ଫୁଲବାଣୀ ଅଫିସ, ୬ା୩-ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ (ଏସ୍ଇଓ) ନବକେଶି ଦେଶୀନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରଛନ୍ତି। କ.ନୂଆଗାଁ ବ୍ଲକ ଅଞ୍ଚଳରେ ପଦ୍ମଚରଣ ସାହୁ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟଗୁଡିକର ମଧ୍ୟାହ୍ନଭୋଜନ ପାଇଁ ଅଣ୍ଡା ଯୋଗାଉଥିଲେ ା ସେ ବାବଦକୁ ସରକାରଙ୍କଠାରୁ ପଦ୍ମଚରଣ ୭୪ ହଜାର ୯୦ ଟଙ୍କା ପାଇବାର ଥିଲା ା ଏହି ଟଙ୍କାର ବିଲ୍ କରିଦେବା ପାଇଁ ଦାୟିତ୍ୱରେ ଥିବା ନବକେଶି ଦେଶୀନାୟକଙ୍କୁ ସେ ଅନୁରୋଧ କରିଥିଲେ ା ଏଥିପାଇଁ ଦେଶୀନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ା ତେବେ ୮ ହଜାର ଟଙ୍କା ଦେବାକୁ କଥା ଛିଡିଥିଲା। ପଦ୍ମଚରଣ ଏ ନେଇ ୨୦୧୪ ଜୁଲାଇ ୨୨ରେ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗକ୍ରମେ ନଂ.୩୨/୧୪ରେ ମାମଲା ରୁଜୁ ହୋଇଥିଲା ା ୨୩ରେ ପଦ୍ମଚରଣ ଲାଞ୍ଚ ଟଙ୍କା ଦେଶୀନାୟକଙ୍କୁ ତାଙ୍କ ଅଫିସରେ ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ ା
Posted inଆମ ଜିଲା ଖବର, କନ୍ଧମାଳ View All

‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍ଆଇ ଅଫିସ୍ ସମ୍ମୁଖରେ ଭାଜପାର ଆନ୍ଦୋଳନ
ରୂପ୍ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍ସା ଆର୍ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍ବୁଲ୍’...

ପ୍ରବାସୀଙ୍କୁ ଘାରିଛି ରୋଜଗାର ଚିନ୍ତା: ଜିଲାର ଅଧା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୫ା୫: ତାଲାବନ୍ଦ ଯୋଗୁ କର୍ମନିଯୁକ୍ତି ହରାଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲାକୁ ଫେରିବାରେ ଲାଗିଛନ୍ତି। ଏମାନଙ୍କୁ ଏବେ ରୋଜଗାର ଚିନ୍ତା...

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ
ଭଣ୍ଡାରିପୋଖରୀ, ୨୮।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦୁଇଦିନ ଧରି ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଧାନ ଅମଳ ସମୟରେ ଏଭଳି ଅଦିନିଆ...

ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ
ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ...

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର...

ଗର୍ଭ ନିରୋଧକ ବଟିକା ବିକ୍ରିକୁ ନେଇ ହାଇକୋର୍ଟରେ ମାମଲା
କଟକ ଅଫିସ,୫ା୫: ବିନା ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ରେ ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଅନିୟନ୍ତ୍ରିତ...

CORONAVIRUS UPDATE: ଯାଜପୁରରେ ପୁଣି ୨ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭
ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଇନ୍ଦ୍ରାବତୀରେ ଓଲଟିଲା ଡଙ୍ଗା
ନବରଙ୍ଗପୁର,୧୧।୪: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଏକ ମାଛଧରା ଡଙ୍ଗା ଓଲଟି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଯିଛି। ମୃତକ...