Posted inଖେଳ

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଶ୍ୱିନ ଭିନ୍ନ ଶୈଳୀରେ ବୋଲିଂ କରିଛନ୍ତି। ଏହି ଘଟଣା ମ୍ୟାଚ୍‌ର ଅନ୍ତିମ ଓଭରର ୪ର୍ଥ ବଲରେ ଘଟିଥିଲା। ଚେପକ ସୁପର ଗିଲ୍‌ସ ଦଳ ଅନ୍ତିମ ଦୁଇ ବଲରେ ୧୭ ରନ୍‌ ଦରକାର ଥିବାବେଳେ ଅଶ୍ୱିନ ସ୍ବତନ୍ତ୍ର ବୋଲିଂ କରିଥିଲେ। ଛୋଟିଆ ରନ ଅପ୍‌ ନେବା ସହ ସେ ନିଜ ବୋଲିଂ ଷ୍ଟାଇଲ ସମ୍ପୂର୍ଣ୍ଣ ନ କରି ବଲ ପକାଇଥିଲେ। ତେବେ ଏହି ବଲରେ କୌଣସି ଉଇକେଟ ନେଇପାରି ନ ଥିଲେ। ବ୍ୟାଟିଂ ପ୍ରଥମେ କରିଥିବା ଅଶ୍ୱିନ ୩ୟ କ୍ରମରେ ବ୍ୟାଟିଂ କରିଥିଲେ। ସେ ୧୯ ବଲରେ ୩୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ହିଁ ଦୁଇ ଦଳ ମଧ୍ୟରେ ବ୍ୟବଧାନ ଥିଲା। ୧୧୬ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଚେପକ ସୁପର ଗିଲସ ୧୦ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଉଲ୍ଲେଖଥାଉ କି, କିଛି ମାସ ପୂର୍ବେ ଅଶ୍ୱିନ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳର ଜୋସ ବଟଲରଙ୍କୁ ମଙ୍କଡ ଆଉଟ୍‌ କରିଥିଲେ। ଏହା ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର, ଆଇସିସିକୁ ମଧ୍ୟ ଚକିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବିଶ୍ୱର ମହାନ ଉଇକେଟକିପରଙ୍କ ମଧ୍ୟରେ ଅନ୍ୟତମ କୁମାର ସାଙ୍ଗାକାରାଙ୍କ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବିଶ୍ୱ କ୍ରିକେଟରରେ ନିଜ...

ଏକବିଂଶ ଶତାବ୍ଦୀରେ ଜାଡେଜା ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ ଖେଳାଳି

ନୂଆଦିଲ୍ଲୀ, ୧ା୭: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଖୁସି ଖବର। କ୍ରିକେଟର ବାଇବେଲ ଭାବେ ପରିଚିତ ଓ୍ବିଜଡେନ ଜାଡେଜାଙ୍କୁ ଏକବିଂଶ ଶତାବ୍ଦୀର ସବୁଠାରୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ପ୍ଲେଇଂ କଣ୍ଡିଶନ ନେଇ ଆଇସିସି ନିଷ୍ପତ୍ତିକୁ ଭାରତର ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ। ଏହି...

ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍‌, ତଥାପି ହେଲେନି ରନ୍‌ଆଉଟ୍‌: ଦେଖନ୍ତୁ ଚମତ୍କାର ଭିଡିଓ

ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।...

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ...

ସନ୍ନ୍ୟାସ ନେଇ ଘୋଷଣା କଲେ ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର

ନୂଆଦିଲ୍ଲୀ,୨୩।୯: ଭାରତୀୟ କିମ୍ବଦନ୍ତୀ ମହିଳା ପେସର୍‌ ଝୁଲନ ଗୋସ୍ବାମୀ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶନିବାର(ସେପ୍ଟେମ୍ବର...

ପାକିସ୍ତାନକୁ ଦୋହଲାଇ ଦେଇଥିଲେ ଏହି ଭାରତୀୟ କ୍ରିକେଟର୍‌

ଆଜି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜୀଙ୍କ ୩୮ତମ ଜନ୍ମଦିନ। ୧୯୮୧ ସେପ୍ଟେମ୍ବର ୨୭ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ବେଶୀ...

ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ନିଜର ଡେବ୍ୟୁ, ଶେଷ ଟେଷ୍ଟରେ ଶତକ ହାସଲ କରିଛନ୍ତି

ଟେଷ୍ଟ କ୍ରିକେଟର ଇତିହାସକୁ ଦେଖିଲେଏପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ୧୪ ଭାରତୀୟ ଖେଳାଳି ଡେବ୍ୟୁ...

Advertisement
Archives

Model This Week