ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ କାର୍‌ରେ ଆସି ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ସାଢେ ୧୨ଟାରେ ମ୍ୟୁନିସିପାଲିଟି ମାର୍କେଟ ପଡ଼ିଆରେ ପହଞ୍ଚି ୪ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି।

ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ପୁରୀର ବିକାଶ ନକ୍ସାରେ ବହୁ ମେଗା ପ୍ରକଳ୍ପ ସ୍ଥାନ ପାଇଛି। ତନ୍ମଧ୍ୟରୁ ଗୁରୁବାର ୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ହେଉଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା।

ଶ୍ରୀ ସେତୁ
ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲଗ୍ରୀମ ସେଣ୍ଟରକୁ ଶ୍ରୀସେତୁ ଦ୍ୱାରା ସଂଯୋଗ କରାଯିବ। ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ଶ୍ରୀସେତୁ ପାଇଁ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବ। ରାସ୍ତା ଓ ବ୍ରଜ୍‌ଲ ଲମ୍ବ ପ୍ରାୟ ୨.୩ କିମି ହେବ। ଏହି ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ। ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ ଏକର ୨୪୬ ଡେସିମିଲ ଥିବାବେଳେ ସରକାରୀ ଜମି ୩ ଏକର ୭୩୮ ଡେସିମିଲ ରହିଛି। ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡ଼ିିଛି।

ତୀର୍ଥଯାତ୍ରୀ କେନ୍ଦ୍ର
ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅବଢା ଯୋଜନାରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପିଲଗ୍ରୀମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ। ଏହା ୬ ମହଲା ବିଶିଷ୍ଟ ହେବ। ଏଠାରେ ୧୦୦୦ କାର୍‌ ପାର୍କିଂ ପାଇଁ ବହୁମୁଖୀ ପାର୍କିଂ ନିର୍ମାଣ ହେବ। ଧ୍ୟାନକେନ୍ଦ୍ର, ବ୍ୟବସାୟିକ ସୁବିଧା ଆଦି କରାଯିବ। ଏଥିପାଇଁ ପ୍ରାୟ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ବହୁତଳ କାର୍‌ ପାର୍କିଂ
ପୁରୁଣା ଜେଲ୍‌ରୋଡ ପରିସରରେ ୪ ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ କରାଯିବ। ଏଠାରେ ୫୦୦ କାର୍‌ ଓ ୫୦୦ ଦୁଇଚକିଆ ଗାଡ଼ିି ରହିପାରିବ। ଏଥିସହ ୩୫୦ ଦୋକାନ ଘର କରାଯିବ। ଏଥିପାଇଁ ୯୦ କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ
ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ନୂତନ ଭାବେ ତିଆରି କରାଯିବ। ଏଠାରେ ବେସ୍‌ମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋର ବାଦ୍‌ ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ। ପ୍ରାୟ ୫୦୦ ଦୋକାନ ଘର ରହିବ। ୧୦୦ଟି ଚାରିଚକିଆ ଗାଡ଼ି ରହିବା ଭଳି ପାର୍କିଂ ସୁବିଧା ଉପଲବ୍ଧ ହେବ। ୩୦୦ କିଲୋୱାଟ୍‌ର ରୁଫ୍‌ଟଫ୍‌ ସୋଲାର ସିଷ୍ଟମ ରହିବ। ଏଥିରେ ପ୍ରାୟ ୪୪ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ଉପରୋକ୍ତ ୪ଟି ପ୍ରକଳ୍ପ ବ୍ୟତୀତ ସ୍ବର୍ଗଦ୍ୱାର ପୁନଃ ବିକାଶ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶବଦାହ ପାଇଁ ଆସୁଥିବା ସମ୍ପର୍କୀୟଙ୍କ ଲାଗି ଏଠାରେ ଅତ୍ୟାଧୁନିକ ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ବ୍ୟୟ ବରାଦ ହୋଇଥିବା ଅର୍ଥରେ ୧୮ଟି ଶବଦାହ ପିଣ୍ଡି କରାଯିବ। ସମୁଦ୍ର କୂଳରେ ୮୦୦ ଭେଣ୍ଡିଂଜୋନ (କିଓସ୍କ) କରାଯିବ। ଏଥିପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସରକାରୀ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳାର ମଧ୍ୟ ଶିଳାନ୍ୟାସ କରାଯାଇଛି। ମଙ୍ଗଳାଘାଟଠାରେ ୫୦ ହଜାର ବର୍ଗଫୁଟ ଜାଗାରେ ଏହି ରୋଷଶାଳା ତିଆରି କରାଯିବ। ଏଠାରେ ପ୍ରତ୍ୟହ ୫୦ହଜାର ମିଲ୍‌ ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ…

IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ମ୍ୟାଚ ପୂର୍ବରୁ ଅଭ୍ୟାସ ସମୟରେ ଦଳର ଷ୍ଟାର ଦ୍ରୁତ ବୋଲର…

ଗୋଟିଏ ପରିବାରର ‘ଦୁଇ ଭାଇଙ୍କ ମଧ୍ୟରେ ଲଢେଇ’ ଫିଫା ବିଶ୍ୱକପ ୨୦୨୬ ଫାଇନାଲ; ୯୬ ବର୍ଷ ପରେ ବିରଳ ସଂଯୋଗ…

ନ୍ୟୁୟର୍କ,୧୯।୭: ଫିଫା ବିଶ୍ୱକପ 2026 ଫାଇନାଲ ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଯାଉଛି। ଏହି ଟାଇଟଲ ମୁକାବିଲା ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏକ…

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri