Posted inଖେଳ

ପୃଥ୍ବୀ ଡୋପ୍‌ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ

ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ୮ ମାସ ପାଇଁ ବାସନ୍ଦ କରିଛି। ଗତ ସୟଦ ମୁସ୍ତାକ୍‌ ଅଲି ଟି୨୦ ଟୁର୍ନାମେଣ୍ଟ ଅବସରରେ ପୃଥ୍ବୀଙ୍କ ପରିସ୍ରା ନମୁନାର ପରୀକ୍ଷଣ ହୋଇଥିଲା। ଆଣ୍ଟି ଡୋପିଂ ତଥା ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଯାୟୀ ଏହି ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ନମୁନାରେ ନିଷିଦ୍ଧ ଟର୍ବୁଟାଲାଇନ ମିଳିଥିଲା। ୨୦୧୯ ଫେବୃୟାରୀରେ ନମୁନା ପରୀକ୍ଷା କରାଯାଇଥିଲା। ସେ ଆଗାମୀ ନଭେମ୍ବର ୧୫ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୂରେଇ ରହିବେ। ତାଙ୍କ ବାସନ୍ଦ ଅବଧି ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଫଳରେ ସେ ଏବେ ଆଗାମୀ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବାଦ୍‌ ପଡିବା ସ୍ପଷ୍ଟ ହୋଇଛି।
ଅଜାଣତରେ ସେ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ। ପ୍ରଦର୍ଶନରେ ଉନ୍ନତି ଆଣିବାକୁ ନୁହଁ ବରଂ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ ବୋଲି ସେ ସଫେଇ ଦେଇ କହିଛନ୍ତି। ପୃଥ୍ବୀଙ୍କ ସ୍ପଷ୍ଟୀକରଣକୁ ବିସିସିଆଇ ହୃଦୟଙ୍ଗମ କରିଛି। ଏବେ ତାଙ୍କୁ ଆହୁରି କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ହେବ। ନିଷିଦ୍ଧ ଟର୍ବୁଟାଲାଇନ ସାଧାରଣତଃ କଫ୍‌ ସିରପ୍‌ରେ ମିଳିଥାଏ। ପୃଥ୍ବୀଙ୍କୁ ବାଦ୍‌ ଦେଲେ ବିଦର୍ଭ ୨୩ ବର୍ଷରୁ କମ୍‌ କ୍ରିକେଟର ଅକ୍ଷୟ ଦୁଲ୍ଲାରବାର, ରାଜସ୍ଥାନର ୧୯ ବର୍ଷରୁ କମ୍‌ କ୍ରିକେଟର ଦିବ୍ୟ ଗଜରାଜ ମଧ୍ୟ ନିଷିଦ୍ଧ ପଦାର୍ଥ ସେବନ କରି ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମଧ୍ୟ ବୋର୍ଡ ବାସନ୍ଦ କରିଛି। ବିସିସିଆଇ ଆଣ୍ଟିଡୋପିଂ କାର୍ଯ୍ୟକ୍ରମ ଅନୁଯାୟୀ ଗତ ଫେବୃୟାରୀ ୨୨ରେ ମୁସ୍ତାକ ଅଲି ଟ୍ରଫି ଅସବରରେ ପୃଥ୍ବୀଙ୍କ ପରିସ୍ରା ନମୁନା ନିଆଯାଇଥିଲା। ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଟର୍ବୁଟାଲାଇନ୍‌କୁ ବାସନ୍ଦ କରିଛି। ତେଣୁ ଦେଶ ଓ ବିଦେଶରେ ଖେଳାଯାଉଥିବା ସବୁ କ୍ରୀଡ଼ାରେ ଏହି ପଦାର୍ଥ ନିଷିଦ୍ଧ ହୋଇଛି। ସେ ବିସିସିଆଇ ନିଶା ନିବାରଣ ନିୟମ (ଏଡିଆର) ୨.୧ର ଉଲ୍ଲଂଘନ କରିଛନ୍ତି ବୋଲି ବୋର୍ଡ ତରଫରୁ କୁହାଯାଇଛି।
୧୯ ବର୍ଷୀୟ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ପୃଥ୍ବୀ ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ୨୩୭ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଛଇ। ହିପ୍‌ ଇଞ୍ଜୁରି ବା ଅଣ୍ଟାରେ ଆଘାତ ସମସ୍ୟା କାରଣରୁ ରିହାବିଲିଟେସନରେ ରହିଛନ୍ତି। ଏବେ ସେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ରିହାବିଲିଟେଶନ ପ୍ରକ୍ରିୟାରେ ସାମିଲ ରହିଛନ୍ତି। ଫଳରେ ସେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଦିନିକିଆ ସରିଜ ଓ ଟେଷ୍ଟ ସରିଜରେ ଭାରତ ଏ’ ଦଳରେ ସ୍ଥାନ ପାଇ ନ ଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ ଚାମ୍ପିୟନ ଦଳର ସଦସ୍ୟ ପୃଥ୍ବୀ ଜଣେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ରୂପେ ବିବେଚିତ ହେଉଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ସେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ଅଭ୍ୟାସ ମ୍ୟାଚ୍‌ ଅବସରରେ ସେ ଗୋଇଠିରେ ଆଘାତ ପାଇବା କାରଣରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେରୀକମଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୮।୭(ପିଟି)- ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଇଣ୍ଡୋନେସିର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ...

ଖେଳରତ୍ନ ପାଇବେ ନାହିଁ ହରଭଜନ

ନୂଆଦିଲ୍ଲୀ, ୧୯ା୭(ପି.ଟି.)-ବର୍ତ୍ତମାନ ସମୟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ବୋଲି କହିଛନ୍ତି ଭେଟେରାନ...

ରାଇନାଙ୍କ ଉପରେ ରାଗିଲେ ସିଏସ୍‌କେ ମାଲିକ, ଜାଣନ୍ତୁ କାହିଁକି

ଚେନ୍ନାଇ,୩୧।୮: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସୁରେଶ ରାଇନା ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି...

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ...

ରଣଜୀ ଟ୍ରଫି: ସୌରାଷ୍ଟ୍ର- ବେଙ୍ଗଲ ଫାଇନାଲ ମୁକାବିଲା

ରାଜକୋଟ,୮।୩(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) ଷ୍ଟାଡିୟମରେ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। ଟାଇଟଲ...

ମ୍ୟାଚ୍‌ ଦିନ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ, ଜାଣିଲେ ହେବେ ଚକିତ

ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଅଜବ ଅନ୍ଧବିଶ୍ୱାସ ରହିଛି। କିଏ ମ୍ୟାଚ୍‌ ଦିନ ଆମିଷ ଖାାନ୍ତି ନାହିଁ ତ ଆଉ କିଏ ଛିଡା ହୋଇ...

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ...

Coronavirus Update


Archives

Model This Week

Why Dharitri