Posted inଖେଳ

ପୁଣି ବର୍ଷା: ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ

ନଟିଂହାମ,୧୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ବର୍ଷା କେବଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୁହଁ ପ୍ରଶଂସକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କରାଣ ହୋଇଛି। ବର୍ଷା ଯୋଗୁଁ ବିଶ୍ୱକପ୍‌ର ଏକାଧିକ ମ୍ୟାଚ ବିନା ଟସ୍‌ ପଡିବାର ବାତିଲ ହୋଇଛି। ଖରାପ ପାଗ ବର୍ଷାର ସଦ୍ୟତମ ଶିକାର ହୋଇଛି ଭାରତ- ନ୍ୟୁଜିଲାଣ୍ଡ ମୁକାବିଲା। ଗୁରୁବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଶେଷରେ ବର୍ଷା ଯୋଗୁ ବାତିଲ ହୋଇଛି। ପ୍ରବଳ ବର୍ଷା କାରଣ ପଡିଆରେ ପାଣି ଜମି ରହିବା ଫଳରେ ଏହି ମ୍ୟାଚ୍‌ରେ ଟସ୍‌ ପଡିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଛନ୍ତି।
ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଅମ୍ପାୟରମାନେ ଅନ୍ତିମ ପିଚ୍‌ ନିରୀକ୍ଷଣ କରିଥିଲେ ଓ ମ୍ୟାଚ୍‌ ବାତିଲ କରବାକୁ ନିଷ୍ପତ୍ତି ନେଇଥିଲେ। ଟୁର୍ନାମେଣ୍ଟରେ ଚତୁର୍ଥଥର ପାଇଁ ବର୍ଷା କାରଣରୁ ମ୍ୟାଚ୍‌ ବାତିଲ ହୋଇଛି। ମ୍ୟାଚ୍‌ ବାତିଲ ହେବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ମ୍ୟାଚ୍‌ରେ ଗୋଟିଏ ବଲ୍‌ ବୋଲିଂ କାରଯାଇ ନ ଥିବାରୁ ଆଇସିସି ଟିକେଟ ଅର୍ଥ ପ୍ରଶଂସକଙ୍କୁ ଫେରାଇବ। ଅନ୍ୟପଟେ ଯେଉଁ ଦର୍ଶକ ତୃତୀୟ ପକ୍ଷଠାରୁ ଚଢ଼ା ଦରରେ ଟିକେଟ କିଣିଥିଲେ ସେମାନ ଆର୍ଥିକ କ୍ଷତି ସହିବେ। ତେବେ ମ୍ୟାଚ୍‌ଗୁହିକର ବିମା ହୋଇଥିବାରୁ ପ୍ରସାରଣକାରୀ ସଂସ୍ଥା କ୍ଷତି ସହିବେ ନାହିଁ।
ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ ଖେଳିଛି। ୩ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ନ୍ୟୁଜିଲାଣ୍ଡ ମୋଟ ୭ ପଏଣ୍ଟ ପାଇଁ ତାଲକାର ଶୀର୍ଷରେ ରହିଛି। ଅନ୍ୟପଟେ ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ମୋଟ ୫ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାଞ୍ଚେଷ୍ଟରରେ ଭେଟିବ। ଏହି ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବ। ଏପରିକି ବାତିଲ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦…

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri