ପୂର୍ବ ଶତ୍ରୁତା କାରଣ, ୩ ଭାଇଙ୍କ ସମେତ ୪ ଗିରଫ

ଫୁଲବାଣୀ ଅଫିସ, ୨୦ା୨ – କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ପାବୁରିଆ ଅଞ୍ଚଳରେ ଗତ ୮ ତାରିଖ ରାତିରେ ହୋଇଥିବା ସଚ୍ଚିଦାନନ୍ଦ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ପୂର୍ବ ଶତ୍ରୁତାରୁ ପାବୁରିଆ ଅଞ୍ଚଳର ସଚ୍ଚିଦାନନ୍ଦଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ୩ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାବୁରିଆ ଅଞ୍ଚଳର ସୌମେନ୍ଦ୍ର ବେହେରା, ଶୈଳେନ୍ଦ୍ର ବେହେରା, ପିଉସ ବେହେରା ଓ ଦୋକାନୀ ଜିତେଶ ଦେହୁରୀ। ପୂର୍ବରୁ ଜିତେଶଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବୁଧବାର ଅଭିଯୁକ୍ତ ୩ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜିତେଶ ଏହି ହତ୍ୟାକାଣ୍ଡରେ ସୂଚନାଦାତା ଥିଲେ। ହତ୍ୟାକାଣ୍ଡ ଦିନ ଜିତେଶଙ୍କ ସୂଚନା ଆଧାରରେ ସୌମେନ୍ଦ୍ର, ଶୈଳେନ୍ଦ୍ର ଓ ପିଉସ ଏକ ଅଟୋ ଏବଂ ଏକ ସ୍କୁଟିରେ ଆସି ସଚ୍ଚିଦାନନ୍ଦଙ୍କୁ ଖଣ୍ଡାରେ ବୀଭତ୍ସ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା ପ୍ୟାଣ୍ଟ ସାର୍ଟ ପୋଲିସ ଜବତ କରିଛି ବୋଲି ଏସ୍‌ପି ପ୍ରତୀକ ଗୀତା ସିଂ ପ୍ରକାଶ କରିଛନ୍ତି।
୨୦୧୫ ଡିସେମ୍ବର ୨୪ରେ ହତ୍ୟାକାଣ୍ଡ ଭିଆଇଥିବା ଯୁବକଙ୍କ ଭଉଣୀଙ୍କର ପ୍ରସବ ବେଦନା ହୋଇଥିଲା। ମା’ ଫୁଲବାଣୀ ମେଡିକାଲ ବାହାରିବାବେଳେ ସାଥିରେ ସଚ୍ଚିଦାନନ୍ଦଙ୍କ ଭାଇ ସରୋଜ ନାୟକଙ୍କ ସ୍ତ୍ରୀ କୁନିଙ୍କୁ ଡାକି ନେଇଥିଲେ। ହେଲେ ସଚ୍ଚିଦାନନ୍ଦଙ୍କ ପରିବାରକୁ ଏହା ଜଣାଇ ନ ଥିଲେ। ୨ ଦିନ ପରେ କୁନି ଘରକୁ ଫେରିବା ପରେ ସଚ୍ଚିଦାନନ୍ଦ, ଭାଇ ସରୋଜ ଏବଂ ଦୁର୍ଗା ତାଙ୍କ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶୈଳେନ୍ଦ୍ର ସେମାନଙ୍କୁ ମାଡ଼ ମାରିଥିଲେ। ଏହାପରେ ସଚ୍ଚିଦାନନ୍ଦ ତାଙ୍କ ଭାଇମାନେ ମିଶି ପ୍ରତିଶୋଧ ନେବାକୁ ଚାହୁଁଥିଲେ। ୨୦୧୬ ଜୁନ୍‌ ୨୯ରେ ପୁଣି ସମ୍ପୃକ୍ତ ୩ ଭାଇଙ୍କ ସମେତ ୭ ଜଣ ମିଶି ଦୁର୍ଗା ଏବଂ ସରୋଜଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏ ନେଇ ସାରଙ୍ଗଗଡ ଥାନାରେ ନଂ.୬୬/୧୬ରେ ମାମଲା ରୁଜୁ ହୋଇଥିଲା। ପୋଲିସ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ସେମାନେ ଜାମିନରେ ଆସିଥିଲେ ମଧ୍ୟ ପାବୁରିଆରେ ରହୁ ନ ଥିଲେ। ଅଲଗା ଅଲଗା ରହୁଥିଲେ। ସେମାନଙ୍କୁ କିପରି ଜେଲ ଦଣ୍ଡ ହେବ ସେଥିନେଇ ସଚ୍ଚିଦାନନ୍ଦ ପ୍ରୟାସ ଚଳାଇଥିବା ଜାଣିବା ପରେ ୩ ଭାଇ ତାଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ପାବୁରିଆର ଦୋକାନୀ ଜିତେଶଙ୍କ ଠାରୁ ସେମାନେ ସଚ୍ଚିଦାନନ୍ଦଙ୍କ ବିଷୟରେ ଟିକିନିଖ ଖବର ନେଉଥିଲେ। ସଚ୍ଚିଦାନନ୍ଦ ଘଟଣା ଦିନ ବଜାରରେ ଥିବାବେଳେ ଏକ ଅଟୋ ଏବଂ ସ୍କୁଟିରେ ୩ ଭାଇ ଆସି ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଫୋନ କଲ ଆଧାରରେ ଭୁବନେଶ୍ୱରରୁ ପିଉସ୍‌ଙ୍କୁ ଗିରଫ କରାଯିବା ପରେ ସେ ସମସ୍ତଙ୍କ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୋଲିସ ଅନ୍ୟମାନଙ୍କୁ ଫୁଲବାଣୀ ଏବଂ ଚକାପାଦରୁ ଗିରଫ କରିଥିଲା। ଏ ନେଇ ଥାନାରେ ନଂ.୮/୨୦ରେ ମାମଲା ରୁଜୁ ହୋଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ ଚକାପାଦ/ତୁମୁଡିବନ୍ଧ,୩୦ା୮: କନ୍ଧମାଳ ଜିଲାର ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ...

ଭଉଣୀ ଘରକୁ ଆସି ଭାଇ ନିଖୋଜ

ବାଲିଗୁଡ଼ା,୨୦ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭଉଣୀ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ...

ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

ରୋଜଗାର ଯୋଗାଉଛି ବରିଡା ଶାଗ

ରାଇକିଆ,୨୨ା୪(ଡି.ଏନ୍‌.ଏ.)- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ...

ଦାଗିରି ଗାଁ ନୂଆପଡ଼ାବାସୀଙ୍କୁ ବାଲିଚୁଆ ଭରସା

ତୁମୁଡିବନ୍ଧ,୨୫।୪: (ଡି.ଏନ.ଏ.) ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ ନାଳ ପୋଖରୀ ଗୁଡ଼ିକ ଶୁଖି ଯାଇଛି। ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ତୁମୁଡିବନ୍ଧ ଅଞ୍ଚଳରେ ପିଇବା...

ଘାଟିରୁ ଖସିଲା ବସ୍‌: ୩୦ରୁ ଊର୍ଦ୍ଧ ଆହତ

କୋଟଗଡ,୧୯ ।୮(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ନିକଟ ଡାଡୁମାହା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ୩୦ଫୁଟ...

ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ

ଦାରିଙ୍ଗବାଡ଼ି,୮।୫: ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ ଶୁକ୍ରବାର କରାଯାଉଥିଲା। ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି...

ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ...

Advertisement
Archives

Model This Week