ପୁରୀ ରେଳ ଷ୍ଟେଶନରୁ ଆମେରିକା

କଣାସ,୫ା୧୧(ସ୍ବ.ପ୍ର.): ସେଦିନର କୁଅଁା କୁଅଁା ଶବ୍ଦ ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଦେଇଛି। ଅଲୋଡା ଶିଖା ଏବେ ଆମେରିକୀୟ ଦମ୍ପତିଙ୍କ ଅଲିଅଳି କନ୍ୟା। ପୁରୀ ରେଳ ଷ୍ଟେଶନରୁ ୨୨ମାସ ତଳେ ଉଦ୍ଧାର ହୋଇଥିବା ଶିଖା ଆଜି ଆମେରିକାର ବାସିନ୍ଦା।
୨୦୧୮ ମାର୍ଚ୍ଚ ୨୬ତାରିଖ ଦିନ ହାୱଡାରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ୍‌ ପୁରୀ ରେଳ ଷ୍ଟେଶନ ୭ନମ୍ବର ପ୍ଲାଟର୍ଫମରେ ଲାଗିଥିଲା। ସମସ୍ତେ ଯାତ୍ରୀ ବାହାରି ଯାଇଥିବାବେଳେ ଏସି କୋଚ୍‌ ଭିତରେ ଏକ ଜନ୍ମିତ ଶିଶୁକନ୍ୟା ପଡିଥିବା ଦେଖି ପୁରୀ ଶିଶୁ ମଙ୍ଗଳ ସମିତିକୁ ଜଣାଇ ଦିଆଯାଇଥିଲା। ଖବରପାଇ ପୁରୀ ଶିଶୁ ମଙ୍ଗଳ ଅଧିକାରୀ ମନୋଜ କୁମାର ତ୍ରିପାଠୀ ଷ୍ଟେଶନରେ ପହଞ୍ଚତ୍ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ। ଲାଳନପାଳନ ପାଇଁ କଣାସ ବ୍ଲକ ଦୟାବିହାରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଶିଶୁ ଗୃହକୁ ପଠାଇଥିଲେ। ପରେ ପ୍ରତିଷ୍ଠାନ ପକ୍ଷରୁ ଶିଶୁଟିର ନାମ ଶିଖା ରଖାଯାଇଥିଲା। କିନ୍ତୁ ଶିଶୁଟିର ଶାରୀରିକ ବିକଳାଙ୍ଗ ଥିବାରୁ ଅନୁଷ୍ଠାନ ପକ୍ଷରୁ କଟକ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ଶିଶୁରୋଗ ବିଶେଷଜ୍ଞ ଡ. ସୁଧୀର କୁମାର ମହାପାତ୍ର ଶିଖାର ଚିକିତ୍ସା କରିଥିଲେ। ଇତି ମଧ୍ୟରେ ଆମେରିକାର ଟୋନି ଜେମ୍‌ସେ ମଉଲାଦିନ୍‌, କ୍ଲାରାଟେଲରମାଉଲ୍‌ ଦିନ୍‌ ଏକ ଝିଅକୁ ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ନୀଳାଚଳ ସେବା ପ୍ରତିଷ୍ଠାନ ଆମେରିକା ଦମ୍ପତିର ସନ୍ତାନ ଗ୍ରହଣ ଯୋଗ୍ୟ ବିବେଚିତ ଥିବା ଦେଖି ଶିଖା ବିଷୟରେ ଜଣାଇଥିଲେ। ଶିଖା ଜଣେ ଦିବ୍ୟାଙ୍ଗ ଥିବା ଜାଣିବା ପରେ ମଧ୍ୟ ଆମେରିକା ଦମ୍ପତି ଜଣକ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ସମସ୍ତ କାଗଜପତ୍ର ଅଦାଲତକୁ ଦେଇଥିଲେ। ପରେ ଅଦାଲତ ଓ ସେବା ପ୍ରତିଷ୍ଠାନ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଗତ ୨ତାରିଖ ଦିନ ଉକ୍ତ ଆମେରିକା ଦମ୍ପତି ନୀଳାଚଳ ସେବା ପ୍ରତିଷ୍ଠାନରେ ପହଞ୍ଚି ଶିଖାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ନୀଳାଚନ ସେବା ପ୍ରତିଷ୍ଠାନର ଶିଶୁ ଗୃହ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ, ଷ୍ଟାଫ ନର୍ସ ସୁକାନ୍ତି ସେଠୀ ଓ ଶିଖାକୁ ଲାଳନପାଳନ କରୁଥିବା ସମସ୍ତ ଗୃହମାତାଙ୍କ ଉପସ୍ଥିତ ରହି ଖୁସି ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?