ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଦୋକାନ ଓ ଘର ଗୁଡ଼ିକ ସହ ସରକାରୀ କାର୍ଯ୍ୟାଳୟକୁ ଭଙ୍ଗାଯାଇଛି। ବିଶେଷ କରି ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି ୧୧, ୧୨, ୧୩ ତିନି ଦିନ ପାଇଁ ବଇଣ୍ଡା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।
ଉକ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ମେ ୨୦୧୮ରେ ବଇଣ୍ଡା ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେହି ସମୟରେ ବଇଣ୍ଡାର ୮୦ ପ୍ରତିଶତ ଭଙ୍ଗାଯାଇଥିବାବେଳେ ୪ ଶହ ଉଠା ଦୋକାନୀ କ୍ଷତିଗ୍ରସ୍ତ ହୋଇ ଜୀବିକା ହରାଇଥିଲେ। ହେଲେ ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ସହ ୨ କ୍ଷତିଗ୍ରସ୍ତ ପ୍ରଜାଙ୍କ କୋର୍ଟରେ ଜମିକୁ ନେଇ ମାମଲା ଥିବାବେଳେ ଏହାକୁ ଭଙ୍ଗାଯାଇ ପାରି ନ ଥିଲା। ପରବର୍ତ୍ତୀ ସମୟରେ ପୁଣି ଉଚ୍ଛେଦ ପାଇଁ ୧୧, ୧୨, ୧୩ ୩ ଦିନ ଧରି ଉଚ୍ଛେଦ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ବୁଧବାର ସକାଳେ ବାକି ରହିଥିବା ୧୭ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗୃହ ଗୁଡ଼ିକ ଭଙ୍ଗାଯାଇଥିଲା। ଏପରିକି ୨ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜମି ବିବାଦକୁ ନେଇ ଆଠମଲ୍ଲିକ କୋର୍ଟ ଓ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏହାକୁ ଖାତିର ନ କରି ସକାଳ ୧୦ଟା ପରଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ଷତିଗ୍ରସ୍ତ ୪ ଶହ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅନେକ ଦୋକାନୀ ସେମାନଙ୍କ ଦୋକାନ ସାମଗ୍ରୀ ସ୍ଥାନାନ୍ତରିତ କରି ନ ଥିବାବେଳେ ତରବରିଆ ଭାବେ ଭଙ୍ଗାଯାଉଥିବା ଯୋଗୁ କେତେକ ଦୋକାନୀଙ୍କ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବଇଣ୍ଡାଠାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବଇଣ୍ଡା ବ୍ୟବସାୟୀକ ସଂଘ ପକ୍ଷରୁ ଦାବି ହୋଇଛି। ଉଚ୍ଛେଦ ସମୟରେ ମାଜିଷ୍ଟେଟ ଭାବେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ଅନୁଗୋଳ ଭୂ-ଅର୍ଜନ ଅଧିକାରୀ ବସନ୍ତ କୁମାର ଦାସ, ଆଠମଲ୍ଲିକ ଏସ୍‌ଡିପିଓ ଶେଖ ଅବଦୁଲ କରିମ, ହଣ୍ଡପା ଆଇଆଇସି ଲବ ବୋଡା, କିଶୋରନଗର ଆଇଆଇସି ପ୍ରତିଭା ମାଝିଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିଆଣ ବାସନ୍ଦ: ୧୮ ଘଣ୍ଟା ପଡ଼ି ରହିଲା ମୃତଦେହ

ବେଲପଡ଼ା,୩୦।୧୦(ମନୋଜ କୁମାର ମିଶ୍ର): ଜାତିଭେଦ ଭଳି ସାମାଜିକ କୁସଂସ୍କାର ଏବେ ବି ବଞ୍ଚି ରହିଛି। ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆତ୍ମୀୟ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

ଭୂସ୍ଖଳନରେ ମା‘-ବାପାଙ୍କ ସହ ଚାଲିଗଲା ୭ ମାସ ଶିଶୁପୁତ୍ରର ଜୀବନ

ରାଇକିଆ, ୩୦।୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ…

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଭୁଲିଗଲେ ୧୫ ବର୍ଷର ବୈବାହିକ ସମ୍ପର୍କ

କୋରାପୁଟ, ୩୦।୧୦ (ଅମିତାଭ ବେହେରା): ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ।…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?