ପୁନମ୍‌ ପାଣ୍ଡେ ଗିରଫ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ଚର୍ଚ୍ଚାକୁ ଆସିବା ଲାଗି ଜାଣିଶୁଣି ସବୁବେଳେ ବିବାଦ ଘେରରେ ରହିଥାନ୍ତି। ଏଥର ବି ସେ ଭୁଲ୍‌ କରି ବିବାଦ ଘେରକୁ ଟାଣିହୋଇ ଯାଇଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ପୁନମ୍‌ ଏହାକୁ ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ସେ ତାଙ୍କ ବନ୍ଧୁଙ୍କ ସହିତ ମେରାଇନ ଡ୍ରାଇଭ୍‌ରେ ଖୁବ୍‌ ସ୍ପିଡ୍‌ରେ କାର୍‌ ଡ୍ରାଇଭ୍‌ କରି ଯାଉଥିଲେ। ଏକ ପଞ୍ଚତାରକା ହୋଟେଲ ସମ୍ମୁଖରୁ ପୋଲିସ ଉଭୟଙ୍କୁ ଗିରଫ କରିଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହାକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ହୋଇଥିଲା। ଶେଷରେ ତାଙ୍କୁ ଛାଡ଼ି ଦିଆଯାଇଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ: ୨ ଦିନରେ ୮୦ ମୃତ

କୋଲକାତା,୭ା୫: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ଏଠାରେ ସର୍ବାଧିକ ରହିଛି। ଗତ ଦୁଇଦିନରେ ଏହି ରାଜ୍ୟରେ ୮୦ରୁ ଅଧିକ ଲୋକ...

କରୋନା ଭାଇରସ୍‌କୁ ନଷ୍ଟ କରିବ ନୂଆ ମାସ୍କ

ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର...

‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ...

ଦିଦିଙ୍କ ନିର୍ବାଚନୀ ଥୋପ: ମାଗଣାରେ ମିଳିବ କରୋନା ଟିକା

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

‘ଫୁଲ୍‌ ଔର୍‌ କାଣ୍ଟେ’ର ଏହି ଅଭିନେତ୍ରୀଙ୍କୁ ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’କୁ ମନେ ରଖିଥିବେ। ୧୯୯୧ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ...

ଏହି ଲୋକପ୍ରିୟ ଗାୟିକାଙ୍କୁ ଜୀବନରେ ମାରିଦେବାର ଧମକ

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍‌ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା।...

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...

୪୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ ତଥା ହ୍ରିତିକ୍‌ ରୋଶନଙ୍କ ଲୁକ୍‌ ଆଇକନ୍‌ ହରମନ ବାବେଜା(୪୦) ତାଙ୍କ ଭାବି ସ୍ତ୍ରୀଙ୍କୁ ମାର୍ଚ୍ଚ ୨୧ରେ ବିବାହ...

Advertisement
Archives

Model This Week