ବ୍ରହ୍ମପୁର ଅଫିସ,୧୦ା୯-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଚଞ୍ଚଡାପଡ଼ିଆ ସାହି ନିକଟ ଏକ ପୋଖରୀରେ ରବିବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁର୍ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋମନାଥ ନଗରର ଜ୍ୟୋତି ପ୍ରସାଦ ପାଢ଼ୀଙ୍କ ପୁଅ ସୁଶାନ୍ତ(୧୧)। ସୋମନାଥନଗରରେ ପୂଜା ପାଉଥିବା ଗଣେଶ ମୂର୍ତ୍ତିକୁ ରବିବାର ସନ୍ଧ୍ୟାରେ ବିସର୍ଜନ ପାଇଁ ନିକଟସ୍ଥ ପୋଖରୀକୁ ନିଆଯାଇଥିଲା। ସାହିର କେତେକ ଯୁବକଙ୍କ ସହ ସୁଶାନ୍ତ ମଧ୍ୟ ଯାଇଥିଲେ। ମୂର୍ତ୍ତି ବିସର୍ଜନ ବେଳେ ସୁଶାନ୍ତଙ୍କ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିିଥିଲେ। ପରିବାର ଲୋକେ ପୋଲିସକୁ ନ ଜଣାଇ ମୃତଦେହ ଆଣି ନିକଟସ୍ଥ ଶ୍ମାଶାନରେ ସଂସ୍କାର କରି ଦେଇଥିଲେ ବୋଲି ପୋଲିସ କହିଛି।

ପୁରୁଷୋତ୍ତମପୁର ଏନ୍ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି
ପୁରୁଷୋତ୍ତମପୁର,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି....

ଏମ୍କେସିଜିରେ ବ୍ଲାକ୍ ଫଙ୍ଗସ୍ ରୋଗୀ
ବ୍ରହ୍ମପୁର ଅଫିସ,୨୩ା୫: ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଶନିବାର ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ମହିଳାଙ୍କ ବୟସ ପ୍ରାୟ ୫୦ ହୋଇଥିବା ବେଳେ ଘର...

ବିଷକ୍ରିୟାରେ ଚାଷୀ ମୃତ
କ.ନୂଆଗଁ।,୨୫ା୮-କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାଇନପଡା ପଞ୍ଚାୟତ କିଲୁପଡା ଗ୍ରାମର ଜଣେ ଚାଷୀଙ୍କର ବିଷ କ୍ରିୟାରେ ଶୁକ୍ରବାର ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।...

ବ୍ରହ୍ମପୁର ବନଖଣ୍ଡ: ପକ୍ଷୀଗଣନାରେ ସାମିଲ ହେବେ ୩୮ ଦଳ
ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ...

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ
ପାଟପୁର,୧୩।୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୦୫୩ ଜଣ ସୁରଟ ଫେରନ୍ତା ରହିଛନ୍ତି। ତେବେ ଅନ୍ୟ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ...

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ
ଛତ୍ରପୁର,୧୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ଛତ୍ରପୁର ବ୍ଲକ ଘେରିଲା ଭାଜପା
ଛତ୍ରପୁର,୯।୭(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ଭାଜପା ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ...

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ...