Posted inଖେଳ

ପୂଜାରା, ରାହୁଲ, ଜାଡେଜା ଘୋଷଣା କରିବେ କେଉଁଠାରେ ଦେବେ ଡୋପ ଟେଷ୍ଟ

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟରଙ୍କ ଲାଗି ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପକ୍ଷରୁ ପ୍ରଥମ ଥର ରେଜିଷ୍ଟର ଟେଷ୍ଟିଂ ପୁଲ (ଆରଟିପି) ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ୫ ଷ୍ଟାର ପୁରୁଷ ଓ ମହିଳା ଖେଳାଳି ରହିଛନ୍ତି। ଏଥିରେ ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ରହିଛନ୍ତି। ଏମାନେ ପ୍ରଥମ ସେଟ୍‌ କ୍ରିକେଟର ଭାବେ କେଉଁଠାରେ ଡୋପ୍‌ ଟେଷ୍ଟ ଦେବେ, ତାହା ନାଡା ଡିସିଓଙ୍କୁ ଜଣାଇବେ। ନାଡାର ମୁଖ୍ୟ କାର୍ଯ୍ୟାଳୟରେ ଚଳିତ ମାସ ‘ହ୍ବେୟାରଏବାଉଟ୍‌’ କ୍ଲଜ ସମ୍ପର୍କରେ ଏକ କର୍ମଶାଳା ଆୟୋଜନ ହେବ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଉପରୋକ୍ତ କ୍ରିକେଟରମାନଙ୍କୁ ପ୍ରତ୍ୟେକ ଦିନ ଏକ ଘଣ୍ଟାର ସ୍ଲଟ ନାଡାକୁ ଦେବାକୁ ପଡ଼ିବ। ଉକ୍ତ ସ୍ଲଟରେ ସେମାନେ ଡୋପ ନମୂନା ଦେବା ପାଇଁ ଉପଲବ୍ଧ ରହିବେ। ଆରଟିପି ଅନୁଯାୟୀ, ନାଡା ଡୋପ ନମୂନା ସଂଗ୍ରହ କରିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିଜର ଏକ ରେଜିଷ୍ଟର ଭାରତୀୟ କ୍ରିକେଟରଙ୍କ ପୁଲ ରହିଛି। ସେଥିରେ ଜାଡେଜା, ପୂଜାରା, ରାହୁଲ, ମନ୍ଧାନା ଓ ଦୀପ୍ତିଙ୍କ ନାମ ସ୍ଥାନ ପାଇ ନାହାନ୍ତି। ଏମାନଙ୍କ ବ୍ୟତୀତ ଆଇସିସି ଆରଟିପି ତାଲିକାରେ ଥିବା ଖେଳାଳିଙ୍କ ନମୂନା ଆଇସିସି ଅନୁମତି ପରେ ସଂଗ୍ରହ କରାଯିବ। ନାଡାର ଟେଷ୍ଟିଂ ଲାବ୍ରୋଟୋରି ଏନ୍‌ଡିଟିଏଲ ୬ ମାସ ବାସନ୍ଦ ହୋଇଛି। ହେଲେ ନାଡା କ୍ରିକେଟରଙ୍କ ନମୂନା ସଂଗ୍ରହ କରିବା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୨ ଦିନିଆ ରିମାଣ୍ଡରେ ସପ୍‌ନା

ମୁମ୍ବାଇ,୧୯।୨: ସେଲ୍‌ଫି ଉଠାଇବାକୁ କେନ୍ଦ୍ରକରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲାରେ ଶନିବାର ପୋଲିସ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ସପନା...

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ...

ଦେଓଧର ଟ୍ରଫି : ଇଣ୍ଡିଆ-ସି’କୁ ଜିତାଇଲେ ଅକ୍ଷର, ମାର୍କଣ୍ଡେ

ରାଞ୍ଚତ୍, ୩।୧୧ (ପି.ଟି.)-ସ୍ଥାନୀୟ ଜେଏସ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ କମ୍ପ୍ଲେକ୍ସଠାରେ ଶନିବାର ଖେଳାଯାଇଥିବା ଦେଓଧର ଟ୍ରଫିର ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ-ସି’ ୧୩୬ ରନ୍‌ରେ ଇଣ୍ଡିଆ-ବି’କୁ...

ଡ୍ରଗ୍ସ ନେବାକୁ ଏହି ଖେଳାଳିଙ୍କ ଉପରେ ପକାଯାଇଥିଲା ଚାପ

କ୍ରିକେଟ ଦୁନିଆର ଦ୍ରୁତତମ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଶୋଏବ ଅଖତର। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ପକାଇବାର ରେକର୍ଡ ଆଜି ବି ତାଙ୍କ ନାମରେ ରହିଛି।...

ଏକାଡେମୀରେ ଖେଳିବା ପାଇଁ ପୁଅଙ୍କ ଭଳି ଚୁଟି କାଟିଥିଲେ ଶେଫାଳି

ନୂଆଦିଲ୍ଲୀ, ୪6।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତକୁ ଜିତାଇବାରେ ୧୫ ବର୍ଷୀୟା ଓପନର୍‌ ଶେଫାଳି ବର୍ମାଙ୍କ...

ଭାରତକୁ ୨୧୬ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କୋତକାତା,୧୨।୧: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୨୧୬ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫...

ଭାରତ ପାଇଁ ୪ ପଦକ ନିଶ୍ଚିତ

ନୂଆଦିଲ୍ଲୀ, ୨୦ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଉଭୟ ପୁରୁଷ ଓ ମହିଳା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଏସିଆନ ଚାମ୍ପିୟନ ଭିନ୍‌କା ଓ ଅଲଫିୟା ପଠାନଙ୍କ...

ସକାଳେ ଚୌକା-ଛକା ମାରି ବୋଲର୍‌ଙ୍କୁ କରିଥିଲେ ଘାଇଲା, ସନ୍ଧ୍ୟାରେ ମିଳିଲା ଭାରତୀୟ ଟିମରୁ ଖେଳିବାର ସୁଯୋଗ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୧୯ ଜଣିଆ ଦଳର ଘୋଷଣା କରିଛି। ଏଥିରେ ଆଇପିଏଲ୍‌ ୨୦୨୦ରେ ଦମ୍‌ଦାର...

Advertisement
Archives

Model This Week