ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ସାରିଲାଣି। ଭୟରେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ବନ ବିଭାଗ ଏହି ମାଙ୍କଡ଼କୁ ଧରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଙ୍କଡ଼କୁ ଗୁଳିକରି ମାରିଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।
ପ୍ରାୟ ଏକ ମାସ ପୂର୍ବେ ଏହି ମାଙ୍କଡ଼ ଉକ୍ତ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପ୍ରଥମେ କେହି ଏହାକୁ ଗୁରୁତର ସହ ନେଇ ନ ଥିଲେ । ହେଲେ ଦିନକୁ ଦିନ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଥିଲା । ରାସ୍ତା ଘାଟ ଯେଉଁଠି ଲୋକଙ୍କୁ ଦେଖିଲା ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା। ପୁରୁଣା ବ୍ରହ୍ମପୁର ଅଞ୍ଚଳର ପାଣ୍ଡବ ନଗର, ମାର୍ଥାପେଟା ସାହି, ରାଧାକୃଷ୍ଣ ସାହି, ମେଣ୍ଟୁ ଛକ, ତୋଟା ସାହି, ଗଣେଶ ନଗର, ଲକ୍ଷ୍ମୀନୃସିଂହ ସାହି ଏବଂ ପ୍ରହଲ୍ଲାଦ ନଗରରେ ମାଙ୍କଡ଼କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ୱ ଲୋକେ ମାଙ୍କଡ଼ କାମୁଡ଼ାରେ ଆହାତ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଜଣାଇବା ପରେ ସେମାନେ ଅଞ୍ଚଳ ସାରା ବୁଲିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି। ବୁଧବାର ସକାଳେ ବ୍ରହ୍ମପୁର ରେଞ୍ଜ ରାଜା ରାଓ ସୁବୁଦ୍ଧିଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ବାଟୁଳି, ଜାଲ ସହ ଅନ୍ୟାନ୍ୟ ସରଞ୍ଜାମ ଧରି ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି । ଗୋଟିଏ ପଟେ ବନ ବିଭାଗ ମାଙ୍କଡ଼କୁ ଧରିପାରୁ ନ ଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ହାତରେ ଠେଙ୍ଗା, ବାଡ଼ି ଧରି ସାହି ସାହି ବୁଲୁଛନ୍ତି । ନିଜ ନିଜ ଘର ଆଗରେ ଠେଙ୍ଗା ଧରି ଜଗିଛନ୍ତି । ପାଗଳ ମାଙ୍କଡ଼କୁ ମାରିଦେବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଯୋଜନା ଚାଲିଥିବା ବନ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ରହିଛି। ଏଠାରୁ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସରୁ ବିଧାୟକ ହେବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ...

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ...

ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି...

ମାଲିକ ନ ଥିବା ଗାଈ ଉଠାଇଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୧୪।୯-ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ଆଉ ଏକ ପଦକ୍ଷେପ ହାତକୁ ନେଇଛି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) । ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା...

ଗଞ୍ଜାମ ପାଇଁ ଗୌରବ ଆଣିଲେ ରାଜେନ୍ଦ୍ର

ଗଞ୍ଜାମ,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୭ ନଂ ଓ୍ବାର୍ଡ କୈବର୍ତ୍ତ ସାହିର ରାଜେନ୍ଦ୍ର କୁମାର ସାହୁ ୨୦୨୨ ଆଇଆଇଟି ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୬୨୦ ନମ୍ବର...

ପକ୍ଷାଘାତ ପରେ ମୋନାଲିସାଙ୍କୁ ତଡ଼ିଦେଲେ ସ୍ବାମୀ

ଛତ୍ରପୁର,୩ ।୧(ଡି.ଏନ.ଏ.): ଅସହାୟ ମୋନାଲିସା ଏବେ ଏକାକୀ। ପକ୍ଷଘାତ ରୋଗ ପରେ ସ୍ବାମୀ ତାଙ୍କୁ ତଡିଦେଲେ। ଏପରିକି ୨ବର୍ଷ ବୟସର ଝିଅକୁ ମଧ୍ୟ ମା’ ପାଖରୁ...

ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ: କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ୧...

ପରିବାର କୋର୍ଟରେ ହାଜର ହେଲେ ସୁମିତ

ବ୍ରହ୍ମପୁର ଅଫିସ,୧୧ା୨: ଡା.ସୁମିତ ସାହୁ ଓ ତପସ୍ବିନୀ ଦାଶ ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର ଉଭୟପକ୍ଷ କାଉନ୍‌ସେଲିଂ ପାଇଁ ଗୁରୁବାର ଦିନ ଧାର୍ଯ୍ୟ...

Advertisement
Archives

Model This Week