ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତ ଦିରିବ ଗ୍ରାମ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅରଥୁ ମହାନ୍ତ (୭୦)।
ସୂଚନାନୁଯାୟୀ, ଅରଥୁ ଗୁରୁବାର ଅପରାହ୍ନରେ ପାଳିଥିବା ମଇଁଷିକୁ ପୋଖରୀରେ ଗାଧୋଇବାକୁ ନେଇଥିଲେ। ପାଖରେଥିବା ଧାନ ଫସଲ ମଇଁଷି ଖାଇଦେଉଥିବା ଖବର ପାଇ ତାଙ୍କ ନାତି ସେମାନଙ୍କୁ ଗୋଡାଇ ଘରକୁ ନେଇଯାଇଥିଲା ବେଳେ ଜେଜେଙ୍କୁ ପାଇ ନ ଥିଲେ। ପୋଖରୀରେ ଜେଜେଙ୍କ ଗାମୁଛା ଦେଖି ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ କେସ ନଂ. ୨୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ଆସିକା ଲୋକ ସଭା: ୨ଲକ୍ଷରୁ ଅଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ

ବ୍ରହ୍ମପୁର ଅଫିସ,୨୪ା୫-ଆସ୍କା ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀନୀ ପ୍ରମିଳା ବିଷୋୟୀ। ସେ ଦୁଇ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି।...

ପୁଷ୍ପଶ୍ରୀଙ୍କୁ ହରାଇଲେ ନିବେଦିତା

ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ...

ଲାଗିବ ସିସିଟିଭି, ମରାମତି ହେବ ନାଟମଣ୍ଡପ

ପୁରୀ ଅଫିସ,୧୪।୫: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶୁକ୍ରବାର ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ...

ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ...

୧୦୦୦ କାର୍ଡଧାରୀ ରାଶନ ସାମଗ୍ରୀରୁ ବଞ୍ଚିତ

ରସୁଲପୁର,୬ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକରେ ୧୦୦୦ରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀଙ୍କ ନାମ ଏକାଧିକ କାର୍ଡରେ ରହିଥିବାରୁ ସେମାନଙ୍କ କାର୍ଡ ବାତିଲ କରି...

୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌...

ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ...

Advertisement
Archives

Model This Week