ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ  

ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ସୋମବାର ଧାଇଁ ଆସିଥିବା ବଅଁରପାଳ ବ୍ଲକ କୁଶପଙ୍ଗି ଗାଁର ଭିନ୍ନକ୍ଷମ ଅରବିନ୍ଦ ନାଏକ(୪୮)ଙ୍କୁ ଶେଷରେ ତାଙ୍କର ପୁରୁଣା ନୋଟ୍‌ ଓ କଏନ୍‌ ସହ ଘରକୁ ଫେରିବାକୁ ପଡ଼ିଛି। ପୁରୁଣା ନୋଟ୍‌ ବଦଳରେ ଅଧିକ ଅର୍ଥ ମିଳିବା ସମ୍ପୂର୍ଣ୍ଣ ମିଥ୍ୟା ଓ ଏହା ଏକ ଗୁଜବ ବୋଲି ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବିଶ୍ୱାସ ଦେଇଥିବା ଅରବିନ୍ଦ କହିଛନ୍ତି।
ଅରବିନ୍ଦଙ୍କ କହିବା ଅନୁଯାୟୀ, ବୁଢ଼ୀ ମା’ ସହ ୫ ବର୍ଷର ଦୁଇ ଯାଆଁଳା ଶିଶୁପୁତ୍ରଙ୍କୁ ନେଇ ତାଙ୍କ ପରିବାର। କେବଳ ଭିନ୍ନକ୍ଷମ ଭତ୍ତା ଓ ରାଶନ ସାମଗ୍ରୀ ଛଡ଼ା ଅନ୍ୟ କିଛି ସରକାରୀ ସହାୟତା ମିଳୁନାହିଁ। ଫଳରେ ଅତି ଦୟନୀୟ ଅବସ୍ଥାରେ ସେ ପରିବାର ଚଳାଉଛନ୍ତି। ପୁରୁଣା ନୋଟ୍‌ ଓ କଏନ ଦେଲେ ଅଧିକ ଅର୍ଥ ମିଳୁଥିବା ସମ୍ପର୍କରେ ସେ ସୋସିଆଲ ମିଡିଆରୁ ଜାଣିବା ପରେ ମନରେ ଉତ୍ସାହ ଆସିଥିଲା। ଫଳରେ ଘରେ ଥିବା କିଛି ପୁରୁଣା ନୋଟ୍‌ ଓ କଏନ ଧରି ସେ ବହୁ ଆଶାରେ କୁଶପଙ୍ଗିରୁ ଜିଲା କାର୍ଯ୍ୟାଳୟକୁ ଧାଇଁ ଆସିଥିଲେ। ଏପରି କି ଜିଲାପାଳଙ୍କୁ ମଧ୍ୟ ଭେଟିଥିଲେ। ହେଲେ ପ୍ରଶାସନିକ ଅଧିକାରୀମାନେ ଏହା ଏକ ଗୁଜବ ବୋଲି ତାଙ୍କୁ ବିଶ୍ୱାସ ଦେବା ସହ ଆର୍‌ବିଆଇରେ ପୁରୁଣା ଟଙ୍କା ବଦଳାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଏତେବାଟ ଯିବାକୁ ସକ୍ଷମ ନୁହନ୍ତି ବୋଲି କହି ଘରକୁ ଫେରି ଯାଉଥିବା ଅରବିନ୍ଦ ପ୍ରକାଶ କରିଛନ୍ତି। ଭିନ୍ନକ୍ଷମ ଅରବିନ୍ଦଙ୍କ ଅନ୍ୟ ସମସ୍ୟା ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ଅରବିନ୍ଦ ଏ ନେଇ ପ୍ରଶାସନକୁ ଅଭିଯୋଗ କଲେ କିଛି ବ୍ୟବସ୍ଥା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଦିଆଯିବ କରୋନା ସମ୍ପର୍କିତ ତଥ୍ୟ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ସୋମବାର ଅପରାହ୍ନରେ ଜିଲାପାଳ ମନୋଜ...

ସମାଧାନ ବୈଠକ ପରେ ମୁଥ ମରାମରି

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ବିପକ୍ଷବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ...

ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ...

ଏକସଙ୍ଗେ ମିଳୁ ଧାନ ବିକ୍ରି ଟଙ୍କା

ବଇଣ୍ଡା,୧୧।୨(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡାଠାରେ ଥିବା ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ବଇଣ୍ଡା ଶାଖା ପକ୍ଷରୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଠିକ୍‌ ଭାବେ ଯୋଗାଇ...

ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ।...

ନିଆରା ନୂଆଁଖାଇ: ୧୮୦ ପରିବାରର ୮୦୦ ସଦସ୍ୟ ସାମିଲ

ରେଙ୍ଗାଲି,୩ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଅବସରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମ। ଏହି ପର୍ବରେ...

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ...

୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ

ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ...

Advertisement
Archives

Model This Week