ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫- ଘରଭଡ଼ାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣୀନୂଆଗଁା ଅଞ୍ଚଳର ଏକ ଦୃଷ୍ଟିହୀନ ଅନୁଷ୍ଠାନର ମୁଖ୍ୟ ବଦ୍ରିରାଜନଗରର ଭବାନୀ ଶଙ୍କର ପାଢୀ (୪୨), ତାଙ୍କ ଭଣଜା ଦିନେଶ ପଣ୍ଡା (୨୬), ସମ୍ପର୍କୀୟ ଭାଇ ରୋହିତ ପାଢ଼ୀ (୨୩) ଓ ଜଣେ କର୍ମଚାରୀ ଛତ୍ରପୁରର ଅଶୋକ ପୁରୋହିତ (୪୨) ବୋଲି ପୋଲିସ ସୂଚନା ଦେଇଛି। ନଂ. ୫୩/୧୯ରେ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ବିଜିପୁର ତୋଟା ସାହିର ସୁରଜିତ୍‌ ରଥଙ୍କର ଏକ ଘରକୁ ଭବାନୀ ଭଡ଼ା ସୂତ୍ରରେ ନେଇ ସେଠାରେ ବ୍ୟବସାୟ କରୁଥିଲେ। ଘର ଭଡ଼ା ମିଆଦ ସାରିବା ପରେ ମାଲିକ ଭବାନୀଙ୍କୁ ଘର ଖାଲି କରିବା ପାଇଁ ବାରମ୍ବାର କହିଥିଲେ। ସୋମବାର ରାତିରେ ସେ ଭବାନୀଙ୍କୁ ତୁରନ୍ତ ଘର ଖାଲି କରିବା ପାଇଁ କହିବା ବେଳେ ଭବାନୀ ଓ ତାଙ୍କ ସମ୍ପର୍କୀୟମାନେ ଲୁହାରଡ଼ରେ ସୁରଜିତଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନାଧିକାର ସୁମିତ୍‌ କୁମାର ସୋରେନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ...

ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ...

ଏଚ୍‌ଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମାକୁ ବିଏମ୍‌ସିର ବେଖାତିର

ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ...

ଖେଲୋ ଇଣ୍ଡିଆ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଖେଳାଳି ଭାଗନେବେ

ବ୍ରହ୍ମପୁର ଅଫିସ,୨୫ା୨- ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା-୨୦୨୦ର ଶୁଭାରମ୍ଭ ହୋଇଛି। ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗୀତାରେ ଭାଗନେବାକୁ...

ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର...

ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା।...

ଦୀର୍ଘ ୧୮ ବର୍ଷ ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଦୀର୍ଘ ୧୮ ବର୍ଷ ପରେ ରବିବାର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗିରଫ କରିବାରେ...

ଭାରତ ବନ୍ଦ ପ୍ରଭାବରେ ବ୍ୟାଙ୍କ କାରବାରରେ ୭୦ କୋଟି କ୍ଷତି

ବ୍ରହ୍ମପୁର ଅଫିସ,୩୧।୩: ବ୍ରହ୍ମପୁର ସହରରେ ୨ ଦିନିଆ ଭାରତ ବନ୍ଦ ପ୍ରଭାବରେ ଜାତୀୟ ବ୍ୟାଙ୍କଗୁଡିକର କାରବାରରେ କ୍ଷତି ସହିବାକୁ ପଡିଛି। ଏହି ଦୁଇ ଦିନ ମଧ୍ୟରେ...

Advertisement
Archives

Model This Week