ପୁଣି ଥରେ ଅମ୍ଳାନ-ରିୟା

ଷ୍ଟାର କିଡ୍‌ ଅମ୍ଳାନ କୁମାରଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଟାର୍ଗେଟ’ରୁ। ଏହାସହ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ରୁ ବାବୁସାନ୍‌ଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ ରିୟା। ପରବର୍ତ୍ତୀ ସମୟରେ ଅମ୍ଳାନ ଏବଂ ରିୟାଙ୍କୁ ‘ଗୋଲାପି ଗୋଲାପି’, ‘ତୁ ମୋ ଦେହର ଛାଇ’, ‘କଲେଜ ଟାଇମ୍‌’ରେ ଏକାଠି ଅଭିନୟ କରିସାରିଛନ୍ତି। ଏବେ ପୁଣି ଥରେ ଏହି ଯୋଡି ଏକତ୍ର ବଡ ପରଦାରେ ମୁହଁ ଦେଖାଇବେ। ମା’ ପାଣ୍ଡବାଶୁଣୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ତୋ ପାଇଁ କିଛି ବି..’ ରେ ଦୁହେଁ ଅଭିନୟ କରିବେ। ନିକଟରେ ଏହାର ମହୁରତ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦେବା ସହ ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ନିରଞ୍ଜନ ବେହେରା। ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ଗୁଡଲି ରଥ। ଏ ସମ୍ପର୍କରେ ନିରଞ୍ଜନ କହନ୍ତି, ‘ଏହି ଫିଲ୍ମର କାହାଣୀରେ ଲଭ୍‌, ଇମୋଶନ, କମେଡି, ଆକ୍ସନ ଏବଂ ଫ୍ୟାମିଲି ଡ୍ରାମା ରହିଛି। ଦର୍ଶକ ଏଥିରୁ ଏକ ଡିଫରେଣ୍ଟ ଲଭ ଷ୍ଟୋରୀର ବାସ୍ନା ପାଇବେ।’ ଏହାପୂର୍ବରୁ ନିରଞ୍ଜନ ‘ଆଣ୍ଟି ନମସ୍କାର’, ‘ଯୋଗୀ’, ‘ପ୍ରେମ ପାଇଁ ମହାଭାରତ’, ‘ହୀରୋ ନଂ ଜିରୋ’ ‘ପ୍ରେମଲୀଲା’ ଏବଂ ବବି ମିଶ୍ରଙ୍କ ପ୍ରଯୋଜିତ ‘ଫ୍ଲପ ସିନେମା’ର ନିର୍ଦ୍ଦେଶନା ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବୁଧବାର ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ସ୍ଥାନୀୟ ବରମୁଣ୍ଡା...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର...

‘ରହନା ହୈ ତେରେ ଦିଲ୍‌ମୈ’: ୧୯ ବର୍ଷ ପରେ ପୁଣିଥରେ ଏହି ଯୋଡିକୁ ଏକାଠି ଦେଖିବାକୁ ଚାହୁଁଛନ୍ତି ଦର୍ଶକ

ବଲିଉଡ୍‌ର କ୍ଲାସିକ୍‌ ରୋମାଣ୍ଟିକ୍‌ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍‌ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍‌ ମେଁ’ ଅନ୍ୟତମ। ଉକ୍ତ ସମୟରେ...

୬୦୦ ବର୍ଷ ପୁରୁଣା ଏହି ହୋଟେଲରେ ସୁଶାନ୍ତଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିବା ନେଇ କହିଥିଲେ ରିୟା: ଭିତରୁ ଦେଖିବାକୁ ଏପରି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ସିବିଆଇ। ଘଟଣାରେ ରିୟା ଚର୍କବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ...

ରିଲେସନଶିପରେ ରହିଛନ୍ତି ଅନନ୍ୟା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ସୁପୁତ୍ରି ଅନନ୍ୟା ପାଣ୍ଡେ ଏବେ ଲାଇମ୍‌ ଲାଇଟ୍‌ରେ। ବଲିଉଡ୍‌ ନବାଗତା ନାୟିକା ତଥା ଷ୍ଟାର କିଡ୍‌ଙ୍କ ମଧ୍ୟରେ ଜଣେ...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!

ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା...

ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ତୋରବାଜ’ର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ’ତୋରବାଜ’ର ଟ୍ରେଲର ଶନିବାର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ...


Coronavirus Update

Archives

Model This Week

Why Dharitri