ପେଟ୍ରୋଲପମ୍ପ ଉପରେ ଅଚାନକ ଚଢ଼ାଉ: ୨୫ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ, ୩।୨-ବାଲେଶ୍ୱର ସହରର ବିଭିନ୍ନ ପେଟ୍ରୋଲପମ୍ପ ଉପରେ ମାପ ଓ ଓଜନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ଼ ସୋମବାର ଚଢ଼ାଉ କରି ୫ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ଟାଙ୍ଗି ନ ଥିବା ଅଭିଯୋଗରେ ୨୫ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ମାପ ଓ ଓଜନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ଼୍‌ରେ ଅନୁଗୁଳ ସହକାରୀ ନିୟନ୍ତ୍ରକ ନିବାସ ଚନ୍ଦ୍ର ପାତ୍ର, ବାଲେଶ୍ୱର ସହକାରୀ ନିୟନ୍ତ୍ରକ ପ୍ରଦୀପ କୁମାର ମହାପାତ୍ର, ବରିଷ୍ଠ ନୀରିକ୍ଷକ ବୁଦ୍ଧିରାମ ସିଂ, ଚମ୍ପୁଆ ବରିଷ୍ଠ ନିରୀକ୍ଷକ ଅମିତ କୁମାର ଛୋଟରାୟ ମିଳିତ ଭାବେ ସହରରେ ଥିବା ବିଭିନ୍ନ ପେଟ୍ରୋଲପମ୍ପ ଉପରେ ଚଢ଼ାଉ କରିଥିଲେ। ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ମାପ ଠିକ୍‌ ଥିବା ବେଳେ ୫ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ଟଙ୍ଗା ଯାଇ ନ ଥିବାରୁ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଳିଏ ଖାଇଲେ ଓଳିଏ ଉପାସ

ନୀଳଗିରି, ୧୩।୩(ଡି.ଏନ.ଏ.)-ସର୍ବହରା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ନୀଳଗିରି ଏନଏସିର...

ଟଙ୍କା ନ ଦେବାରୁ ଯୁବ ବ୍ୟବସାୟୀଙ୍କୁ ଖୁର ମାଡ : ୪୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ୱର ଅଫିସ,୧୫।୬: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଗ୍ରାମର ଦିଲୀପ ବେହେରା (୨୬) ନାମକ ଯୁବ ବ୍ୟବସାୟୀ ଶୁକ୍ରବାର ରାତି ୧୧ଟା ବେଳେ ନିଜ...

କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ

ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର...

‘ବସୁଧା’ରେ ସରକାରୀ ଅର୍ଥ ଆତ୍ମସାତ

ଯାଜପୁର ଅଫିସ,୨୦ା୬: ଗ୍ରାମାଞ୍ଚଳ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଠିକାଦାରୀ ରାଜନୀତି...

କଚ୍ଚା ଘର ଭୁଶୁଡ଼ି ବୃଦ୍ଧ ଗୁରୁତର

କେନ୍ଦୁଝର, ୨୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ୧୫ନମ୍ବର ୱାର୍ଡ ଅନ୍ତର୍ଗତ ମାଧପୁର କୃଷି ବିଭାଗ ଫାର୍ମ ପୋଖରୀ ନିକଟରେ ଥିବା ଏକ କଚ୍ଚା ଘର ଭୁଶୁଡି ଜଣେ ବୃଦ୍ଧ...

ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା...

କୂଅରୁ ମା’, ପୁଅଙ୍କୁ ଉଦ୍ଧାର: ଅଗ୍ନିଶମ ବାହିନୀଙ୍କୁ ପ୍ରଶଂସା କଲେ ଡିଜି

ଛତ୍ରପୁର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ ରବିବାର ଏକ ଖୋଲା କୂଅ ଭିତରେ ପଡ଼ିଯାଇଥିବା ବୃଦ୍ଧା ମା’ଙ୍କୁ ଉଦ୍ଧାର...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ...

Advertisement
Archives

Model This Week