ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର ସ୍ତ୍ରୀ। ଚିନ୍ମୟ, ମିତା ତଥା ରାଜାସାହେବଙ୍କ ଭୂମିକାକୁ ବାଦଦେଲେ ଆଉ ଯେଉଁ ଚରିତ୍ରଟିକୁ ଏହି ନାଟକରେ ଗୁରୁତ୍ୱ ଦିଆଯାଏ ତାହା ହେଉଛି ସରିତା ଚରିତ୍ର। ଭଉଣୀ ସ୍ନେହରେ ଅନ୍ଧ ହେଇ ବୁଲୁଥିବା ଗୋଟେ ଭାଇର ସ୍ତ୍ରୀ ହେବା କିଛି କମ୍‌କଥା ନ ଥିଲା। ଆଉ ସେହି ଚରିତ୍ରଟିକୁ ବେଶ ସଫଳତାର ସହିତ ତୁଲାଇଥିଲେ ଓଡ଼ିଆ ଯାତ୍ରାଜଗତର ଆଗଧାଡ଼ିର ଅଭିନେତ୍ରୀ ବାସନ୍ତୀ ବାରେକ। ଜଗତ୍‌ସିଂହପୁରର ପଞ୍ଚପଲ୍ଲୀରେ ଜନ୍ମଗ୍ରହଣ କରିଥିବା ବାସନ୍ତୀ ୧୯୯୨ ମସିହାରେ ଯୋଗଦେଇଥିଲେ ‘ଶିବାନୀ ଗଣନାଟ୍ୟ’ରେ। ସେ ଯାତ୍ରାକୁ ଆସନ୍ତୁ ବୋଲି ବାପା ଚାହୁଁ ନ ଥିଲେ। ତେବେ ମା’ ତାଙ୍କୁ ମନାକରିପାରି ନ ଥିଲେ ଯାତ୍ରାକୁ ଆସିବା ପାଇଁ। ଯାତ୍ରା ପ୍ରତି ପିଲାଟି ବେଳରୁ ରୁଚି ଥିଲା। ସ୍କୁଲ ଡ୍ରାମାରେ ଅଭିନୟ କରି ପ୍ରଶଂସା ଗୋଟେଇଥିଲେ। ତେଣୁ ଚାଲିଆସିଲେ ଯାତ୍ରାକୁ। ଡ୍ୟାନ୍ସର ଭାବରେ ଯୋଗଦେଲେ। ସେ ଯାତ୍ରାକୁ ପଳେଇଛନ୍ତି ବୋଲି ଜାଣିବା ପରେ ବାପା ତାଙ୍କ ମା’ଙ୍କୁ କହିଥିଲେ, ‘ତୁ ତାକୁ ଯାତ୍ରାକୁ ପଠେଇଛୁ। ତୁ ଯାଇ ତାକୁ ନେଇଆ।’ ହେଲେ ଯାତ୍ରାପାର୍ଟିର ମାଲିକ ତାଙ୍କୁ ବୁଝେଇବାରୁ ବାସନ୍ତୀ ଯାତ୍ରାରେ ରହିଲେ। ଡ୍ୟାନ୍ସର ଭାବରେ ଯୋଗଦେଇଥିଲେ ସିନା, ମାତ୍ର ସୌଭାଗ୍ୟକୁ ଜଣେ ଲେଡି କଳାକାର ପାର୍ଟି ଛାଡ଼ିଦେଲେ। ଉଚ୍ଚତା ସାଙ୍ଗକୁ ଅଭିନେତ୍ରୀ ହେବାର ଚେହେରା ମଧ୍ୟ ରହିଥିଲା ବାସନ୍ତୀଙ୍କର। ତେଣୁ ସେ ଅଭିନେତ୍ରୀ ଭାବରେ ମଞ୍ଚକୁ ଆସିଲେ। ଇତିମଧ୍ୟରେ ସେ ଯାତ୍ରାର ବହୁ ପଥ ଅତିକ୍ରମ କରି ସାରିଲେଣି। ‘ତୁଳସୀ’, ‘ଧଉଳି’, ‘କଳିଙ୍ଗ’, ‘ତ୍ରିରଙ୍ଗା’, ‘ପାର୍ବତୀ’, ‘ତ୍ରିନାଥ’ ଆଦି ନାଟ୍ୟାନୁଷ୍ଠାନରେ ସଫଳତାର ସହିତ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରା ‘ମାୟାନଗରୀ’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାଜେ ଝିଅକୁ ବାହା ହେବିନି’, ‘ମୋ ପେଁକାଳି ବଜେଇ ଦେ’, ‘କନିଅଁା ଯାଉଛି କାଞ୍ଚନପୁର’, ‘ନିଜେ ପୋଛିଦେଲି ନିଜ ସିନ୍ଦୂର’, ‘ଦେଖାହବ ଆର ଜନମରେ’, ‘ଓଢ଼ଣି ଖୋଲିବୁ ଧୀରେ ଧୀରେ’, ‘ବାଃ ବାଃରେ ଆମେରିକା’, ‘ରାତିର ରାଣୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ଯାତ୍ରା ‘ମାୟାନଗରୀ’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ନିଜ ନିଜର ରାମାୟଣ’, ‘କଥାଦିଅ ମୋତେ କରିବନି ପର’, ‘ଦେଲେ ଧରା କଥା ସରେ’। ‘ମୋ ପେଁକାଳି ବଜେଇ ଦେ’ ନାଟକରେ ରାଜା ବିକ୍ରମ କେଶରୀ ଜଗଦ୍ଦେବ ଓରଫ ରାଜା ସାହେବ ଭୂମିକାରେ ଅଭିନୟ କରୁଥିଲେ ଲୋକପ୍ରିୟ ଅଭିନେତା ବୈକୁଣ୍ଠ ବାରେକ। ତାଙ୍କୁ ହିଁ ଜୀବନସାଥୀ ଭାବରେ ଚୟନ କରିଥିଲେ ବାସନ୍ତୀ। ଏବେ ଏହି ଯୋଡ଼ି ବୈକୁଣ୍ଠ-ବାସନ୍ତୀ ଭାବରେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତନ କର୍କଟ: ନିରାକରଣର ଉପାୟ

ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସଭାବେ ପାଳନ କରାଯାଏ। ସାରା ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରୁଛି। ଭାରତରେ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି ଶାଗ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଶରୀର ପାଇଁ ଉପକାରୀ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍‌ ଏବଂ ଆଇରନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ...

ପାପୁଲିର ଏହି ସ୍ଥାନରେ ଅଛିକି କ୍ରସ ଚିହ୍ନ… ଖୁବ୍‌ କମ ବୟସରୁ ପଡ଼ିବେ ପ୍ରେମରେ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ।...

ହୁଅନ୍ତୁ ଆଦର୍ଶ ଅଭିଭାବକ

ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକଙ୍କର। କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି...

ଅତୁଟ ସମ୍ପର୍କ

ସ୍ବାମୀସ୍ତ୍ରୀଙ୍କ ଯୋଡ଼ି ଏକ ଅପୂର୍ବ ସମ୍ପର୍କ, ଯେଉଁ ସମ୍ପର୍କ ଭିତରେ ଭରିରହିଥାଏ ଗଭୀର ଭଲ ପାଇବା, ସ୍ନେହ, କର୍ତ୍ତବ୍ୟବୋଧ। ଆଉ କେବେ କେବେ ମତାନ୍ତର ପୁଣି...

ରାତିରେ ନିଦ ହେଉ ନ ଥିଲେ

ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ...

ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…

ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ...

ହାର୍ଟ ସମସ୍ୟା ଥିଲେ…

ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ...

Advertisement
Archives

Model This Week