ପୁନରୁଦ୍ଧାର ହେଉନି ନାଗସରା ପୋଖରୀ

ହାଟଡିହୀ, ୭ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ନାଗସରା ପୋଖରୀ ବହୁବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀଟି ଧୀରେ ଧୀରେ ପୋତି ହୋଇଗଲାଣି। ଏଥିସହ ରକ୍ଷଣାବେକ୍ଷଣା ଅଭାବରୁ ପୋଖରୀ ହୁଡ଼ା ନଷ୍ଟ ହୋଇଯାଇଥିବା ବେଳେ ଦଳରେ ଭର୍ତ୍ତି ହୋଇଛି। ଦୀର୍ଘ ବର୍ଷ ହେବ ପୋଖରୀଟି ଏହିପରି ଅବହେଳିତ ଭାବେ ପଡିରହିଛି। ସର୍ବବୃହତ୍ତ ପୁରାତନ ପୋଖରୀ ଭାବେ ଏହାର ଆୟତନ ପ୍ରାୟ ୧୪ ଏକର ହେବ। ପୋଖରୀ ନିକଟରେ ଏକ ଲକ୍ଷ୍ମୀନାରାୟଣ ମନ୍ଦିର ଅଛି। ଉକ୍ତ ପୋଖରୀଟିକୁ ନାଗା ସାଧୁମାନେ ଖୋଳିଥିବା ଜନଶ୍ରୁତି ରହିଛି। ଏହି ପୋଖରୀରେ ଅଲୌକିକ ଶକ୍ତିର ମାହାତ୍ମ୍ୟ ରହିଥିବା ଲୋକଙ୍କ ବିଶ୍ୱାସ ରହିଛି। ପୋଖରୀରେ ନାଗନାଗୁଣୀ ବସବାସ କରନ୍ତି। ଲୋକଙ୍କର ଅସୁବିଧା ସମୟରେ ଏହି ପୋଖରୀ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ। ଅପରପକ୍ଷେ ପଞ୍ଚାୟତର ସମ୍ପତ୍ତି ତାଲିକାରେ ଏହି ପୋଖରୀର ନାମ ରହିଛି। ପଞ୍ଚାୟତ ତରଫରୁ ପୋଖରୀକୁ ନିଲାମ ବି ହୋଇଥାଏ। ବର୍ଷାଦିନେ ବର୍ଷାଜଳ ଏହି ପୋଖରୀରେ ସଂରକ୍ଷଣ ହୋଇରହୁଥିଲା। ଯାହାକି ପରେ ଚାଷଜମିକୁ ଜଳସେଚନରେ ସହାୟକ ହେଉଥିଲା। କିନ୍ତୁ ଏହା କାଳକ୍ରମେ ପୋତି ହୋଇପଡ଼ିବାରୁ ଆଉ ଜଳ ସଂରକ୍ଷଣ କରାଯାଇପାରୁ ନାହିଁ। ସରକାର ଜଳ ସଂରକ୍ଷଣ ନିମନ୍ତେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ପୁରାତନ ପୋଖରୀ ଅବହେଳିତ ହୋଇ ପଡ଼ି ରହିବା ଦୁର୍ଭାଗ୍ୟଜନକ ବିଷୟ ସାଜିଛି। ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ଜିଲାପାଳ, ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ ଓ ଗ୍ରାମବାସୀ ଦାବି କରିଛନ୍ତି। ବ୍ଲକ ଅଧୀନ ୩୧ଟି ପଞ୍ଚାୟତରେ ବହୁ ପୁରାତନ ପୋଖରୀ ପୋତିହେବାକୁ ବସିଲାଣି। ତେଣୁ ପ୍ରଶାସନିକ ସ୍ତରରେ ସେସବୁ ପୋଖରୀକୁ ଚିହ୍ନଟ କରାଯାଇ ପୁନରୁଦ୍ଧାର କରାଗଲେ ଲୋକମାନେ ବିଭିନ୍ନ କ୍ଷେତ୍ରରେ ବିଶେଷ ଉପକୃତ ହେବେ ବୋଲି ଅଜୟ ଜେନା, କାମପାଳ ନାୟକ, ବୀରେନ୍ଦ୍ର ବିଶ୍ୱାଳ, ରାଜା ବାବୁ, ଶଶାଙ୍କ ପୁହାଣ, ବିଶ୍ୱନାଥ ଖୁଣ୍ଟିଆ, ସୁରେନ୍ଦ୍ର ବାରିକ, ରବୀନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ନିର୍ଯାତିତ: ଲୁଚିକି ଗାଁକୁ ଫେରିଲେ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ

ଭବାନୀପାଟଣା,୨୭।୪( ସ୍ବ.ପ୍ର.): କଳାହାଣ୍ଡିରେ ଥମୁନି ଦାଦନ ସମସ୍ୟା। ପୁଣି ନିର୍ଯାତିତ ହୋଇଛନ୍ତି ଶ୍ରମିକ। ତେଲଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ...

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ପାଇଁ ଉଦ୍ୟମ

ଭୁବନ, ୧୦।୯(ଡି.ଏନ୍‌.ଏ.): ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ସୃଷ୍ଟି ହୋଇଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ପାଇଁ ଉଦ୍ୟମ...

ଲଗାଣ ବର୍ଷା ଯୋଗୁ ମୁନିଗୁଡ଼ା ବ୍ଲକର ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା,୧୩।୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର କୁଟୁଣିପଦର ଗ୍ରାମ ନାଳରେ ବର୍ଷାଜଳ ପ୍ରବାହିତ ଯୋଗୁ ୩ ଗ୍ରାମକୁ ଯୋଗାଯୋଗ...

ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ମ.ରାମପୁର,୧୫ା୭(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଛକିଗୁଡ଼ା -ନର୍ଲା-ମ.ରାମପୁର ଯାଇଥିବା ରାଜ୍ୟ ରାଜପଥ ଛକରେ ଥିବା ଜାମପଦର ଗ୍ରାମ ନିକଟରେ ନଦୀ ପୋଲ ସଂଲଗ୍ନ ସଡ଼କ ସୁରକ୍ଷା...

ଆଦିବାସୀ ଚିତ୍ରକଳାର ସ୍ବାତନ୍ତ୍ର୍ୟ ରହିଛି

ସୋନପୁର,୧୯।୨(ନି.ପ୍ର.) – ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଆଦିବାସୀ ଚିତ୍ରଶିଳ୍ପୀ ଶିବିର ଓ କଳାକୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଓଡିଶା ଲଳିତ...

ଚମ୍ପୁଆ ରେଞ୍ଜରେ ୧୦୩ ହାତୀ

ଚମ୍ପୁଆ,୧୪ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ୬ଟି ଦଳରେ ୧୦୩ ହାତୀ ଉପଦ୍ରବ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ପାଚିଲା ଧାନକ୍ଷେତରେ...

ବିଜେପୁର ପ୍ରଚାର ଶେଷ: ୨୧ରେ ଭୋଟ; ମତଦାତାଙ୍କ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ବିଜେପୁର ବିଧାନସଭା ଆସନ ପାଇଁ ଉପନିବର୍ର୍ାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଅପରାହ୍ନ ୫ଟାରେ ହାଇଭୋଲଟେଜ୍‌ ପ୍ରଚାର ଶେଷ...

ଭିତ୍ତିଭୂମି ଅଛି, ଡାକ୍ତର ଅଭାବ

ନିଶ୍ଚିନ୍ତକୋଇଲି,୧୭।୨(ସ୍ବ.ପ୍ର.): ଗ୍ରାମାଞ୍ଚଳ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ମିଶନ ଗଠନ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ଉନ୍ନତି ନିମନ୍ତେ କେନ୍ଦ୍ର ଓ...

Advertisement
Archives

Model This Week