Posted inଖେଳ

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭାରତର ହରମନପ୍ରୀତ ସିଂ। ଏହି ଡ୍ରାଗ୍‌ ଫ୍ଲିକର କେବଳ ଶତକ ମ୍ୟାଚ ଖେଳି ନ ଥିଲେ ଭାରତ ପକ୍ଷରୁ ଗୋଲ ସ୍କୋର କରି ନିଜର ଏହି ମାଇଲ୍‌ଖୁଣ୍ଟ ମ୍ୟାଚକୁ ସ୍ମରଣୀୟ ମଧ୍ୟ କରିଥିଲେ। ସଂଯୋଗ ବଶତଃ ଭୁବନେଶ୍ୱରରେ ଅନୁଷ୍ଠିତ ଜାପାନ ବିପକ୍ଷ ଟେଷ୍ଟ ସିରିଜରେ ହିଁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ହରମନପ୍ରୀତ। ଏବେ ସେହି ଗ୍ରାଉଣ୍ଡ ଏବଂ ସେହି ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ୧୦୦ତମ ମ୍ୟାଚ ଖେଳିଛନ୍ତି। ହରମନପ୍ରୀତଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୨୦୧୬ରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଐତିହାସିକ ରୌପ୍ୟ ପଦକ ହାସଲ କରିଥିଲା। ଚମତ୍କାର ଡ୍ରାଗ୍‌ ଫ୍ଲିକ୍‌ ଦକ୍ଷତା ଯୋଗୁ ହରମନପ୍ରୀତଙ୍କୁ ଟୁର୍ନାମେଣ୍ଟର ଉଦୀୟମାନ ଖେଳାଳି ପୁରସ୍କାର ମିଳିଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ଦଳରେ ସେ ଅନ୍ୟତମ ଯୁବ ଖେଳାଳିଭାବେ ସ୍ଥାନ ପାଇଥିଲେ। ଏହି ବର୍ଷ ଶେଷଭାଗରେ ଲକ୍ଷ୍ନୌରେ ଅନୁଷ୍ଠିତ ଭାରତର ଜୁନିୟର ବିଶ୍ୱକପ ସଫଳତାରେ ସେ ଅନ୍ୟତମ ସଫଳ ବିନ୍ଧାଣି ଥିଲେ। ଏହିଠାରୁ ଅମୃତସର ଜନ୍ମିତ ଏହି ଡିଫେଣ୍ଡର ଭାରତୀୟ ସିନିୟର ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ୨୦୧୭ ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୮ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୭ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ବ୍ରୋଞ୍ଜ, ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଏବଂ ଗତବର୍ଷ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ”ଆଧୁନିକ ହକିରେ ମୁଁ କେତେକ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳିଥିବାରୁ ନିିଜକୁ ଭାଗ୍ୟବାନ ମନେ କରୁଛି। ପ୍ରତିଦିନ କିଛିନା କିଛି ଶିଖିବାର ଅଛି। ଏଥିରେ ମୁଁ ବିଶ୍ୱାସ କରେ ଏବଂ ଭାରତ ପକ୍ଷରୁ ୧୦୦ ମ୍ୟାଚ ଖେଳିଥିବାରୁ ମୁଁ ପ୍ରକୃତରେ ଗର୍ବିତ। ଘରୋଇ ପରିବେଶରେ ଦର୍ଶକଙ୍କ ସମ୍ମୁଖରେ ଏହି ମ୍ୟାଚ ଖେଳିଥିବାରୁ ବହୁତ ଖୁସି ଲାଗୁଛି। ଏଥିପାଇଁ ମୋର ସାଥି ଖେଳାଳି ଏବଂ ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହିଁବି“ ବୋଲି ହରମନପ୍ରୀତ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋସିଆଲ ମିଡିଆର ଶିଖରରେ ପହଞ୍ଚିଲେ ଶିଖର ଧାଓ୍ବନ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ।...

ପୁଣି ଥରେ ବଦଳିପାରେ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ, ଜାଣନ୍ତୁ ଏଥର କ’ଣ ରହିଛି କାରଣ…

ନୂଆଦିଲ୍ଲୀ,୨୦।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ରେ ପରିବର୍ତ୍ତନ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ପକ୍ଷରୁ ବିସିସିଆଇକୁ ଅନୁରୋଧ...

ଶ୍ରୀଲଙ୍କା ସିରିଜ ପରେ ସନ୍ୟାସ ନେଇପାରନ୍ତି ଏହି ଅଲରାଉଣ୍ଡର, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୩: ଜାତୀୟ ଦଳ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ପ୍ରତିଟି କ୍ରିକେଟର ଦେଖିଥାନ୍ତି। ହେଲେ ବହୁତ କମ୍‌ ଖେଳାଳିଙ୍କୁ ଏହାର ସୁଯୋଗ ମିଳିଥାଏ। ନିକଟରେ ଅଧିନାୟକ...

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ...

ଶେଷ ଗ୍ରାଣ୍ଡସ୍ଲାମ୍‌ରେ ହାରିଲେ ସାନିଆ ମିର୍ଜା, ଟାଇଟଲ ଜିତିବାର ଆଶା ମଉଳିଲା…

ମେଲବୋର୍ନ,୨୨।୧ : ମହିଳା ଡବଲ୍ସ ଇଭେଣ୍ଟରେ ଦ୍ୱିତୀୟ ରାଉଣ୍ଡରେ ରବିବାର ହାରିଯିବା ପରେ ସାନିଆ ର୍ମିଜା ଏବଂ ତାଙ୍କ ସହଯୋଗୀ ଆନା ଡାନିଲିନା ଅଷ୍ଟ୍ରେଲିଆ ଓପନରୁ...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଦୀପକ ପୁନିଆଙ୍କୁ ରୌପ୍ୟ ପଦକ

ଅଲମାଟି (କାଜାଖସ୍ତାନ), ୧୯ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ...

ରଣଜୀ ଟ୍ରଫି: ଓଡ଼ିଶା ବୋଲର ନିରାଶ

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଫଳରେ ନାଗାଲାଣ୍ଡ...

ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ...

Advertisement
Archives

Model This Week