ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ ୭-୦ର ଅଗ୍ରଣୀ ହାସଲ କରିଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ଚଳିତ ବିଶ୍ୱକପ୍‌ରେ ପୁଣି ଥରେ ପରସ୍ପରକୁ ଭେଟିବାର ସମ୍ଭାବନା ରହିଛି। ଏଥିଲାଗି ଦୁଇ ଦଳକୁ ବଳକା ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବଳକା ୩ଟି ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ଭେଟିବ। ବର୍ତ୍ତମାନ ଇଂଲଣ୍ଡ ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନରେ ରହିଛି। ସେହିଭଳି ୫ମ ସ୍ଥାନରେ ଥିବା ବାଂଲାଦେଶ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ହାସଲ କରିଛି। ଶ୍ରୀଲଙ୍କା ମଧ୍ୟ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିନାହିଁ। ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ୬ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କକୁ ପରାସ୍ତ କଲେ ଭାରତୀୟ ଦଳ ସର୍ବାଧିକ ୧୭ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିବ। ଅନ୍ୟପକ୍ଷରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ସର୍ଫରାଜ ଅହମ୍ମଦଙ୍କ ଦଳ ତା’ର ବଳକା ଦୁଇଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶ ଭେଟିବ। ଏହି ଦୁଇଟି ମ୍ୟାଚ୍‌ ଦଳ ପାଇଁ ଜିତିବା ନିହାତି ଆବଶ୍ୟକ। ପାକିସ୍ତାନ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିବାରେ ସଫଳ ହେଲେ ୧୧ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିବ। ଫଳରେ ପ୍ରଥମ ସ୍ଥାନରେ ଥିବା ଭାରତ ଓ ୪ର୍ଥ ସ୍ଥାନ ଅଧିକାରୀ ପାକିସ୍ତାନ ସେମିଫାଇନାଲରେ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

୧୫୦୦ ମି. ଦୌଡ଼ରେ ନିଜ ରେକର୍ଡ ଭାଙ୍ଗିଲେ ଜିନ୍‌ସନ

ବର୍ଲିନ୍‌,୨।୯(ପିଟି): ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକଧାରୀ ଜିନ୍‌ସନ ଜନ୍‌ସନ ଆଇଏସ୍‌ଟିଏଏଫ୍‌ ଇଭେଣ୍ଟର ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ସହ ସୃଷ୍ଟି କରିଛନ୍ତି ନୂଆ...

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

ଗ୍ରାଏମ୍‌ ସ୍ମିଥ୍‌ଙ୍କୁ ନୂଆ ଦାୟିତ୍ୱ

କେପ୍‌ ଟାଉନ, ୧୨।୧୨- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରାଏମ୍‌ ସ୍ମିଥ୍‌ଙ୍କୁ ନୂଆ ଦାୟିତ୍ୱ ମିଳିଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ଡିରେକ୍ଟର ଅଫ୍‌ କ୍ରିକେଟ୍‌...

ପୂଜା ରାଣୀ, ଦୀପିକା କୁମାରୀ ପଦକ ଆଶା ବଢାଇଲେ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିନ। ବୁଧବାର ବକ୍ସର ପୂଜା ରାଣୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଅନ୍ତିମ ୧୬ ମୁକାବିଲାରେ ସେ ଆଲଜେରିଆର...

କୋହଲିଙ୍କ ପାଇଁ ଭୁଲି ଯିବାର ଦିନ

ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବିଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ୧୦ ଓଭର ପୂର୍ବରୁ ୯ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌...

ନିଜ ସମୟଠାରୁ ବହୁ ଆଗରେ ଥିଲେ ଡିନ୍‌: ସଚିନ

ନୂଆଦିଲ୍ଲୀ,୨୬।୯(ପି.ଟି.): ୫୯ ବର୍ଷରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସଙ୍କୁ କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଏବେ ଖେଳୁଥିଲେ ଟି୨୦...

କୋଭିଡ-୧୯: ଜର୍ମାନୀ, ଫ୍ରାନ୍ସରେ ଗଲ୍ଫ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୧୭।୪(ଏପି): କରୋନା ଭାଇରସ ସଂକ୍ରମଣ କାରଣରୁ ୟୁରୋପିୟ ଦେଶ ଫ୍ରାନ୍ସ ଓ ଜର୍ମାନୀରେ ଗଲ୍ଫ ଟୁର୍ନାମେଣ୍ଟଗୁଡିକ ବାତିଲ କରାଯାଇଛି। ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ...

Advertisement
Archives

Model This Week