା ସହ ପିଲାମାନଙ୍କୁ ସଚେତନ କରିବାକୁ ପ୍ରଚାର କରାଯାଇଥିଲା। ଏହାଛଡ଼ା ବାହାରୁ କେହି ଆସୁଥିଲେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ବୁଝାଇଥିଲେ। ଏହାଛଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ସହର ଓ ଗ୍ରାମାଞ୍ଚଳକୁ ସ୍ପ୍ରେ କରାଯାଇ ବିଶୋଧନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୨।୧: ଖୋର୍ଦ୍ଧା ଜିଲା ବାଲୁଗାଁ ଚିଲିକା କୂଳ ଜେଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାଣପୁର ଥାନା ବିଷ୍ଣୁଡିହ...

ବିଲୁପ୍ତି ପଥେ ତାଳପତ୍ର ଜାତକ

ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି।...

୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ...

ଟ୍ରେନିଂ ବେଳେ ଯବାନଙ୍କୁ କଚାଡ଼ିଲା ହାତୀ

ବାରଙ୍ଗ,୯।୪(ଡି.ଏନ୍‌.ଏ.): ଟ୍ରେନିଂ ବେଳେ ଚନ୍ଦକା ଜଙ୍ଗଲରେ ଶନିବାର ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪ରୁ ଅଧିକ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର...

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ...

ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲା: ୩ ଗିରଫ

ଖୋର୍ଦ୍ଧା ଅଫିସ,୧୧।୯: ଖୋର୍ଦ୍ଧା ପାନବରଜର ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ ଆଦର୍ଶ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର...

ଅଚାନକ ଚଢ଼ାଉ: ଗ୍ୟାସ୍‌ କଟରେ କାଟିଦେଲେ କରତ କଳ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡ ବାଲିପାଟଣା ବନାଞ୍ଚଳ ଅଧୀନ ଗୋଟିଏ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳୁ ଚଢ଼ାଉ କରାଯାଇଛି।...

ବିଭିନ୍ନ ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା

ଜଟଣୀ,୧୫।୮(ଡି.ଏନ୍‌.ଏ): ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ(ଜଟଣୀ) ପକ୍ଷରୁ ରବିବାର ପୂର୍ବାହ୍ନରେ କୋଭିଡ୍‌ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ କାର୍ମିକ ଅଧିକାରୀ...

Advertisement
Archives

Model This Week