ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍‌ପିଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ପାଇବା ପରେ ତାହାକୁ ସେ ଅନୁଧ୍ୟାନ କରିବେ। ଯଦି ଆବଶ୍ୟକ ପଡ଼େ ତେବେ ସେ ନିଜେ ଉକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିବା ସହ ପୀଡ଼ିତାଙ୍କ ପରିବାରବର୍ଗକୁ ଭେଟିବେ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି।
ଅନ୍ୟପକ୍ଷରେ ବୁଧବାର ଏ ନେଇ କଂଗ୍ରେସ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ପୋଲିସ ଉପରେ ବର୍ଷିଥିଲା। ଉକ୍ତ ଘଟଣାରେ ପୋଲିସର ହାତ ରହିଥିବା ଓ ସେଥିପାଇଁ ପୋଲିସ ଜାଣିଶୁଣି ଚୁପ ବସିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଥିଲେ। ଏହି ଖବରଦାତା ସମ୍ମିଳନୀ ଯୋଗୁ ଚାପ ପଡ଼ିବାରୁ ମହିଳା କମିଶନ ଉପରୋକ୍ତ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ମେ ୭ତାରିଖରେ ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇଥିଲା। ଅଚେତ ଅବସ୍ଥାରେ ସେ ପୋଲିସ କ୍ୟାଣ୍ଟିନ୍‌ରେ ପଡ଼ିଥିବାବେଳେ ତାଙ୍କୁ ପୋଲିସ ଉଦ୍ଧାର କରି ମାଲକାନଗିରି ସଦର ହସ୍ପିଟାଲକୁ ନେଇଥିଲା। ଏଥିସହ ମହିଳାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲା। ସେ ହସ୍ପିଟାଲକୁ ଯାଇ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ପଡ଼ିଥିବା ଓ ଶରୀରରେ କ୍ଷତଚିହ୍ନ ଥିବା ଦେଖିବାକୁ ପାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ସ୍ବାମୀ ଅଭିଯୋଗ ଆଣିଛନ୍ତି ଯେ, ବାଟରେ ପୋଲିସ ତାଙ୍କଠାରୁ ସାଦା କାଗଜରେ ୬ଟି ଦସ୍ତଖତ କରାଇନେବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲା। ଏହି ମାମଲାରେ ପୋଲିସ ସମ୍ପୃକ୍ତ ଥିବାରୁ ଜାଣିଶୁଣି ଏହାକୁ ଚପାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ: ଲୋକ ସଭା ପାଇଁ ୭୫.୧୭%, ବିଧାନସଭା ପାଇଁ ୭୪.୬୫% ମତଦାନ

ଭୁବନେଶ୍ୱର,୧୪ା୫(ଅନିଲ ଦାସ)-ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମତଦାନ କେନ୍ଦ୍ରରୁ ଇଭିଏମ୍‌ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ...

ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା...

ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ

ବ୍ରହ୍ମପୁର,୧୪ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ...

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...

ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ...

ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ...

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ...

ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri