ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି ୩୪୨୬) ଭାରସାମ୍ୟ ହରାଇ ଖଣ୍ଡିଆବନ୍ଧ ପୋଖରୀକୁ ଓଲଟିପଡ଼ିଛି। ଏଥିରେ ଡ୍ରାଇଭରଙ୍କ ସମେତ ୧୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ଉକ୍ତ ମିନିବସ୍‌ଟି ନୂଆଗଁ। ଶିଶୁ୍‌ମନ୍ଦିରରେ ନିୟୋଜିତ ହୋଇଛି। ଶୁକ୍ରବାର ଅପରାହ୍ନରେ ଶୁଦ୍ଧିକ୍ରିୟା କାମ ପାଇଁ ଚାଇଁପାଳ ଖୁଲୁଆ ଗ୍ରାମର ୧୨ଜଣ ଯାତ୍ରୀ ଉକ୍ତ ବସ୍‌ରେ ପରଜଙ୍ଗ ଥାନା କୁନ୍ଦନଦେଈପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚତ୍ ପାଣି ଭିତରୁ ଯାତ୍ରୀ ଏବଂ ଚାଳକଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏ ନେଇ ଡ୍ରାଇଭର ଅକ୍ଷୟ ଗଡ଼ନାୟକ କୁହନ୍ତି, ଗାଡ଼ି ଚଳାଉଥିବାବେଳେ ହଠାତ୍‌ ତାଙ୍କର ମୁଣ୍ଡ ଘୂରାଇଥିଲା। ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି। ପ୍ରମୋଦ ପଟ୍ଟନାୟକ, ବିରଞ୍ଚତ୍ ସାମଲ, ଗୋପୀ ମହାନ୍ତି, ଛବି ମହାନ୍ତି, ଶିଖର ମହାନ୍ତି, ରଘୁ ମହାନ୍ତି, ରଣ ମହାନ୍ତି, ଦିବାକର ମହାନ୍ତି ପ୍ରମୁଖ ୧୨ଜଣ ଚିକିତ୍ସା ପରେ ଫେରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇପାସ୍‌ରେ ଯୋଡ଼ିହେବ ଆଳତୁମା-ମାଳପୁରା : ଖର୍ଚ୍ଚ ହେବ ୨୦.୧୧ କୋଟି

କାମାକ୍ଷାନଗର, ୧୦।୮(ଡି.ଏନ.ଏ.) – ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାଇପାସ୍‌ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ...

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର...

କଟକଣା କୋହଳ ପରେ… ଦ୍ୱନ୍ଦ୍ୱ, ଭୟ, ଆଶଙ୍କା

କୋହଳ ହେଉଛି ତାଲାବନ୍ଦ କଟକଣା। ଆଉ ତା’ ସହିତ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ। ଦୁଇମାସ ହେଲା ଜୀବିକା ଚିନ୍ତାରେ ଥିବା ମଣିଷ କର୍ମକ୍ଷେତ୍ର...

ଅଶ୍ଳୀଳ ଭିଡିଓ ଭାଇରାଲ ନେଇ ମାମଲା

କାମାକ୍ଷାନଗର,୧୯।୯(ଅମଜାଦ ଖାନ): ଏକ ଓ୍ବେବ୍‌ ଚ୍ୟାନେଲରେ ସୋମବାର ଅଶ୍ଲୀଳ ଭିଡିଓ ଅପଲୋଡ କରାଯାଇ ଏହା କଙ୍କଡ଼ାହାଡ଼ ବ୍ଲକସ୍ଥିତ ଏକ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର...

ଆଜି ଗଣେଶ ପୂଜା ଭସାଣି: ଶୋଭାଯାତ୍ରାରେ ସାମିଲ ହେବେ ୩୩ ମେଢ଼

ଢେଙ୍କାନାଳ ଅଫିସ, ୯।୯: ଢେଙ୍କାନାଳ ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀଗଣେଶ ପୂଜା ଅନ୍ତିମ ଚରଣରେ ପହଞ୍ଚତ୍ଛି। ସୋମବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ।...

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

ତୁରନ୍ତ ଆର୍‌ପିଡିଏସି ବୈଠକ ବସିବାକୁ ଦାବି:ଜିଲାପାଳଙ୍କୁ ଭେଟିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ

ଢେଙ୍କାନାଳ ଅଫିସ,୧୮ା୬ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଝାଡବନ୍ଧଠାରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପ୍ରକଳ୍ପ ପାଇଁ ପୁନର୍ବାସ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି(ଆରପିଡିଏସି) ବୈଠକ...

ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା...

Advertisement
Archives

Model This Week