ପୂର୍ବ ଶତ୍ରୁତାରୁ ମୂକ ବ୍ୟକ୍ତିଙ୍କୁ ଛୁରାମାଡ଼: ଅଭିଯୁକ୍ତ ପୁଅ ଗିରଫ, ମା’ ଫେରାର

କଟକ ଅଫିସ,୨୮ା୧୨: ମାଲଗୋଦାମ ଥାନା ଅନ୍ତର୍ଗତ ସମାଧିପାଟଣମ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମୂକ ବ୍ୟକ୍ତିଙ୍କୁ ରାଜୁ ନାୟକ (୩୦) ଓ ତାଙ୍କ ମା’ ତୁଳସୀ ନାୟକ(୫୦) ଛୁରା ମାଡ଼ କରିଛନ୍ତି। ଏଥିରେ ସମ୍ପୃକ୍ତ ମୂକ ବ୍ୟକ୍ତି ସନିଆ ନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସନିଆଙ୍କ ଭଉଣୀ କାଞ୍ଚନ ନାୟକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ କେସ୍‌ (ନଂ. ୨୬୦/୧୯) ରୁଜୁ କରି ଅଭିଯୁକ୍ତ ରାଜୁଙ୍କୁ ଗିରଫ କରିଥିବାବେଳେ ତାଙ୍କ ମା’ ତୁଳସୀ ଫେରାର ଅଛନ୍ତି। ଶନିବାର ରାଜୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ସନିଆଙ୍କ ସହ ରାଜୁ ଓ ତାଙ୍କ ମା’ଙ୍କର ପୂର୍ବରୁୁ ବିବାଦ ସୃଷ୍ଟି ହୋଇ ଶତ୍ରୁତା ଲାଗିରହିଥିଲା। ରାଜୁ ଅନେକ ସମୟରେ ମଦ ପିଇ ସନିଆଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଧମକାଉଥିଲେ। ଶୁକ୍ରବାର ପୁଣି ଥରେ କୌଣସି କାରଣକୁ ନେଇ ଉଭୟ ମା’, ପୁଅ ସନିଆଙ୍କ ସହ କଳି କରିଥିଲେ। ସନିଆ ଏହାକୁ ବିରୋଧ କରିବାରୁ ଉଭୟ ରାଜୁ ଓ ତୁଳସୀ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ସନିଆ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଘରେ ପଶି ମହିଳାଙ୍କ ବେକ କାଟି ଦେଲେ

କଟକ ଅଫିସ, ୧୫।୭: ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କୁତାଖାଇ ଗଳିରେ। ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ...

୩ ସମିତି ସଭ୍ୟ, ୨ ସରପଞ୍ଚ ଅପ୍ରତିଦ୍ୱନ୍ଦ୍ୱୀ

ଛତ୍ରପୁର,୨୮ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୨୮୨ଟି ଓ୍ବାର୍ଡମେମ୍ବର ଲାଗି ପ୍ରାର୍ଥିପତ୍ର ଦାଖଲ...

ରାଶନକାର୍ଡଧାରୀଙ୍କୁ ଅର୍ଥ ବାଣ୍ଟିଲେ ମନ୍ତ୍ରୀ

ଖଇରା,୮।୪(ଡି.ଏନ୍‌.ଏ.)- ଖାଉଟି ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଅଗ୍ରୀମ ୩ମାସର ରାଶନ ସାମଗ୍ରୀ ସହିତ ଅତିରିକ୍ତ ୧ହଜାର ଟଙ୍କା ଲେଖାଏଁ ଅର୍ଥ...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ...

ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ...

ପ୍ରଦୀପ ସାହୁ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ

ଗୁଣପୁର,୧୪।୫(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଯୁବ ନେତା ପ୍ରଦୀପ ସାହୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ଜାତୀୟ ଯୁବ କଂଗ୍ରେସ...

ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ

ଦେବଗଡ,୨୬।୩(ଡି.ଏନ.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଖିଲେଇ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ସେଥିରେ ବସିଥିବା ୪ ଜଣ ମହିଳାଙ୍କ ସମେତ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜଳ ସମ୍ପଦ ବିଭାଗର ଅତିରିକ୍ତ...

Advertisement
Archives

Model This Week