Posted inଖେଳ

ପୂର୍ବତନ ଆର୍ଜେଣ୍ଟିନା ବକ୍ସିଂ ଚାମ୍ପିୟନଙ୍କୁ ଜେଲ୍‌ ଦଣ୍ଡ

ବୁଏନ୍‌ସ ଏରିଜ,୧।୮(ଏଏଫ୍‌ପି)- ବାରମ୍ବାର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ ପୂର୍ବତନ ଓ୍ବେଲଟରଓ୍ବେଟ ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନ କାର୍ଲୋସ ବାଲ୍ଡମିରଙ୍କୁ କୋର୍ଟ ୧୮ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୪୮ ବର୍ଷୀୟ ବକ୍ସର ୨୦୦୬ରେ ୧୦ ମାସ ପାଇଁ ବିଶ୍ୱ ବକ୍ସିଂ କାଉନ୍ସିଲ ଚାମ୍ପିୟନ ଥିଲେ। ଜଣେ ନାବାଳିକାଙ୍କୁ ୨୦୧୨ରୁ ୨ ବର୍ଷ ପର୍ଯ୍ୟନ୍ତ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ତାଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା। ତାଙ୍କୁ ଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗୁରୁବାର ହୋଇଥିବା ଶୁଣାଣିବେଳେ ବାଲ୍ଡମିର କୋର୍ଟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ, ଯାହା କି ଟେଲିଭିଜନରେ ଦେଖିବାକୁ ମିଳିଥିଲା। ଉଲ୍ଲେଖଥାଉ କି, ୨୦୦୬, ଜାନୁୟାରୀରେ ଜାବ ଜୁଦାଙ୍କୁ ହରାଇ ବାଲ୍ଡମିରଙ୍କ କ୍ୟାରିୟରର ସବୁଠୁ ବଡ଼ ସଫଳତା ପାଇଥିଲେ। ଏହାପରେ ଆର୍ତ୍ତୁରୋ ଗାଟ୍ଟିଙ୍କୁ ପରାସ୍ତ କରି ଡବ୍ଲୁବିସି ଓ୍ବେଲଟରଓ୍ବେଟ ଟାଇଟଲ ବଜାୟ ରଖିଥିଲେ। ସେହି ବର୍ଷ ନଭେମ୍ବରରେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେଓ୍ବେଦରଙ୍କଠାରୁ ପରାସ୍ତ ହୋଇ ଟାଇଟଲ ହାତଛଡ଼ା କରିଥିଲେ। ୨୦୧୪ରେ ସେ ରିଙ୍ଗ୍‌ରୁ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି ଆହତ

ପୋର୍ଟ ଅଫ୍‌ ସ୍ପେନ,୧୫।୮(ପିଟି)- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ...

ଶୁବମନ ଗିଲ୍‌ଙ୍କ ରେକର୍ଡ ଦ୍ୱିଶତକ

ତରୌବ(ତ୍ରିନିଦାଦ ଆଣ୍ଡ୍‌ ଟବାଗୋ),୯।୮- ଶୁବମନ ଗିଲ୍‌ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ...

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ...

ରାଜସ୍ଥାନର ପିଛା ଛାଡୁ ନାହିଁ ସମସ୍ୟା

ମୁମ୍ବାଇ, ୨୫।୪: ହ୍ୟାଟ୍ରିକ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସର ପିଛା ଛାଡ଼ୁନାହିଁ ସମସ୍ୟା। ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ୟୁ ଟେ ବ୍ୟକ୍ତିଗତ କାରଣ...

୩୩ ବର୍ଷରେ ରାହାନେ

ନୂଆଦିଲ୍ଲୀ,୬।୬: ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ରବିବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସମ୍ପୂର୍ଣ୍ଣ କ୍ରିକେଟ...

‘ନ୍ୟୁଜିଲାଣ୍ଡ ପଡ଼ିଆକୁ ବନ୍ଧୁକ ନେଇଯାଇଥିଲା ସତ, କିନ୍ତୁ ଗୁଳି ଫୁଟାଇପାରି ନ ଥିଲା’

ଅକଲାଣ୍ଡ,୧୬।୧୧: କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି। ଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ୮ ଉଇକେଟରେ...

ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ...

ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩: ତୃତୀୟ ରାଉଣ୍ଡରେ ଦୀପିକା, ତରୁଣଦୀପ

ଆଣ୍ଟାଲ୍ୟା (ତୁର୍କୀ), ୨୩।୫(ପି.ଟି.)- ବୁଧବାର ଏଠାରେ ଆରମ୍ଭ ହୋଇଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୩ରେ ଦୀପିକା କୁମାରୀ ଓ ତରୁଣଦୀପ ରାୟଙ୍କ ସମେତ ୪ ଭାରତୀୟ ତୃତୀୟ...

Advertisement
Archives

Model This Week