ପୁରୁଷଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅଧିକ: ରିପୋର୍ଟ !

ବେଜିଂ, ୯।୩: କରୋନା ସଂକ୍ରମଣ ଯୋଗୁ ପୃଥିବୀର ୧୦୧ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକ ପୁରୁଷ ରହିଥିବା ବେଳେ ଛୋଟ ପିଲା ଏବଂ ମହିଳାଙ୍କ ସଂଖ୍ୟା କମ୍‌ ରହିଛି। ଚାଇନିଜ୍‌ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିପାଇଁ ହୋଇଥିବା ସର୍ଭେରେ ୪୪ ହଜାର ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ଜଣାପଡ଼ିଥିଲା କରୋନା ସଂକ୍ରମଣରେ ୨.୮ ପ୍ରତିଶତ ପୁରୁଷ ଏବଂ ୧.୭ ପ୍ରତିଶତ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଛୋଟ ପିଲା ଏବଂ କିଶୋରଙ୍କ ମୃତ୍ୟୁ ସଂଖ୍ୟା ୦.୨ ପ୍ରତିଶତ ରହିଛି। ୮୦ ବର୍ଷରୁ ଅଧିକ ବୟସ୍କ ୧୫ ପ୍ରତିଶତ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଥିବା ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ଫ୍ଲୁ ସହିତ ଅନ୍ୟ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏଭଳି ସମାନ ସ୍ଥିତି ଦେଖାଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ ସଂକ୍ରମଣ ମୁଖ୍ୟତଃ ଜୀବନ ଶୈଳୀ ଆଧାରରେ ହୋଇଥାଏ। ପୁରୁଷମାନେ ଅଧିକ ସମୟ ବାହାରେ ବିତାଇବା ସହିତ ମଦ୍ୟପାନ, ସିଗାରେଟ, ତମାଖୁ ଆଦିର ବ୍ୟବହାର କରୁଥିବାରୁ ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି

ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍‌ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି।...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି...

ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି।...

ସଙ୍କଟରେ ଇମ୍ରାନ୍‌ ସରକାର: ଜେନେରାଲ ବାଜଓ୍ବା ଦଖଲ କରିପାରନ୍ତି କ୍ଷମତା !

ଇସଲାମାବାଦ୍‌,୩।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କରମ ଜାଭେଦ୍‌ ବାଜଓ୍ବା କ୍ଷମତା...

୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା...

ଜନ୍ମର ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହେଲେ ନବଜାତକ

ବେଜିଂ,୬।୨: ଚାଇନାରେ ମହାମାରୀର ରୂପ ନେଇଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ହେଲେ ଚାଇନାରେ ଏହାର ଭୟାବହତା କେତେ ତାହା ସେଠାକାର ମୃତ୍ୟୁହାର...

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି...

୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ

କାବୁଲ/ପେଶାଓ୍ବର,୯ା୯: ତାଲିବାନ୍‌ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି  ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି।...

Advertisement


Archives

Model This Week