ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପଝିଅଙ୍କୁ ଆକ୍ରମଣ, ୩ ଗିରଫ

ଖଇରା, ୯।୩(ଡି.ଏନ.ଏ.)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରୁଢିଙ୍ଗିଆ ଗ୍ରାମର କୈଳାସ ବରାଳ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରାଯାଇଛି। ଗ୍ରାମର ଅଙ୍ଗନୱାଡି କର୍ମୀ ଓ ତାଙ୍କ ପରିବାର ଲୋକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି। ଖଇରା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା(ନଂ. ୫୪/୨୦) ରୁଜୁ କରି ମୀନତି ନାୟକ, ସହଯୋଗୀ ସବିତା ନାୟକ ଓ ଅନ୍ୟ ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛନ୍ତି ା
କୈଳାସଙ୍କ ପତ୍ନୀ ବାସନ୍ତୀଙ୍କ ଅଭିଯୋଗ ଅନୁଯାୟୀ ସ୍ବାମୀ ରବିବାର ଅପରାହ୍ନରେ ଶଶୁର ଘରୁ ବାଇକ ନେଇ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଗାଡି ଘର ଭିତରକୁ ଉଠାଇବା ପାଇଁ କହିଥିଲେ। ଏହି ସମୟରେ ପାଖରେ ଥିବା ସେହି ଗ୍ରାମର ଅଙ୍ଗନୱାଡି କର୍ମୀ ମୀନତି ନାୟକ, ତାଙ୍କ ସ୍ବାମୀ ଅଶୋକ ଓ ଅନ୍ୟ କେତେକ ସମ୍ପର୍କୀୟ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହିତ କୈଳାଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ା ବାପାଙ୍କୁ ମାରୁଥିବା ଦେଖି ତାଙ୍କର ଝିଅ ପ୍ରମିଳା ଛଡାଇବାକୁ ଯିବାରୁ ତାଙ୍କୁ ମଧ୍ୟ ମାଡ ମାରିବା ସହିତ ତାଙ୍କ ଉପରକୁ ପଥର ଫୋପାଡିଥିଲେ। ସଙ୍ଗେ ସଙ୍ଗେ ଆହତ କୈଳାଶଙ୍କୁ ଏକ ଅଟୋ ସାହାଯ୍ୟରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ଗାଁ କଲ୍ୟାଣ ସମିତି

ନାଉଗଁ।,୫ା୧୨(ସ୍ବ.ପ୍ର.): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୦୭ରେ ନାଉଗଁ। ବ୍ଲକରେ ଗଠନ କରାଯାଇଥିଲା ଗଁ। କଲ୍ୟାଣ ସମିତି। ଏହାର ମୂଳ ଲକ୍ଷ୍ୟ ଥିଲା ଗଁ।...

ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨: ନବରଙ୍ଗପୁର ଜିଲା ସରୁଗୁଡା ଗାଁରେ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବ୍ୟବସାୟୀ ଓ ପାଖରେ ଥିବା କେତେଜଣ ଲୋକଙ୍କୁ ଡଙ୍ଗରଭେଜା...

ରଥଯାତ୍ରାକୁ ନେଇ ଗଜପତିଙ୍କ ସହ ଆଲୋଚନା କଲେ ଦଇତାପତି

ପୁରୀ ଅଫିସ, ୨।୫: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର...

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ...

ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ପର୍ଲା, ୨୪।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍‌ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍‌।...

କଟରା ରଶ୍ମିରଞ୍ଜନ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମାଷ୍ଟରମାଇଣ୍ଡ ମହାଦେବ

ତିର୍ତ୍ତୋଲ,୬ା୧୧(ଡି.ଏନ.ଏ.): ତିର୍ତ୍ତୋଲ ଥାନା ଅଧୀନ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ...

Advertisement


Archives

Model This Week