Advertisement

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ୍‌, ୨୫।୧୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ଏହାସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛିଦିନ ତଳେ ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଜଣେ ନାବାଳିକା ଶ୍ରୀମନ୍ଦିର ଭିତରେ ଟିକଟକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ। ଏହି ଘଟଣାର କିଛିଦିନ ପରେ ପୁଣି ଏବେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହୋଇଛି। ଜଣେ ଯୁବକ ଆନନ୍ଦ ବଜାର ଭିତରେ ଫଟୋ ଉଠାଇ ଏହାକୁ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି ହେଉଥିବାର ଦୃଶ୍ୟ ରହିଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବାରୁ ଏହାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଏଯାବତ୍‌ ୧୦୦ରୁ ଅଧିକଙ୍କୁ ଜେରା

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ରବିବାର ପୋଲିସ ୬୨ ଜଣଙ୍କୁ...

ରାଜ୍ୟରେ ଚିହ୍ନଟ ହେଲେ ୧୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ବଣ୍ଡା ଜନଜାତିର ଚଳଣି

ମାଲକାନଗିରି: ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ...

ଥମୁନି ଟ୍ରାଫିକ କଡ଼ା ନିୟମ ବିବାଦ

ଭୁବନେଶ୍ୱର,୯ା୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଗତ ୧ତାରିଖରୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ ହୋଇଛି। ପୋଲିସ ଓ ଆରଟିଓ ଯାଞ୍ଚକୁ...

ଉପବାଚସ୍ପତି ରଜନୀକାନ୍ତ ସିଂହ ଆହତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଗୁରୁବାର ଆହତ ହୋଇଛନ୍ତି। ଝୁଣ୍ଟିପଡ଼ିବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି।

ବଡ଼ଓଷାରେ ବସିବନି ଭଣ୍ଡାର

ଭୁବନ, ୯ା୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରାଚୀନ ବୁଦ୍ଧେଶ୍ୱର ଶୈବପୀଠରେ ଚଳିତବର୍ଷ ପ୍ରସିଦ୍ଧ ବଡ଼ଓଷା ପାଳନ ହେବନାହିଁ। କରୋନା ସଂକ୍ରମଣ ଏଡ଼ାଇବାକୁ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ

ଆସିକା,୨ା୯(ଡି.ଏନ୍‌.ଏ.): ବାଡୁଳା ଗ୍ରାମର ଜଣେ ଯୁବକ ଭଞ୍ଜନଗରର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଶନିବାର...

ରାଧାରାଣୀପଡା ଶୀତଳଷଷ୍ଠୀ ଥାଳଉଠା ଉଠିଲା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ରାଧାରାଣୀପଡା ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର...

Advertisement
Archives

Model This Week