ପୁନଃ ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ: କ୍ରିଟିକାଲ ବିଭାଗରେ ୫୦%, ପାର୍ସିଆଲି କ୍ରିଟିକାଲ ବିଭାଗରେ ୧୦% କର୍ମଚାରୀ କାର୍ଯ୍ୟାଳୟ ଆସିବେ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯)ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି। ପୂର୍ବରୁ ସମସ୍ତ ବିଭାଗକୁ ୩ଟି ବର୍ଗ(କ୍ରିଟିକାଲ, ପାର୍ସିଆଲି କ୍ରିଟିକାଲ ଏବଂ ନନ୍‌ କ୍ରିଟିକାଲ)ରେ ବିଭକ୍ତ କରିଥିଲେ। କ୍ରିଟିକାଲ ବର୍ଗରେ ଆସୁଥିବା ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବା ବାଧ୍ୟତାମୂଳକ ଥିବାବେଳେ ପାର୍ସିଆଲି କ୍ରିଟିକାଲ ବିଭାଗର କେଉଁ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ସେନେଇ ବିଭାଗୀୟ ସଚିବ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ରହିଥିଲା। ନନ୍‌ କ୍ରିଟିକାଲ ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିଲା। ଏପରି କି ସେମାନେ ଘରେ ରହି ଫୋନ ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଇତିମଧ୍ୟରେ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ନିର୍ଦ୍ଦେଶକୁ ବାତିଲ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୁଣି ଥରେ ସମସ୍ତ ବିଭାଗକୁ ୩ଟି ବର୍ଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରୁ ୧୧ଟି କ୍ରିଟିକାଲ ବିଭାଗ, ୧୩ଟି ପାର୍ସିଆଲି କ୍ରିଟିକାଲ ଏବଂ ୧୭ଟି ନନ୍‌ କ୍ରିଟିକାଲ ବିଭାଗ ଭାବେ ଘୋଷଣା କରାଯାଇଛି। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କ୍ରିିଟିକାଲ ବର୍ଗରେ କୃଷି ଓ କୃଷକ ସଶକ୍ତୀକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା, ପଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରହିଛି। କଟକ ଓ ଭୁବନେଶ୍ୱର ସହରାଞ୍ଚଳରେ ଥିବା ଉକ୍ତ କାର୍ଯ୍ୟାଳୟଗୁଡ଼ିକରେ ୫୦ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। କ୍ଷେତ୍ରସ୍ତରରେ କେଉଁ କାର୍ଯ୍ୟାଳୟ ଖୋଲାଯିବ ସେନେଇ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ। ସେହିପରି ପାର୍ସିଆଲି କ୍ରିଟିକାଲ ବର୍ଗରେ ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି, ଶକ୍ତି, ଅର୍ଥ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସମ୍ପର୍କ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ବ, ଏସ୍‌ସି/ଏସ୍‌ଟି ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଇସ୍ପାତ ଓ ଖଣି, ପୂର୍ତ୍ତ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ରହିଛି। ଏହି ବିଭାଗର ସମସ୍ତ କାର୍ଯ୍ୟାଳୟରେ ଅତି କମ୍‌ରେ ୧୦ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। ସେହି ବିଭାଗଗୁଡ଼ିକର ପ୍ରଶାସନିକ ବିଭାଗ କ୍ଷେତ୍ରସ୍ଥଳର କାର୍ଯ୍ୟାଳୟଗୁଡ଼ିକ ଖୋଲିବା ନେଇ ନିଷ୍ପତ୍ତି ନେବେ। ଏହାଛଡ଼ା ଅବଶିଷ୍ଟ ୧୭ଟି ବିଭାଗର କାୈଣସି କର୍ମଚାରୀ ଅଫିସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେହି ବିଭାଗର କର୍ମଚାରୀମାନେ ଫୋନ ମାଧ୍ୟମରେ ନିଜ ନିଜ ବିଭାଗର କାର୍ଯ୍ୟକୁ ତଦାରଖ କରିବେ। ଅଫିସ୍‌କୁ ଆସୁନଥିବା କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବା ସହ ସୂଚନା ଦେବାମାତ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରୁ ୨୩୯ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୨

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୨୩୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୬ ସ୍ଥାନୀୟ...

ଆଜି ରାଜ୍ୟରେ ପୁଣି ୨୯୯୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୫୮ଜଣ ଲୋକାଲ କେସ୍‌ ଥିବା...

୫ ହଜାର ରେଳ ଷ୍ଟେଶନ ଛୁଇଁଲା ମାଗଣା ଓ୍ବାଇଫାଇ ସେବା

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଭାରତୀୟ ରେଳପଥ ଦେଶର ୫ ହଜାର ଷ୍ଟେଶନରେ ମାଗଣା ଓ୍ବାଇଫାଇ ସେବାକୁ ଉପଲବ୍ଧ କରାଇଛି। ଶନିବାର ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ପଶ୍ଚିମବଙ୍ଗର ମିଦନାପୁର...

୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ...

ଭୋଜି ପରେ ୫ ଗୁରୁତର

ଭଦ୍ରକ ଅଫିସ, ୧୮।୨ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କଲେଇ ପଞ୍ଚାୟତ ଚୁନିଦା ଗ୍ରାମରେ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି।...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର...

୨୨ରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ):ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ସୋମବାର ଆଉଏକ ତାଲିକା ପ୍ରକାଶ ପାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ...

ମନୀଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ...

Advertisement
Archives

Model This Week