ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ ୭-୦ର ଅଗ୍ରଣୀ ହାସଲ କରିଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ଚଳିତ ବିଶ୍ୱକପ୍‌ରେ ପୁଣି ଥରେ ପରସ୍ପରକୁ ଭେଟିବାର ସମ୍ଭାବନା ରହିଛି। ଏଥିଲାଗି ଦୁଇ ଦଳକୁ ବଳକା ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବଳକା ୩ଟି ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ଭେଟିବ। ବର୍ତ୍ତମାନ ଇଂଲଣ୍ଡ ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନରେ ରହିଛି। ସେହିଭଳି ୫ମ ସ୍ଥାନରେ ଥିବା ବାଂଲାଦେଶ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ହାସଲ କରିଛି। ଶ୍ରୀଲଙ୍କା ମଧ୍ୟ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିନାହିଁ। ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ୬ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କକୁ ପରାସ୍ତ କଲେ ଭାରତୀୟ ଦଳ ସର୍ବାଧିକ ୧୭ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିବ। ଅନ୍ୟପକ୍ଷରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ସର୍ଫରାଜ ଅହମ୍ମଦଙ୍କ ଦଳ ତା’ର ବଳକା ଦୁଇଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶ ଭେଟିବ। ଏହି ଦୁଇଟି ମ୍ୟାଚ୍‌ ଦଳ ପାଇଁ ଜିତିବା ନିହାତି ଆବଶ୍ୟକ। ପାକିସ୍ତାନ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିବାରେ ସଫଳ ହେଲେ ୧୧ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିବ। ଫଳରେ ପ୍ରଥମ ସ୍ଥାନରେ ଥିବା ଭାରତ ଓ ୪ର୍ଥ ସ୍ଥାନ ଅଧିକାରୀ ପାକିସ୍ତାନ ସେମିଫାଇନାଲରେ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri