ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୧୦୪ଟି ଅତିସମ୍ବେଦନଶୀଳ ବୁଥ୍‌ ଏବଂ ୨୭୫ଟି ସମ୍ବେଦନଶୀଳ ବୁଥ୍‌ ଥିବା ଜିଲା ପ୍ରଶାସନ ଚିହ୍ନଟ କରିଛି। ଜିଲା ପ୍ରଶାସନର ପୋଲିଂ ଅଧିକାରୀ ଓ କର୍ମଚାରୀମାନେ ଶନିବାର ପୂର୍ବାହ୍ନ ୮ଟାରେ ସ୍ଥିର ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରୁ ବୁଥ୍‌ ପାଇଁ ଇଭିଏମ୍‌ ମେଶିନ୍‌, ସମସ୍ତ ଭୋଟ୍‌ ସାମଗ୍ରୀ ଗ୍ରହଣ କରି ଅଧିଗ୍ରହଣ ଚାରିଚକିଆ ଯାନରେ ପୋଲିଂ ବୁଥ୍‌ କେନ୍ଦ୍ରକୁ ଯାଇଛନ୍ତି।

ଆସନ୍ତା ୨୯ତାରିଖ ସୋମବାର ହେବାକୁ ଥିବା ମତଦାନ ନିମନ୍ତେ ଜିଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବସ୍ତା ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ଉତ୍କଳ ବାଳାଶ୍ରମ, ଜଳେଶ୍ୱର ଓ ଭୋଗରାଇ ନିର୍ବାଚନମଣ୍ଡଳୀ ପାଇଁ ଖ୍ରୀଷ୍ଟିଆନ୍‌ ହାଇସ୍କୁଲ, ସୋର ଓ ରେମୁଣା ନିର୍ବାଚନମଣ୍ଡଳୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ସିମୁଳିଆ ନିର୍ବାଚନମଣ୍ଡଳୀ ପାଇଁ ବାଲେଶ୍ୱର ସରକାରୀ ଆଇଟିଆଇ, ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ନୀଳଗିରି କେସି ହାଇସ୍କୁଲଠାରେ ବିତରଣ/ଗ୍ରହଣ କେନ୍ଦ୍ରରେ ପୋଲିଂ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଥିଲେ। ସେଠାରୁ ନିର୍ଦ୍ଧାରିତ ପୋଲିଂ ବୁଥ୍‌କୁ ସମସ୍ତ ନିବର୍ର୍ାଚନ ପରିଚାଳନା ସାମଗ୍ରୀ ସଂଗ୍ରହ କରି ପହଞ୍ଚାଇଥିଲେ। ପ୍ରତି ବୁଥ୍‌ରେ ପ୍ରିଜାଇଡ଼ିଂ ଅଫିସରଙ୍କ ସମେତ ୫ଜଣ ପୋଲିଂ ଅଫିସର ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ୧୪ହଜାର ୫ଶହ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୧୨୧ଜଣ ଅଣୁ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ବାଡ଼ ଷ୍ଟାଟିକ୍‌ ସର୍ଭିଲେନ୍ସ ଟିମ୍‌, ଭିଡ଼ିଓ ସର୍ଭିଲେନ୍ସ ଟିମ୍‌, ଭିଉଇଙ୍ଗ ଟିମ୍‌ ଶନିବାର ନିର୍ବାଚନ ପାଇଁ ଠିକଣା ସ୍ଥାନରେ ପହଞ୍ଚି ଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ...

ବାଲିଆପାଳକୁ ଲକ୍‌ଡାଉନ ଘୋଷଣା

ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ ଘୋଷଣା...

ସୂଚନା ଅଧିକାର ଆଇନକୁ ଅବମାନନା

ନୀଳଗିରି, ୨୨।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌...

ସ୍ବାସ୍ଥ୍ୟକେନ୍ଦ୍ରରେ ସରପଞ୍ଚଙ୍କ ପୁଅ ତାଲା ପକାଇବା ଘଟଣା : ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା

ବାହାନଗା, ୨୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଅପରାହ୍ନରେ ସରପଞ୍ଚଙ୍କ ପୁଅ ଓ ତାଙ୍କର ଜଣେ ସାଙ୍ଗ...

ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ

ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର...

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା: ବାଲେଶ୍ୱର ପ୍ରତିଯୋଗୀଙ୍କୁ ୬ ସ୍ବର୍ଣ୍ଣ

ବାଲେଶ୍ୱର ଅଫିସ,୨୭।୧୦-ବାଲେଶ୍ୱର ଜିଲା ଫିଟ୍‌-୨-ଫାଇଟ୍‌ କରାଟେ ସେଣ୍ଟରର ପ୍ରତିଯୋଗୀ କେଉଁଝର ସହରସ୍ଥିତ ଗୁଜୁରାଟୀ ସମାଜ ପରିସରରେ ୱାର୍ଲଡ୍‌ ଟ୍ରାଡ଼ିଶନାଲ୍‌ ସୋଟୋକାନ୍‌ ଫେଡ଼େରେଶନ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା...

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ୨୦ ଆହତ

ବାଲେଶ୍ୱର ଅଫିସ,୧୮।୧: ଜାତୀୟ ରାଜପଥ ଖନ୍ତାପଡା ଥାନା ମେଘନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ବସ୍‌ ସହିତ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୦ଯାତ୍ରୀ...

Advertisement
Archives

Model This Week