Posted inଖେଳ

ପୂଜାରାଙ୍କ ମଜାକ ଉଡାଇଲେ ଧାଓ୍ବନ

ରାଜକୋଟ,୨୯।୧୨- ଏଠାରେ ଉତ୍ତର ପ୍ରଦେଶ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ମ୍ୟାଚ୍‌ରେ ସୌରାଷ୍ଟ୍ର ପାଇଁ ଖେଳୁଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୋଲିଂ କରି ଉଇକେଟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୧୬୮ତମ ଓଭରରେ ବୋଲିଂ କରିବାକୁ ସୁଯୋଗ ପାଇଥିଲେ ପୂଜାରା। ସ୍ପିନ ବୋଲିଂ କରିଥିବା ପୂଜାରା ଦ୍ୱିତୀୟ ବଲରେ ଉଇକେଟ ପାଇବା ପରେ ଖୁସିରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହାର ଏକ ଭିଡିଓ ଇନ୍‌ଷ୍ଟାଗାମରେ ଶେୟାର କରି ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ କ୍ୟାପଶନରେ ଲେଖିଛନ୍ତି, ମୁଁ ବ୍ୟାଟ୍ସମାନରୁ ଅଲରାଉଣ୍ଡର ମାନ୍ୟତା ପାଇଛି। ଏହାର ମଜାକ ଉଡାଇ ଭାରତୀୟ ଓପନର ଶିଖର ଧାଓ୍ବନ କମେଣ୍ଟ କରିଛନ୍ତି, ଭାଇ କେବେ ପିଚ୍‌ରେ ତ ଏତେ ଗତିରେ ଦୌଡ଼। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାଥୀ ଖେଳାଳି ପୂଜାରାଙ୍କୁ ପ୍ରଶଂସା କରି ଆହୁରି ବୋଲିଂ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓରେ କରୋନା ସଂକ୍ରମଣ ୬ମାସ ଶୀର୍ଷରେ

ଟୋକିଓ,୨୨।୭(ଏପି): ଆଉ ଦୁଇଦିନ ପରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଗତ ୬ମାସ ମଧ୍ୟରେ ସଂକ୍ରମଣ ସବୁଠାରୁ ଅଧିକ...

ଚ୍ୟାରିଟି ଫୁଟ୍‌ବଲ ମ୍ୟାଚ୍‌ ଖେଳିଲେ ଧୋନୀ, ପେସ

ନୂଆଦିଲ୍ଲୀ,୭।୧୦: ଭାରତୀୟ ଦଳର ବିଶ୍ୱକପ୍‌ରୁ ବିଦାୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏପର୍ଯ୍ୟନ୍ତ ଜାତୀୟ ଦଳକୁ ଫେରି ନାହାନ୍ତି। କିନ୍ତୁ ବିଭିନ୍ନ ଖେଳରେ...

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ...

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌...

ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟରଙ୍କ ଭାବି ସ୍ତ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ ଧନଶ୍ରୀ ବର୍ମା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ଭିଡିଓ ଭାଇରାଲ...

ଆଇସିସି ଟେଷ୍ଟ : ର଼୍ୟାଙ୍କିଙ୍ଗ୍‌ ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୧୪ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ...

ବିଶ୍ୱ ଫର୍ନାଣ୍ଡୋଙ୍କୁ ୫ ଉଇକେଟ ସଫଳତା

ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା...

ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହିସବୁ ପ୍ରସିଦ୍ଧ କ୍ରିକେଟର

ସେପ୍ଟେମ୍ବର ୧୫କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ହୋଇତତ୍ବାରୁ ତାଙ୍କ...

Advertisement
Archives

Model This Week