ପୁରୀ ସହରରେ ଆଜି ଲାଗୁ ହେବନି ଶଟ୍‌ଡାଉନ୍‌

ପୁରୀ ଅଫିସ, ୬।୬: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ ପୁରୀ ସହର ରହିଛି। କିନ୍ତୁ ଶନିବାର ପୁରୀ ସହର ପାଇଁ ଶଡ୍‌ଡାଉନ୍‌ ଲାଗୁ ହେବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାନଯାତ୍ରା ପାଇଁ ଶୁକ୍ରବାର ବଡ଼ଦାଣ୍ଡର ମାର୍କେଟ ଛକଠାରୁ କାକୁଡିଖାଇ ଛକ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏହି କାରଣ ପାଇଁ ୬ତାରିଖ ଅର୍ଥାତ୍‌ ଶନିବାର କେବଳ ପୁରୀ ସହରରେ ଶଟ୍‌ଡାଉନ୍‌ ଲାଗି ହେବ ନାହିଁ। କିନ୍ତୁ କେବଳ ଗ୍ରାମାଞ୍ଚଳରେ ଶଟ୍‌ଡାଉନ୍‌ ଆଦେଶ ପ୍ରକାରେ ଶନିବାର ଓ ରବିବାରରେ ଲାଗୁ ହେବ। ପୁରୀ ମ୍ୟୁନିସିପାଲଟି ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ଶନିବାର ଶଟ୍‌ଡାଉନ୍‌ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ସରଗରମ : ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୬।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛିି। ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା...

ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର...

ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି ।...

ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି...

ଘଉଡାଇବା ପାଇଁ ବାଟୁଳି, ଟେକା ପଥର ମାଡ଼: ବିପଦରେ ହାତୀଙ୍କ ଜୀବନ

ବଣାଇ,୧୩।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରେ ଦୀର୍ଘଦିନ ହେବ ଦୁଇଟି ଦନ୍ତା ତାଣ୍ଡବ ରଚି ଅନେକ ଫସଲ ନଷ୍ଟ କରିବା ସହ ବହୁ ଘର...

ଅସମ୍ଭାଳ ଶୀତ, ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରବଳ ଶୀତ ଲହରି ଜାରିରହିଛି। ରାତି ଅପେକ୍ଷା ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବାରୁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ। କୁହୁଡ଼ି ସହ...

ବନ୍ୟାଞ୍ଚଳରେ ବଢ଼ୁଛି ରୋଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟର କେତେକ ଜିଲାରେ ବନ୍ୟା ହୋଇଥିବା ବେଳେ ସେଠାରେ ରୋଗ ବଢ଼ୁଥିବା ଦେଖାଯାଉଛି। ବିଶେଷ କରି ଜଳବାହିତ ରୋଗ, ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ...

ମୂଷାପାଲି ପଞ୍ଚାୟତକୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କୋକସରା,୨୮ା୫(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଥିବାରୁ ଗାଁ ଗାଁରେ ମଦ୍ୟପଙ୍କ ଦୌରାତ୍ମ୍ୟ ସହ ଗାଁ ପରିବେଶକୁ ଅଶାନ୍ତ କରୁଥିବା...

Advertisement
Archives

Model This Week