ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ

ବମ୍ବେ: ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ପୃଥ୍ବୀରାଜ’ରେ ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରରେ ପୃଥ୍ବୀରାଜଙ୍କ ପ୍ରଥମ ସ୍ତ୍ରୀ ସଂୟୋଗିତାଙ୍କ ଭୂମିକାରେ ସେ ନଜର ଆସିବେ। ଏହାର ଶୁଟିଂ ଆରମ୍ଭ ହୋଇଯାଇଛି। ନିଜ ଟୁଇଟର ପୃଷ୍ଠାରେ ଏ ନେଇ ଏକ ଫଟୋ ଶେୟାର କରିଛନ୍ତି ମାନୁଷୀ। ଏହା ଏକ ଗୀତ ଶୁଟିଂ ବେଳର ବୋଲି ସେ କହିଛନ୍ତି।

 

View this post on Instagram

 

At every ‘step’, they’ve got my back. #SongShoot #Prithviraj

A post shared by Manushi Chhillar (@manushi_chhillar) on

୨୦୧୯ରେ ଅକ୍ଷୟଙ୍କ ଚାରୋଟି ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ ରହିଥିଲା ‘ମିଶନ ମଙ୍ଗଲ, ହାଉସ୍‌ଫୁଲ ୪, ଗୁଡ୍‌ ନ୍ୟୁଜ୍‌ ଏବଂ କେଶରୀ’। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲା। ସେହିଭଳି ଚଳିତ ବର୍ଷ ମଧ୍ୟ ତାଙ୍କର ଚାରୋଟି ଫିଲ୍ମ ରିଲିଜ ହେଉଛି। ପୃଥ୍ବୀରାଜ ବ୍ୟତିତ ତାଙ୍କ ହାତରେ ‘ଲକ୍ଷ୍ମୀ ବମ୍‌’, ‘ସୂର୍ଯ୍ୟବଂଶୀ’, ‘ବଚ୍ଚନ ପାଣ୍ଡେ’ ରହିଛି। ଦମଦାର କାହାଣୀର ପୃଷ୍ଠଭୂମି ଯୋଗୁ ଫିଲ୍ମଗୁଡ଼ିକ ସଫଳ ହେବ ବୋଲି କୁହାଯାଉଛି। ଅପରପକ୍ଷେ ମାନୁଷୀ ପ୍ରଥମ ଥର ପାଇଁ ବଲିଉଡ୍‌ ଫିଲ୍ମରେ କାମ କରୁଥିବାରୁ ସେ ବେଶ ଉତ୍ସାହିତ ଅଛନ୍ତି। ପୃଥ୍ବୀରାଜରେ ଅନ୍ୟ ଭୂମିକାରେ ମାନବ ବିଜ, ଆଶୁତୋଷ ରାଣା ଏବଂ ସୋନୁ ସୁଡ଼ ପ୍ରମୁଖ ରହିଛନ୍ତି। ଚଳିତ ବର୍ଷ ଦିପାବଳୀରେ ଏହା ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri