ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ମହାରଥୀ ସର୍ବସାଧାରଣ ସମ୍ପତ୍ତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍‌ ହାଉସ୍‌ରେ ମିଶାଇ ଜବରଦଖଲ କରଛନ୍ତି। ହୁଙ୍କେଇପୁର ଫାର୍ମ୍‌ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଡ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍‌କୁ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି। ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ କେସ ନଂ ୭୬୭୧ / ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ମକଦ୍ଦମା କରିଥିଲେ। ମାନ୍ୟବର ହାଇକୋର୍ଟ ୨୩ା୦୨ା୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ। ତେଣୁ ଜିଲାପାଳ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି କାହିଁକି। ଏପରିକି ପରବର୍ତ୍ତୀ ସମୟରେ ମହାରଥୀ ଏବଂ ସାମନ୍ତରାୟଙ୍କୁ ସଚିବାଳୟରେ ଏକାଠି ଦେଖିବାକୁ ମିଳିଥିଲା। ରାଜନୈତିକ ଫାଇଦା ପାଇଁ ଉଭୟ ପରସ୍ପରର ସହଯୋଗୀ ପାଲଟିଥିଲେ, ଏହି ଜମି ହଡ଼ପ ମାମଲାରେ ଯୁଧିଷ୍ଠିରଙ୍କ ଭୂମିକା ସନ୍ଦେହଜନକ। ତେଣୁ ଉଭୟଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଗୋଲକ କହିଛନ୍ତି। ହେଲେ ଯୁଧିଷ୍ଠିର ସାମନ୍ତରାୟ ଏହିସବୁ ଅଭିଯୋଗକୁ ପୁରୁଣା ଅଭିଯୋଗ କହି ଏଡ଼ାଇ ଦେଇଛନ୍ତି। ଅପରପକ୍ଷରେ ଏହି ଅଭିଯୋଗ ଉପରେ ବିଧାୟକ ମହାରଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

ଜୁଲାଇ ସୁଦ୍ଧା ନିଲାମ ହେବ ୫ରୁ ୧୦ ଖଣି: ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ସୁଦ୍ଧା ୫ରୁ ୧୦ ଖଣି ନିଲାମ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୦ ସୁଦ୍ଧା ୨୪...

୧୨ ବର୍ଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୧୪୧୭

ଭୁବନେଶ୍ୱର, ୧୮ା୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ବଳାତ୍କାର, ଲୁଟ୍‌, ଠକେଇ, ଜମି ହଡପ, ଅପହରଣ ଭଳି ବଡ଼ ବଡ଼ ଅପରାଧ ପ୍ରାୟ ପ୍ରତିଦିନ ଘଟୁଛି। ଏ...

ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍‌ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା...

ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ...

ଧାମନଗର ସମବାୟ ସମିତିରେ ଅଚଳାବସ୍ଥା

ଭଦ୍ରକ ଅଫିସ, ୧୯ା୪ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିରେ ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସମିତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି...

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ...

ଅଧ୍ୟାପକ ନିଯୁକ୍ତିରେ ଓଡ଼ିଆ ପିଲାଙ୍କୁ ଅଣଦେଖା

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

Advertisement
Archives

Model This Week