ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ

ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍‌ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା କରିଛନ୍ତି। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଛି। ଟିମ୍‌ ସଦସ୍ୟ ବିଭିନ୍ନ ନଦୀଶଯ୍ୟା, ସନ୍ତସନ୍ତିଆ ସ୍ଥାନ, ଖାଲୁଆ ଅଞ୍ଚଳ ଏବଂ ଜଙ୍ଗଲିଆ ସ୍ଥାନରେ ରହିଥିବା ଦେଶୀବିଦେଶୀ ପକ୍ଷୀଙ୍କୁ ଠାବ କରିବା ସହ କେଉଁ ପ୍ରଜାତିର କେତେ ପକ୍ଷୀ ଆସିଛନ୍ତି ତାହା ଆକଳନ କରିଛନ୍ତି। ପୁରୀ ଡିଭିଜନ ଅଧୀନରେ ଗତବର୍ଷ ଅପେକ୍ଷା ଏ ବର୍ଷ ପ୍ରଜାତି ସଂଖ୍ୟା ହ୍ରାସ ପାଇଥିବାବେଳେ ଅଧିକ ପକ୍ଷୀ ଚିହ୍ନଟ କରାଯାଇଛି। ଗତବର୍ଷ ୧୧୦ ପ୍ରଜାତିର ୬୮,୦୨୯ ପକ୍ଷୀ ଆସିଥିବାବେଳେ ଚଳିତବର୍ଷ ୭୦ ପ୍ରଜାତିର ୧,୦୨,୭୭୯ ପକ୍ଷୀ ଆସିଛନ୍ତି। ଏହି ବନଖଣ୍ଡ ଅଧୀନ ୫ଟି ରେଞ୍ଜ ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ, ଗୋପ ଓ ବ୍ରହ୍ମଗିରି ମଧ୍ୟରୁ ଚଳିତବର୍ଷ ବ୍ରହ୍ମଗିରି ରେଞ୍ଜକୁ ସର୍ବାଧିକ ୯୦,୭୬୨ ପକ୍ଷୀ ଆସିଥିବାବେଳେ ପ୍ରଜାତି ସଂଖ୍ୟା କମିଥିବା ସୂଚନା ମିଳିଛି।
ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୩ଜଣ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ପ୍ରଶାନ୍ତ କୁମାର ସ୍ବାଇଁ, ଶ୍ରୀକାନ୍ତ ବେହେରା ଓ ଅମରେଶ ନାଥ ପ୍ରଧାନଙ୍କ ସମେତ ୮ଜଣ ପକ୍ଷୀ ବିଶାରଦ ପ୍ରଫେସର ସୁଶୀଲ ଦତ୍ତ, ଗହ୍ବର ଆବେଦିନ, ଆକାଶ ରଞ୍ଜନ ରଥ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୋଭାକର ବେହେରା, ରମାଶଙ୍କର ପାତ୍ର, ବିଶ୍ୱଜିତ ମହାନ୍ତି ଓ ରଞ୍ଜିତ ପଟ୍ଟନାୟକ ମଧ୍ୟ ଗଣନାରେ ସାମିଲ ଥିଲେ। ଏତଦ୍‌ବ୍ୟତୀତ ବାଲୁଖଣ୍ଡ ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି, କୋଣାର୍କ ରେଞ୍ଜ ଅଫିସର ବେଣୁଧର ବେହେରା, ଅସ୍ତରଙ୍ଗ ରେଞ୍ଜ ଅଫିସର ହିମାନ୍‌ ନାୟକ ଓ ବ୍ରହ୍ମଗିରି ରେଞ୍ଜ ଅଫିସର ରଜତ କୁମାର ମହାପାତ୍ରଙ୍କ ସମେତ ୫୦ ଜଣ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମଧ୍ୟ ଏଥିରେ ଭାଗ ନେଇଥିଲେ।
ବ୍ରହ୍ମଗିରି ରେଞ୍ଜରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଗତ ୨ବର୍ଷ ତଥ୍ୟକୁ ଦେଖିଲେ ଚଳିତବର୍ଷ ସର୍ବାଧିକ ପକ୍ଷୀ ଆସିଛନ୍ତି। ୨୦୧୯ରେ ଏହି ରେଞ୍ଜକୁ ୮୪ ପ୍ରଜାତିର ୫୫,୪୭୪ ପକ୍ଷୀ ଆସିଥିବାବେଳେ ୨୦୧୮ରେ ୪୬,୨୩୬ ପକ୍ଷୀ ଆସିଥିଲେ। ଏ ବର୍ଷ ୫୪ ପ୍ରଜାତିର ୯୦,୭୬୨ ପକ୍ଷୀ ଦେଖିବାକୁ ମିଳିଛି। ସେହିପରି ଏଥର କୋଣାର୍କ ରେଞ୍ଜରେ ୪୭ ପ୍ରଜାତିର ୨,୫୪୦, ପକ୍ଷୀ ଗଣନା କରାଯାଇଛି। ଅନ୍ୟପକ୍ଷରେ ବାଲୁଖଣ୍ଡ ରେଞ୍ଜରେ ୪୨ ପ୍ରଜାତିର ୩,୩୪୦, ଅସ୍ତରଙ୍ଗ ରେଞ୍ଜରେ ୪୪ ପ୍ରଜାତିର ୫,୪୪୫ ଏବଂ ଗୋପ ରେଞ୍ଜରେ ୨୬ ପ୍ରଜାତିର ୬୯୨ ପକ୍ଷୀ ଚିହ୍ନଟ କରାଯାଇଥିବା ଜଣାପଡିଛି। ସେହିପରି ଏଥର ୭ ନୂଆ ପ୍ରଜାତିର ପକ୍ଷୀ ଫେରୋଜିନସ୍‌ ପୋଚାର୍ଡ, ଟପ୍‌ଟେଡ୍‌ ପୋଚାର୍ଡ, ପେରିଗ୍ରାଇନ ଫାଲକନ୍‌, ନର୍ଦନ ପିଣ୍ଟେଲ, ୱିଜେନ ଓ କର୍ଲ୍ୟୁ ଆସିଥିବା ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri