ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା: ଅଭିନବ ଶୈଳୀରେ ଦାବି ଉପସ୍ଥାପନ କଲା ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ

ବରଗଡ଼ ଅଫିସ,୨୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶୁକ୍ରବାରରୁ ଅଭିନବ ଶୈଳୀରେ ଦାବି ଉପସ୍ଥାପନ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଏହି ଅଭିଯାନର ସଭ୍ୟାସଭ୍ୟବୃନ୍ଦ ଡାକ୍ତରଖାନା ପରିସରରେ ହାତରେ ଝାଡୁ ଧରି ସମବେତ ହୋଇଥିଲେ। ଏହାପରେ ସେମାନେ ଡାକ୍ତରଖାନା ସଫେଇ କରିଥିଲେ। ଆସନ୍ତା ୧୫ଦିନ ଧରି ଏଠାରେ ଏଭଳି ସଫେଇ କାର୍ଯ୍ୟ ଜାରି ରଖି ମାର୍ଚ୍ଚ ୮ତାରିଖ ଆନ୍ତର୍ଜାତିକ ମହିଳା ଦିବସରେ ଜିଲାପାଳ ଅଫିସ ଆଗରେ ଏକ ବିଶାଳ ମହିଳା ସମାବେଶର ଦାବି ଉପସ୍ଥାପନ କରାଯିବ ବୋଲି ବରଗଡ଼ ହସପିଟାଲ ବଞ୍ଚାଅ ଅଭିଯାନ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, କିଛିଦିନ ଧରି ସନ୍ଧ୍ୟାରେ ଏହି ଅଭିଯାନ ପକ୍ଷରୁ ମହମବତି ଶୋଭାଯାତ୍ରା ମାଧ୍ୟମରେ ଉପରୋକ୍ତ ଦାବି ଉପସ୍ଥାପନ କରାଯାଉଥିଲା। ତେବେ ଗୁରୁବାର ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ମାନ୍ୟତା ପ୍ରଦାନ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବରଗଡ଼ ହସପିଟାଲ ବଞ୍ଚାଅ ଅଭିଯାନ ମହମବତି ଶୋଭାଯାତ୍ରା ବଦଳରେ ଡାକ୍ତରଖାନା ସଫେଇ କରି ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି ଉପସ୍ଥାପନ କରୁଛି। ଏଥିରେ ଚାଷୀନେତା ଲିଙ୍ଗରାଜଙ୍କ ସମେତ ପବିତ୍ର ଦେହୁରୀ, ଭବାନୀ ପ୍ରସାଦ ସାହୁ, ଅସିତ ସାହୁ, ଅମିତାଭ ପାତ୍ର, ରମେଶ ପତିଙ୍କ ସମେତ ବହୁସଂଖ୍ୟକ ମହିଳା ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ମାଓବାଦୀ ନେତା: ଶେଷକୃତ୍ୟ ସମ୍ପନ୍ନ କଲେ ପୋଲିସ ବାବୁ

ଚିତ୍ରକୋଣ୍ଡା,୧୦ା୩,(ଡି.ଏନ୍‌.ଏ.): କେନ୍ଦ୍ରୀୟ କମିଟି ମାଓବାଦୀଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓବାଦୀ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି...

୩୯ ବଦଳରେ ୧୨ ନର୍ସ

ଚମ୍ପୁଆ,୫ା୮(ଡି.ଏନ.ଏ.): ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଅବହେଳିତ ଅବସ୍ଥାରେ। ସେଥିପାଇଁ ରୋଗୀ ଏବେ ଜିଲା ମୁହାଁ ହେଲେଣି। ଉଚ୍ଚ କର୍ତ୍ତୃପକ୍ଷ ଅବହେଳାରୁ...

ରାତି ଉଜାଗର ରହିବେ ପଞ୍ଚ ଦେବତା

ପ୍ରଦୀପ୍ତ କୁମାର ପୃଷ୍ଟି ଚଣ୍ଡିଖୋଲ, ୧୮ା୨: ମହାଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ...

ସେଲଫି ହେଲା କାଳ: ନଦୀରେ ଭାସିଯାଇଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର...

ମୟୂରଭଞ୍ଜରେ ମହିଳା କାର୍ଡ

ବାରିପଦା ଅଫିସ,୭ା୬: ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ...

ରହସ୍ୟ ଘେରରେ ସରପଞ୍ଚ ଦୀପାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ପୁରୀ ଜିଲା ନିମାପଡ଼ାର ଡେଲ୍‌ଟା ଛକରେ ସରପଞ୍ଚ ଦୀପା ବେହେରା(୩୨)ଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁ...

CORONAVIRUS UPDATE: ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ସନ୍ଧ୍ୟାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ୭ ଥିବାବେଳେ ଭୁବନେଶ୍ୱରର ୩ ଆକ୍ରାନ୍ତ...

ସଙ୍କଟ ଟାଳିବ ସଚେତନତା: ଜିଲାପାଳ

ଢେଙ୍କାନାଳ ଅଫିସ, ୫।୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ସତର୍କତା, ସଚେତନତା, ସାମାଜିକ ଦୂରତ୍ୱ ହିଁ ଏହି ମହାମାରୀ...

Advertisement
Archives

Model This Week